ଜିଲ୍ଲା ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଦାବି ପତ୍ର

ରାୟଗଡା ଜିଲ୍ଲା ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦୁଇଟି ଦାବି ପତ୍ର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଭଜନ ଲାଲ ମାଝୀଙ୍କୁ ପ୍ରଦାନ କରାଯାଇଛି । ପଛୁଆ ବର୍ଗ ସର୍ବେକ୍ଷଣ ନିମନ୍ତେ ଅଙ୍ଗନବାଡି କର୍ମୀମାନଙ୍କୁ ଦାୟିତ୍ବ ଦିଆ ଯିବା ନେଇ ରାଜ୍ୟ ସରକାର ଚିଠି କରିଥିବା ସତ୍ତ୍ଵେ ଜିଲ୍ଲାରେ କିଛି ପ୍ରାଥମିକ ଶିକ୍ଷକଙ୍କୁ ଏହି କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ଶିକ୍ଷକମାନଙ୍କୁ ଉକ୍ତ କାର୍ଯ୍ୟରୁ ବାଦ୍ ଦେବାକୁ ସଂଘ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି । ସେହିପରି ପଦୋନ୍ନତି ସମୟରେ ଶାରୀରିକ ଅକ୍ଷମ, ଶିକ୍ଷୟିତ୍ରୀ ଓ ଅତ୍ୟଧିକ ରୋଗାକ୍ରାନ୍ତଙ୍କୁ ଅଗ୍ରାଧିକାର ଦେବା, ବ୍ଲକ ସ୍ତରରେ କାଉନସିଲଙ୍ଗି କରିବା । ଚାକିରିରେ ପ୍ରବେଶ ଦିନକୁ ଧରି ପଦୋନ୍ନତି ଦେବା, ବିଦ୍ୟାର୍ଥୀ – ଶିକ୍ଷକ ଅନୁପାତରେ ଅନ୍ୟତ୍ର ବଦଳି ଆଦି ଦାବି ପ୍ରଦାନ କରଯାଇଛି । ବିଗତ ବର୍ଷ ପରି ଏଲ ଭି ଏ ରୁ ଏଲ ଭି ବି କୁ ପଦୋନ୍ନତି ପାଇବାକୁ ଥିବା ଶିକ୍ଷକଙ୍କୁ ସେହି ବିଦ୍ୟାଳୟରେ ଦେବା ଆଦି ଦାବି କରିଛନ୍ତି । ଦାବି ପ୍ରଦାନ ସମୟରେ ସଂଘର କାର୍ଯ୍ୟକାରି ସଭାପତି ଶ୍ରୀ କରୁଣାକର ମାଝୀ, ସାନନ୍ଦ ବେନିଆ, ଉପସଭାପତି ପ୍ରଣତି ହୀମିରିକା, ସାଧନା ପ୍ରଧାନ, କୋଷାଧ୍ୟକ୍ଷ ଆନନ୍ଦ ତାଡ଼ିଙ୍ଗି, ଅର୍ଥ ସମୀକ୍ଷକ ସରୋଜ ନାୟକ, ଦୀପକ ସାହୁ, ସୁରେଶ ପଟ୍ଟନାୟକ, ଗଙ୍ଗା ରାଜ ବ୍ରହ୍ମା ଓ ପ୍ରମୋଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *