ସୁପ୍ରିମକୋର୍ଟ ପହଞ୍ଚିଲା ରେଳ ଦୁର୍ଘଟଣା ଯାଞ୍ଚ ମାମଲା

ନୂଆଦିଲ୍ଲୀ,୪।୬: ଓଡ଼ିଶାର ବାଲେଶ୍ୱରରେ ହୋଇଥିବା ବଡ ଧରଣର ରେଳ ଦୁର୍ଘଟଣା ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ବିଶାଲ ତିଓ୍ବାରୀ ନାମକ ଜଣେ ଓକିଲ ଏହି ମାମଲାକୁ ନେଇ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଏହି ଆବେଦନରେ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ‘କବଚ’ ସିଷ୍ଟମକୁ ଯଥାଶୀଘ୍ର ଲାଗୁ କରିବାକୁ ଦାବି କରାଯାଇଛି।

ଏହାସହ ପୂର୍ବତନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଯାଞ୍ଚ ଆୟୋଗ ଗଠନ କରିବାକୁ ଦାବି କରାଯାଇଛି। ଏହା ବ୍ୟତୀତ ରେଲଓ୍ବେ ସୁରକ୍ଷାକୁ ନେଇ ବି ପୂର୍ବତନ ବିଚାରପତିଙ୍କ ଅଧ୍ୟକ୍ଷତାରେ ବିଶେଷଜ୍ଞ କମିଟି ଗଠନ କରିବାକୁ ଦାବି କରାଯାଇଛି।

ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ୱର ବାହାନଗାରେ ହୋଇଥିବା ରେଳ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯୦୦ ଆହତ ହୋଇଥିବା କୁହାଯାଇଛି। ରେଳ ଦୁର୍ଘଟଣା ପରେ ୩୬ ଘଣ୍ଟା ବିତି ଯାଇଥିବା ବେଳେ ଏବେବି ୧୦୦ରୁ ଅଧିକ ମୃତଦେହର ପରିଚୟ ମିଳୁନି । ଏପଟେ ଅଧିକାଂଶ ଗୁରୁତର ଆହତ ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *