ଜୋର୍ ଧରୁଛି ଘୁମୁସର ଜିଲ୍ଲା ଦାବୀ

ଦୀର୍ଘ ଦିନରୁ ଘୁମୁସର ବାସୀଙ୍କ ଘୁମୁସର ଜିଲ୍ଲା ଦାବିକୁ ସରକାରୀ ସ୍ତରରେ ପ୍ରତ୍ୟାଖ୍ୟାନ କରିବା ଦେଖାଦେଉଛି। ପଦ୍ମପୁର ଭଳି ଏକ ଛୋଟ ଉପଖଣ୍ଡକୁ ଆଠ ମାସ ତଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ପଦ୍ମପୁର ଉପନିର୍ବାନରେ ଘୋଷନା କରିଥିଲେ। କିନ୍ତୁ ଆଜି ସୁଦ୍ଧା ଜିଲ୍ଲା ଗଠନ କାର୍ଯ୍ୟ ଆରମ୍ଭ ହୋଇ ପାରିଲା ନାହିଁ। କିନ୍ତୁ କିଛି ଦିନ ତଳେ ବିଧାନସଭାରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଏଯାବତ୍ ୨୫ ରୁ ଉର୍ଦ୍ଧ୍ବ ଜିଲ୍ଲା ଗଠନ ନେଇ ଦାବି ଆସିଛି ବୋଲି ଉଲ୍ଲେଖ କରିଥିଲେ।

ଜିଲ୍ଲା ଗଠନ ଦାବିରେ ସବୁଠୁ ଆଗରେ ରହିଛି ଘୁମୁସର ଜିଲ୍ଲା। ଗଞ୍ଜାମ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଠାରୁ ଦୂରତା, ଭୌଗଳିକ ସ୍ଥିତି, ଜନସଂଖ୍ୟା ଦୃଷ୍ଟିରୁ ଘୁମୁସର ସମସ୍ତ ମାପଦଣ୍ଡ ପୂରଣ କରୁଅଛି। ଏଥିପାଇଁ ପୂର୍ବରୁ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ନିର୍ଭର ଯୋଗ୍ୟ ପ୍ରତିଶ୍ରୁତି ବଳରେ, ପୂର୍ବତନ ଜିଲ୍ଲାପାଳ ଭିକେ ପାଣ୍ଡ୍ୟାନ ଘୁମୁସର ଉପଖଣ୍ଡକୁ ଜିଲ୍ଲା ଗଠନକୁ ସୁପାରିଶ କରିଥିଲେ। କିନ୍ତୁ ଦୁଃଖର ବିଷୟ ଘୁମୁସର ଠାରୁ ଛୋଟ ଭୁଖଣ୍ଡକୁ ଜିଲ୍ଲା ମାନ୍ୟତା ଦେଇ ଘୁମୁସର କୁ ଅଣଦେଖା କରିବା ଘୁମୁସର ବାସୀଙ୍କ ପ୍ରତି ଅନ୍ୟାୟ ହେଉଛି ବୋଲି ବୁଦ୍ଧିଜୀବୀ ମହଲରେଅସନ୍ତୋଷ ପ୍ରକଟ ହୋଇଛି।
ଏହାକୁ ଦୃଷ୍ଟିରେ ରଖି କିଛି ଘୁମୁସର ଅଞ୍ଚଳର ବୁଦ୍ଧିଜୀବୀ, ଯୁବଗୋଷ୍ଠୀ ଙ୍କୁ ନେଇ ଘୁମୁସର ବାହିନୀ ଗଠନ କରାଯାଇ ଘୁମୁସର ଜିଲ୍ଲା ପାଈଁ ଲଢେଇ ଜୋର୍ ଧରିଛି। ଘୁମୁସର ବାହିନୀ ପକ୍ଷରୁ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରତିଯୋଗିତା, ଚିଠି ଲେଖା ଅଭିଯାନ ସହ ରାସ୍ତାରୋକ ମଧ୍ୟ କରାଯାଇଛି। ପ୍ରଥମେ ଭଞ୍ଜନଗର ଓ ଯଥାକ୍ରମେ ଜଗନ୍ନାଥପ୍ରସାଦ, ସୋରଡ଼ା ପରେ ଆଜି ବେଳଗୁଣ୍ଠା ବନ୍ଦ କରାଯାଇଥିଲା। ମେଡିକାଲ, ଔଷଧ ଦୋକାନ ଆମ୍ବୁଲାନ୍ସ ସେବା ଭଳି ଜରୁରୀ କାଳୀନ ସେବାକୁ ଏଥିରୁ ବାଦ୍ ଦିଆଯାଇଛି। ବେଲାଗୁଣ୍ଠା ବନ୍ଦ ପାଳନକୁ ବଣିକ ସଂଘ, ପ୍ରେସ କ୍ଲବ, ଘୁମୁସର ମିଳିତ କ୍ରିୟନୁଷ୍ଠାନ କମିଟି , ବିପଦର ବନ୍ଧୁ ଭଳି ଅନେକ ସ୍ବେଛସେବୀ ସଂଗଠନ ସମର୍ଥନ କରି ସଫଳ କରିଥିଲେ। ସକାଳ ୬ ଟା ଠାରୁ ବେଲଗୁଣ୍ଠl ଠାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା। ଘୁମୁସର ବାହିନୀ ତରଫରୁ ଦୋକାନ ବଜାର, ସ୍କୁଲ, କଲେଜ ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ କରାଯାଇଛି। ଏହି ବନ୍ଦ ଡାକରାକୁ ଘୁମୁସର ବାହିନୀର ସମସ୍ତ କର୍ୟକର୍ତା ଉପସ୍ଥିତ ରହି ସଫଳ କରିଥିଲେ।

Leave a Reply

Your email address will not be published. Required fields are marked *