ଡେଲାଙ୍ଗ ବ୍ଲକସ୍ତରୀୟ ନିଯୁକ୍ତି ଭିତିକ ଦକ୍ଷତା ପରାମର୍ଶ ଶିବିର

ଡେଲାଙ୍ଗ ,୨୦/୧୧ ଡେଲାଙ୍ଗ ବ୍ଲକ ସ୍ତରୀୟ ନିଯୁକ୍ତି ଭିତ୍ତିକ ଦକ୍ଷତା ପରାମର୍ଶ ଶିବିର ପୁରୀ ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ଦକ୍ଷତା ବିକାଶ ଅଥୋରିଟ ଆନୁକୂଲ୍ୟରେ ସୋମବାର ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ସ୍ଥିତ ବିଜୁ ପଟ୍ଟନାୟକ ସମ୍ମିଳନୀ ପ୍ରକୋଷ୍ଠରେ ଅନୁଷ୍ଟିତ ହୋଇଯାଇଛି | ଏହି ଶିବିରକୁ ବ୍ଲକ ଅଧକ୍ଷା ବାସନ୍ତୀ ସାହୁ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ | ଏହି ଉପଲକ୍ଷେ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଏବିଡିଓ ପ୍ରଦୀପ୍ତ କୁମାର ନାୟକ , ଉପାଧ୍ୟକ୍ଷ ଦୁର୍ବାଷା ନିଶଙ୍କ ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ ସୁବାଷ ଚନ୍ଦ୍ର ବେହେରା, ନିରାକାର ପ୍ରଧାନ, ପ୍ରଫେସର ୟଙ୍ଗ, ଭାରତ ସରକାର, ନୀଳକଣ୍ଠ ନାୟକ ଅଧ୍ୟାପକ, ସରକାରୀ ପଲ୍ଲିଟେକେନିକ, ସନାତନ ସାହୁ ସହକାରୀ ତାଲିମ ଅଧିକାରୀ, ପୁରୀ ଆଇ ଟି ଆଇ ପ୍ରମୁଖ ଯୋଗଦେଇ ଏହି ସରକାରଙ୍କ ନିଶୁକ୍ଳ ଆବାସିକ ବୈଷୟିକ ଦକ୍ଷତା ବିକାଶ ତାଲିମ ଯୋଜନା ମାଧ୍ୟମରେ ଆତ୍ମ ନିର୍ଭରଶୀଳ ହୋଇ ପାରିବେ ବୋଲି ପରାମର୍ଶ ଦେବା ସହ ଶୀବୀରାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ ।୧୮ରୁ୩୫ ବର୍ଷ ଯୁବକ ଯୁବତୀ ମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ,ଭାରତ ଓ ଓଡ଼ିଶା ସରକାରଙ୍କ ଅଭିନବ ବ୍ୟବସ୍ଥା, ରହିବା, ଖାଇବା ଓ ଟ୍ରେନିଙ୍ଗ ସମ୍ପୂର୍ଣ୍ଣ ମାଗଣା ଏବଂ ନିଶ୍ଚିତ ଚାକିରୀ ର ସୁଯୋଗ ଦେବା ନେଇ ସିପେଟ ସିଏସ ଟି ଏସ ଭୁବନେଶ୍ୱର ,ସିପେଟ (ପିପିଇସୀ ) ପାରାଦୀପ,ବିପିଆଇଟି ଭୁବନେଶ୍ୱର, ବିଶ୍ୱ ଦକ୍ଷତା କେନ୍ଦ୍ର ଭୁବନେଶ୍ୱର, ଯଶୋଦା ଫାଉଣ୍ଡେସନ, ପୁରୀ ସରକାରୀ ଆଇଟିଆଇ, ପୁରୀ ପଲ୍ଲିଟେକେନିକ, ଗ୍ରାମ ତରଙ୍ଗ ,ଏହି ଦଶ ଗୋଟି ନିୟୋଜନ କମ୍ପାନୀ ସିଲେଇ ଶିକ୍ଷା ,ସୁଇଁଗ ମେସିନ ଅପରେଟର ,ବିପିଓ ଶିକ୍ଷା, ହସ୍ପିଟାଲିଟି, ହୋଟେଲ ମ୍ୟାନଜମେଣ୍ଟ, ଇଲେକେଟ୍ରିକାଲ, ମେକେନିକାଲ,ସିଭିଲ ଇଞ୍ଜିନିଅର, ଫିଟର, ଟର୍ନର, ପ୍ଲାଷ୍ଟିକ ପ୍ରୋସେସିଂ ଅପେରେଟର, ମେସିନିଷ୍ଟ, ଓଲେଡ଼ର ଫୁଡ ଆଣ୍ଡ ବେଭେରଯେ ସର୍ଭିସେସ, ହେୟାର ଫ୍ୟାସନ ଆଣ୍ଡ ଡିଜାଇନ, ବୁଟି ଓଏଲନେସ ଆଣ୍ଡ ସ୍ପା, ଏୟାର କଣ୍ଡିସନ ଆଣ୍ଡ ରେଫ୍ରିଜରେସନ,ଆଦି ବିଷୟରେ ପ୍ରଶିକ୍ଷଣ ନେବା ପାଇଁ ପରାମର୍ଶ ଓ ଚୟନ କରାଯାଇଥିଲା । ଡେଲାଙ୍ଗ ବ୍ଲକର ୨୧ଟି ପଞ୍ଚାୟତ ରୁ ଶତାଧିକ ବେରୋଜଗାର ଯୁବକ ଯୁବତୀ ଏହି ଶିବିରରେ ନାମ ପଞ୍ଜୀକରଣ କରିଥିଲେ । ଶେଷରେ ଉପାଧ୍ୟକ୍ଷ ଦୁର୍ବା୍ଷା ନିଶଙ୍କ ଧନ୍ୟବାଦ ଅର୍ପଣ କରିଥିଲେ।