ଡେଲାଙ୍ଗ ବ୍ଲକ ସ୍ତରୀୟ ଲୋକକଳା ଦିବସ ୨୦୨୩ ପାଳିତ

ଡେଲାଙ୍ଗ, ଓଡ଼ିଶାର ଲୋକକଳା, ଲୋକନୃତ୍ୟ ଓ ଲୋକସଙ୍ଗୀତର ପୁନରୁଦ୍ଧାର, ସଂରକ୍ଷଣ, ପ୍ରଚାର ପ୍ରସାର ଏବଂ କଳାକାର ମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ୨୦୧୯ ମସିହାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁନ ୧୪ ତାରିଖକୁ ‘ ଲୋକକଳା ଦିବସ’ ଭାବେ ପାଳନ କରିବା ପାଇଁ ଘୋଷଣା କରିଥିଲେ। ଚଳିତ ବର୍ଷ ଏହାକୁ ବ୍ଲକ ସ୍ତର, ଜିଲ୍ଲା ସ୍ତର, ନଗର ସ୍ତର ଏବଂ ରାଜ୍ୟ ସ୍ତରରେ ପାଳନ କରାଯାଉଥିବା ବେଳେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଡେଲାଙ୍ଗ କୋଠବାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଲୋକକଳା ଦିବସ ୨୦୨୩ ପାଳନ ହୋଇଯାଇଛି ଏହି ପରିପ୍ରେକ୍ଷୀରେ ଏମଆଇ ଅକ୍ଷୟ କୁମାର ସେଠିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧକ୍ଷା ବାସନ୍ତୀ ସାହୁ, ସମ୍ମାନିତ ଅତିଥିଭାବେ ବ୍ଲକ କଳା ସଂସ୍କୃତି ସଂଘ ସଭାପତି ତଥା ଗୋଷ୍ଟି ଉନ୍ନୟନ ଅଧିକାରୀ ଲାବଣ୍ୟେନ୍ଦୁ ମହାନ୍ତି, ବ୍ଲକ ଉପାଧ୍ୟକ୍ଷ ଦୁର୍ବାଷା ନିଶଙ୍କ, ସ୍ଥାନୀୟ ସରପଞ୍ଚ ଦୀପକ କୁମାର ସାହୁ, ବରିଷ୍ଟ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ, ସ୍ଥାନୀୟ ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ଚିତ୍ରସେନ ନିଶଙ୍କ,ବିଚାରକ ମଣ୍ଡଳୀ ଭାବେ ପ୍ରଫୁଲ୍ଲ ଚନ୍ଦ୍ର ମହାରଣା,ଦେବି ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ଅତିଥି ମାନେ ଲୋକକଳା ଦିବସ ଉପଲକ୍ଷେ ନିଜ ନିଜର ଅଭିଭାଷଣ ରଖିଥିଲେ ! ପ୍ରାରମ୍ଭରେ ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ସରୋଜ କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ ଓ ମଞ୍ଚ ସଂଯୋଜନା କରିଥିଲେ!ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡିଆ ଭାଷା ସାହିତ୍ୟ ଓ ଲୋକକଳା ଉପରେ ସଙ୍ଗୀତ ଓ ପାରମ୍ପାରିକ ଲୋକ ନୃତ୍ୟ ପ୍ରତିଯୋଗିତା ହେବା ସହ ଲୋକ ସଙ୍ଗୀତ, ନାମ ସଙ୍କୀର୍ତ୍ତନ, ପାଲା, ଦାସ କାଠିଆ,ଲୋକନାଟ୍ୟ, ନୃତ୍ୟ ସଂଗୀତ ଆଦି କ୍ଷେତ୍ରରେ କଳାକାର ମାନେ ନିଜ ନିଜର କଳା ଉକଷ୍ଠାତା ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଦାଶିବ ସ୍ୱାଇଁ,ପ୍ରଭଞ୍ଜନ ଭୋଳ,ଦାଶରଥି ପ୍ରଧାନ,ଅକ୍ଷୟ ନାୟକ,ବଟକୃଷ୍ଣ ମହାପାତ୍ର,ବିଶ୍ୱଜିତ ପ୍ରଧାନ,ପ୍ରମୋଦ କୁମାର ଜେନା, ଅର୍ଜୁନ ବେହେରା,ବେଣୁଧର ରଣା,ଆଦାଶ୍ୟା ସ୍ଥିତି ପ୍ରଜ୍ଞା ପ୍ରଧାନ, ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନ ସମେତ ଶତାଧିକ କଳାକାର ସାମିଲ ହୋଇଥିଲେ ! କଳାକାର ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ଫୁଲତୋଡ଼ା, ଉତ୍ତରୀୟ ଓ ପ୍ରସଂଶା ପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା ! ଏଥିରେ ବ୍ଲକ ଅଧିକାରୀ ଓ ବ୍ଲକ କଳା ସଂସ୍କୃତି ସଙ୍ଘ ର ସଦସ୍ୟ ମାନେ ସହଯୋଗ କରିଥିଲେ !ଶେଷରେ ବ୍ଲକ ଉପାଧ୍ୟକ୍ଷ ଦୁର୍ବାଷା ନିଶଙ୍କ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ !