ଆଜି ଏସ୍‌ସିଓ ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ବୈଠକ, ଅଧ୍ୟକ୍ଷତା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ନୂଆଦିଲ୍ଲୀ: ଆଜି ଅନୁଷ୍ଠିତ ହେବ ଏସ୍‌ସିଓ ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ବୈଠକ। ଏହାକୁ ଅଧ୍ୟକ୍ଷତା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଚୀନ୍‌, କାଜାଖସ୍ତାନ, ରୁଷ୍‌, ତାଜିକିସ୍ତାନ ଏବଂ ଉଜବେକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀମାନେ ଏହି ବୈଠକରେ ଯୋଗ ଦେବେ। ଏହା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚୀନ୍‌ ପ୍ରତିପକ୍ଷ ଲି ସାଂଗ୍‌ଫୁଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି।

ଦିଲ୍ଲୀରେ ଏସ୍‌ସିଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ ଅବସରରେ ରାଜନାଥ ଆଜି ଲି ସାଂଗଫୁଙ୍କ ସହ ଆଲୋଚନା କରିଛନ୍ତି। ସୀମାରେ ଶାନ୍ତି ନରହିଲେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଧୁରିବନି ବୋଲି ରାଜନାଥ ବୈଠକରେ କହିଥିଲେ। ୨୦୨୦ରେ ଲଦାଖରେ ଗଲୱାନ ସଂଘର୍ଷ ପରେ ଏହା ରାଜନାଥ ଏବଂ ତାଙ୍କ ଚୀନ୍‌ ପ୍ରତିପକ୍ଷଙ୍କ ମଧ୍ୟରେ ପ୍ରଥମ କଥାବାର୍ତ୍ତା।

Leave a Reply

Your email address will not be published. Required fields are marked *