ପର୍ଯ୍ୟଟନ ଅଧିକାରୀ ଅତିରିକ୍ତ ଦାୟିତ୍ଵ ନେଲେ ବିଏମ୍ସି ଡେପୁଟି କମିଶନର
![](https://teerthkhetra.com/wp-content/uploads/2023/08/WhatsApp-Image-2023-08-10-at-9.56.54-PM-1024x577.jpeg)
ବ୍ରହ୍ମପୁର, (ପିବି ନ୍ୟୁଜ୍): ଗଞ୍ଜାମ ଜିଲ୍ଲା ପର୍ଯ୍ୟଟନ ଅଧ୍ୟାକାରୀ ଭାବେ ଅତିରିକ୍ତ ଦାୟିତ୍ଵ ନେଇଛନ୍ତି ବ୍ରହ୍ମପୁର ମହାନଗର ନିଗମ ଡେପୁଟି କମିସନର ବିନୋଦ ବେହେରା ହିଲପାଟଣା ସଂସ୍କୃତି ଭବନ ପରିସରରେ ଥିବା ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟରେ ବ୍ରହ୍ମପୁର ଅତିରିକ୍ତ ତହସିଲଦାର ତଥା ଭାପ୍ରାପ୍ତ ଅଧିକାରୀ ପ୍ରିୟଙ୍କା ନାହାକ ଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି। ଆଜି ସଂସ୍କୃତି ଭବନ ପରି ସରରେ ଥିବା ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟରେ ଗଞ୍ଜାମ ଜିଲ୍ଲା ହୋଟେଲ ଆସୋସିଏସନ୍ ସଂଘ ସଭାପତି ଇଂ. ଉମାଶଙ୍କର ପାଣିଗ୍ରାହୀ, ପର୍ଯ୍ୟଟନ ଭାରତର ସମ୍ପାଦକ ନାରାୟଣ ମହାଙ୍କୁଡ଼ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ର ସଦସ୍ୟ ଶ୍ରୀ ଅନିଲ ପତ୍ର ପ୍ରମୁଖ ଶ୍ରୀ ବେହେରାଙ୍କୁ ସାକ୍ଷାତ କରି ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକର ବିକାଶ ଦିଗରେ ଆଲୋଚନା କରିଥିଲେ । ଗଞ୍ଜାମ ଜିଲ୍ଲାରେ ପର୍ଯ୍ୟଟନ ରେ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ ହେବ ପର୍ଯ୍ୟଟନ କ୍ଷେତ୍ରରେ ସେଭଳି ଆଖୁ ଦୃଶିଆ ଉନ୍ନତି କାମ ହୋଇପାରି ନାହିଁ । ଶ୍ରୀ ବେହେରା ପର୍ଯ୍ୟଟନ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ବ ଗ୍ରହଣ କରିବା ପରେ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ଦିଗରେ ଗୁରୁତ୍ଵ ଦେବେ ବୋଲି କହିଛନ୍ତି । ଜିଲ୍ଲାରେ ୨୨ ଗୋଟି ପର୍ଯ୍ୟଟନ ସ୍ଥଳୀ ରହିଛି । ଯେଉଁ ପ୍ରମୁଖ ପର୍ଯଟନ ସ୍ଥଳୀ ଗୁଡ଼ିକ ଅବହେଳିତ ହୋଇ ରହିଛି ତାର ବିକାଶ ଉପରେ ଗୁରୁତ୍ଵ ଦେବେ କହିଥିଲେ। କିପରି ଏହି ସ୍ଥାନଗୁଡ଼ିକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇପାରି ନାହିଁ ସେଗୁଡ଼ିକର ବିକାଶ କରାଯିବା ସହ ତାହାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ ଦିଗରେ ମଧ୍ୟ ସେ ପଦକ୍ଷେପ ନେବେ ବୋଲି କହିଛନ୍ତି ।ଆଗାମୀ ଦିନରେ ବିଶ୍ଵ ପର୍ଯଟନ ଦିବସ ଜିଲ୍ଲା ସ୍ତରୀୟ ପାଳନ କରାଯିବ। ଆସନ୍ତା ଅକ୍ଟୋବର ଏବଂ ଡିସେମ୍ବର ମାସରେ ଦୁଇଟି ପର୍ଯ୍ୟାୟରେ ଜିଲ୍ଲାରୁ ଦୁଇ ହଜାରରୁ ଉର୍ଦ୍ଧ ବରିଷ୍ଠ ନାଗରିକଙ୍କୁ ନେଇ ଦୁଇଟି ତୀର୍ଥଯାତ୍ରା ଟ୍ରେନ୍ ଯିବ । ସେମାନଙ୍କୁ ସମସ୍ତ ସୁଧା ସୁଚାରୁ ରୂପେ ଯୋଗାଇ ଦେବା ଦିଗରେ ପଦକ୍ଷେପ ନେବେ । ଜିଲ୍ଲାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ କମିବାରେ ଲାଗିଛି। ଏଣୁ ବେଳାଭୂମି ଗୁଡ଼ିକର ବିକାଶ ସହିତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ସ୍ୱତନ୍ତ୍ର ଦୃଷ୍ଟି ଦେବେ ଏହା ସହିତ ବ୍ରହ୍ମପୁର ଷ୍ଟେସନ ସମେତ ଜିଲ୍ଲାର ପ୍ରମୁଖ ସ୍ଥାନ ମାନଙ୍କରେ ବାହାର ଜିଲ୍ଲା କମ୍ବା ରାଜ୍ୟରୁ ପର୍ଯ୍ୟଟକଙ୍କ ପାଇଁ ଜିଲ୍ଲାର ପର୍ଯ୍ୟଟନ ଫଳକ ଲାଗିବ ବୋଲି ଦାୟିତ୍ୱ ଗ୍ରହଣ ଶ୍ରୀ ବେହେରା କହିଛନ୍ତି।