ଅମଲା ସଂଘ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର

ଓଡିଶା ଅମଲା ସଂଘ, ଓଡିଶା ରାଜସ୍ୱ ଅମଲା ସଂଘ, ଓଡିଶା ଟ୍ରେଜେରୀ ଅମଲା ସଂଘ ଓ ଓଡିଶା ସବରେଜିଷ୍ଟର ଅମଲା ସଂଘ ମାନଙ୍କୁ ନେଇ ଗଠିତ ଜିଲ୍ଲା ସ୍ତରୀୟ ଅମଲା ମଞ୍ଚର ଆହ୍ଵାନକ୍ରମେ କେତେକ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆଜି ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଶିକ୍ଷ୍ୟାଗତ ଯୋଗ୍ୟତା ଓ ନ୍ୟସ୍ତ କାର୍ଯ୍ୟଭାର ଅନୁଯାଇ କନିଷ୍ଠ ସହାୟକ/ କନିଷ୍ଠ ରାଜସ୍ୱ ସହାୟକ ମାନଙ୍କର ମୂଳଦରମା ଲେବୁଲ–୯ କୁ ଫିକ୍ସ କରିବା ପାଇଁ ସମସ୍ତ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କର କେବଳ ଏକମାତ୍ର ଦାବି ବୋଲି ମଞ୍ଚର ଅଧକ୍ଷ୍ୟ ଶ୍ରୀ ମହେନ୍ଦ୍ର କୁମାର ମହାପାତ୍ର ଓ ଆବାହକ ଶ୍ରୀ ପ୍ରଣବ କୁମାର ଚିନରା ପ୍ରକାଶ କରିଥିଲେ। ସରକାର ଯଦି ଏହି ଦାବି ପୁରଣରେ ଟାଳଟୁଳ ନୀତି ଅବଲମ୍ବନ କରନ୍ତି, ତେବେ ଆଗାମୀ ଦିନରେ ସମସ୍ତ ଜିଲ୍ଲା ସ୍ତରୀୟ ଅମଲା ସମୂହ ଛୁଟିରେ ରହି ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି । ପୁରୀ ଜିଲ୍ଲାରେ ପ୍ରାୟ ୨୫୦ ରୁ ୩୦୦ ଜିଲ୍ଲା ସ୍ତରୀୟ ଅମଲା ଏହି ଶୋଭାଯାତ୍ରାରେ ସାମିଲ ହୋଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ।