ଆଖୁଆପଦାରେ ବ୍ୟାରେଜ ନିର୍ମାଣ ଓ ବନ୍ୟା ସୁରକ୍ଷା ଦାବି;ବିଜେପି ପକ୍ଷରୁ ଅଭିଯାନ ।

ଭଣ୍ଡାରିପୋଖରୀ,୨୬/୭: ଆଖୁଆପଦାରେ ବୈତରଣୀ ନଦୀର ଆନିକଟକୁ ବ୍ୟାରେଜରେ ପରିରତ କରିବା ସହ ଉପକୂଳବର୍ତ୍ତୀ ଗ୍ରାମଗୁଡିକୁ ବନ୍ୟା ସୁରକ୍ଷା ଦାବିରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ସୋମବାର ଅଭିଯାନ ଆରମ୍ଭ କରାଯାଇଛି । ୨୦୨୦ ମସିହାରେ ବିଜେପି ପକ୍ଷରୁ ବ୍ୟାରେଜ ନିର୍ମାଣ ଦାବି କରାଯାଇ ଦସ୍ତଖତ ସଂଗ୍ରହ କରାଯାଇଥିଲା । କେଉଁଝର ଜିଲ୍ଲାର ଆନନ୍ଦପୁର ବ୍ୟାରେଜ ସମକକ୍ଷ ଆଖୁଆପଦାର ପ୍ରସ୍ତାବିତ ବ୍ୟାରେଜ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ରହିଛି । କୃଷି ଓ ବନ୍ୟା ନିୟନ୍ତ୍ରଣ ପାଇଁ ଉପଯୋଗୀ ଏହି ବ୍ୟାରେଜ ନିର୍ମାଣକୁ ରାଜ୍ୟ ସରକାର ଅଣଦେଖା କରିଆସୁଛନ୍ତି । ସ୍ଥାନୀୟ ଜନପ୍ରତିନିଧିଙ୍କ ଉଦାସୀନତା ଯୋଗୁଁ ଜିଲ୍ଲାବାସୀଙ୍କ ଏହି ଦାବି ରାଜ୍ୟ ସରକାରଙ୍କ ନିକଟରେ ପହଞ୍ôଚ ପାରୁ ନାହିଁ । ଏବେ ଏହି ଅଭିଯାନକୁ ସକ୍ରିୟ କରାଯାଇଛି । ଏଥିନେଇ ଦଳ ପକ୍ଷରୁ ଗତ ସପ୍ତାହରେ ବ୍ୟାପକ ଆନ୍ଦୋଳନ ପାଇଁ ସୂଚନା ପ୍ରଦାନ କରାଯାଇଥିଲା । ପୂର୍ବ ଘୋଷଣା ଅନୁଯାୟୀ ଶ୍ରୀ ଧଳଙ୍କ ନେତୃତ୍ୱରେ ମଣ୍ଡଳ ସଭାପତି ପ୍ରଫୁଲ୍ଲ ସାହୁ, ମୁକୁନ୍ଦ ମଲ୍ଲିକ, ଜିଲ୍ଲାସମ୍ପାଦିକା ତପସ୍ୱନୀ ମହାପାତ୍ର, ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ସୁରେଶ ଦାସ, ପ୍ରଦ୍ୟୁମ୍ନ ସେନାପତି, ସୁଶ୍ରୀ ସଙ୍ଗୀତା ସାହୁ, ପ୍ରବୀଣ ରାଉତ, ବସନ୍ତ ବାରିକ, ଭୈରବ ନାୟକ, କାହ୍ନୁଚରଣ ଜେନା, କହ୍ନେଇ ଜେନା, ରମେଶ ସାହୁ, ବୁଦ୍ଧିରାମ ସାହୁ, ସୁଶାନ୍ତ ପୃଷ୍ଟି, ଶେଖ ସାଜାରୁଦ୍ଦିନ, ଶୁଭାଶିଷ ରାଉତ, ସନ୍ତୋଷ ଜେନା, ସ୍ୱରାଜ ମହାପାତ୍ର, ସତ୍ୟରଞ୍ଜନ ରାୟ ପ୍ରମୁଖ ବଳିପୁର ଠାରେ ବୈତରଣୀ ଆରତୀ କରି ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ସ୍ଥାନୀୟ ବଳିପୁର, ବନ୍ଦାଳୋ, ମଢିଆଳି, ଖପୁରିଆପଦା, ବାବଲପୁର, ଦାଦେଶ୍ୱର, ଝୁଟୁଣା, ବନସ୍ତା ତରେଇସାହି ଆଦି ଅସୁରକ୍ଷିତ ଗ୍ରାମଗୁଡିକୁ ବନ୍ୟା ସୁରକ୍ଷା ଦେବା ପାଇଁ ଦାବି କରିଥିଲେ । ଏଡା ସହ କଣ୍ଟିଘାଇ ଓ ବାଲିପୋଖରୀ ଏସକେପର ସ୍ଥାୟୀ ନିର୍ମାଣ ପାଇଁ ମଧ୍ୟ ଦାବି କରାଯାଇଥିଲା । ଏହି ଅଭିଯାନ କ୍ରମାଗତ ଭାବେ ପରିଚାଳିତ ହୋଇ ବ୍ଲକ ଅଞ୍ଚଳରେ ଥିବା ନଦୀର ଶେଷସୀମାବର୍ତ୍ତି ଗ୍ରାମରେ ସମାପ୍ତ ହେବ ବୋଲି ସୂଚନା ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *