ଡେଲାଙ୍ଗ ବ୍ଲକସ୍ତରୀୟ କୃଷି ଯନ୍ତ୍ରପାତି ପ୍ରଦର୍ଶନୀ

ଡେଲାଙ୍ଗ ବ୍ଲକସ୍ତରୀୟ କୃଷି ଯନ୍ତ୍ରପାତି ପ୍ରଦର୍ଶନୀ ଡେଲାଙ୍ଗ, କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର( କୃଷି ବିଭାଗ) ଓ ଡେଲାଙ୍ଗ କୋଠବାଡ଼ ଗ୍ରାମ ପଞ୍ଚାୟତ ମିଳିତ ଆୟୋଜନରେ କୃଷି ଓ କୃଷକ ସଶକ୍ତିକରଣ ନେଇ ତଥା ଆଧୁନିକ ବୈଷୟିକ ଯନ୍ତ୍ର ପାତି ଓ ଜ୍ଞାନ କୌଶଳ ପ୍ରୟୋଗ କରି କୃଷି ର ବିକାଶ ଓ କୃଷକ ର ସମୃଦ୍ଧି ପାଇଁ ଶୁକ୍ରବାର ଡେଲାଙ୍ଗ କୋଠବାଡ଼ ପଂଚାୟତ ପରିସରରେ ଏକ ବ୍ଲକ ସ୍ତରୀୟ କୃଷି ଭିତ୍ତିକ ଯନ୍ତ୍ର ପାତି ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି | ଏହି ମେଳା ଉଦଘାଟନୀ ଉତ୍ସବରେ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ଦୀପକ କୁମାର ସାହୁ, ମଣ୍ଡଳ କୃଷି ଅଧିକାରୀ ମାନଷୀ ମୃଦୁଭାଷିନୀ ପଶାୟତ,କୃଷି ନିର୍ବାହୀ ଯନ୍ତ୍ରୀ ଶ୍ରୀକାନ୍ତ କୁମାର ପତି,ସହକାରୀ ଯନ୍ତ୍ରୀ ପାର୍ଥସାରଥୀ ମୂର୍ମୁ ,ସହକାରୀ କୃଷି ଅଧିକାରୀ ସନାତନ ସାହୁ,ଆତ୍ମା ର ସଭାପତି ମିନତୀ ସେନାପତି,ବୈଷୟିକ ପରିଚାଳକ ଜ୍ଞାନ ରଞ୍ଜନ ହରିଚନ୍ଦନ ପ୍ରମୁଖ ଯୋଗ ଦେଇଥିଲେ | ସ୍ୱାଇଁ ସପ୍ଲାଇ ଏଜେନ୍ସି, ଓମ ସାଇ ଟ୍ରେଡର୍ସ, ସାଇ ସପ୍ଲାଇ ଏଜେନ୍ସି, କରିସ୍ମା ମୋଟର୍ସ, ଫାର୍ମ ମେସିନାରୀ ପିପିଲି, ଶ୍ରୀଭିସ, ଖୋର୍ଦ୍ଧା, ଅନୁସୂୟା ଏଣ୍ଟ୍ରାପ୍ରାଇଜେସ, ଜଟଣୀ, ପ୍ରମୁଖ କୃଷି ଉପାଦକ ଯନ୍ତ୍ର ପାତି ବିକ୍ରେତା ଏଜେନ୍ସି ମାନେ ଏଠାରେ କ୍ଷୁଦ୍ର ଧାନ କଳ,ଧାନ କଟା ଯନ୍ତ୍ର, ଧାନ ଅମଳ ଯନ୍ତ୍ର, ପାଣି ଉଠା ଯନ୍ତ୍ର, ତେଲ ଅମଳ ଯନ୍ତ୍ର, ଘାସ କଟା ଯନ୍ତ୍ର, ଚାଷ ଲଙ୍ଗଳ, ମିନି ପୱାର ଟିଲର, ପାୱାର ଉଇଡ଼ର, ଗାତଖୋଳା ମେସିନ, ପେପର ପ୍ଲେଟ ମେସିନ, ଅଟା ମେସିନ ଆଦି ବିଭିନ୍ନ ପ୍ରକାର କୃଷି ଯନ୍ତ୍ର ପାତି ମେଳା ରେ ପ୍ରଦର୍ଶିତ କରିଥିଲେ | ସ୍ୱୟଂ ସହାୟକ ଗୋଷ୍ଠୀ,ମହିଳା, ପୁରୁଷ, ଓ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ କୃଷି ଯନ୍ତ୍ର ପାତି କ୍ରୟରେ ସ୍ୱତନ୍ତ୍ର ସରକାରୀ ରିହାତି ବ୍ୟବସ୍ଥା ରଖାଯାଇଛି ବୋଲି ବିଭିନ୍ନ ଫାର୍ମ ଏଜେନ୍ସି ମାନେ ଦର୍ଶାଇଥିଲେ |