ନଦୀବନ୍ଧ ନବୀକରଣ ଓ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ୱେ ଅବସ୍ଥା ଶୋଚନୀୟ

ଗୋପ :- 27/06/2023 ଗୋପ ବ୍ଲକ ମଧ୍ୟ୍ୟ ଦେଇ କୁଶଭଦ୍ରା ନଦୀ ପ୍ରଭାହିତ ହେଉଥିବା ସ୍ଥଳେ ନଦୀରେ ବନ୍ୟା ଆସିଲେ ନଦୀକୁଳିଆ ଲୋକମାନେ ଭୟଭୀତ ଅବସ୍ଥାରେ ରୁହନ୍ତି l କାରଣ ବିଗତ 2011 ମସିହାରେ କୁଶୁପୁର ଠାରେ ଓଡିଶା ର ବଡ଼ ଘାଇ ହୋଇ ଅନେକ ଧନଜୀବନ ନଷ୍ଟ ହୋଇଥିଲା l ଉକ୍ତ ସ୍ଥାନ ଠାରେ ସୃଷ୍ଟି ହୋଇଥିବା ଘାଇ ଯାହା ରାଜ୍ୟ ଠାରୁ ଜାତୀୟ ଗଣମାଧ୍ୟମ ରେ ପ୍ରସାରିତ ହେବା ସହ ଜାତୀୟ ବିପତ୍ତି ର ଆଖ୍ୟା ପାଇଥିଲା l ସେବେ ଠାରୁ ଉକ୍ତ ନଦୀରେ ଅନେକ ଥର ନଦୀରେ ବନ୍ୟା ଆସିଲାଣି ଆଉ ସ୍ଥାନେ ସ୍ଥାନେ ଛୋଟ ଓ ବଡ଼ ଘାଇ ମଧ୍ୟ୍ୟ ହେଇଛି l ଏଣୁ ଏଥିପାଇଁ ରାଜ୍ୟ ସରକାର ଙ୍କ ତରଫରୁ ନଦୀ ବନ୍ଧ ର ସୁରକ୍ଷା ଓ ନବୀକରଣ ନିମନ୍ତେ ପ୍ରତି ବର୍ଷ କୋଟି କୋଟି ଟଙ୍କା ବ୍ୟୟ ବରଦା ହୋଇଥାଏ l କିନ୍ତୁ ଦୁଃଖ ଓ ପରିତାପର ବିଷୟ ଟି ହେଊଛି ଯେତେଥର ବନ୍ଧ ମରାମତି ହେଊଛି,ଅବା ନବୀକରଣ ହେଊଛି, କିମ୍ବା ବନ୍ଧ ପ୍ରସସ୍ତିକରଣ ହୋଇଛି ସେଥିପାଇଁ ପାଣି ଭଳି ଅର୍ଥ ଖର୍ଚ୍ଚ ହେଊଛି ସତ l କିନ୍ତୁ ପୂର୍ବରୁ ନଦୀ ବନ୍ଧ ଯେଉଁଭଳି ଅସୁରକ୍ଷିତ ଥିଲା ଆଜି ବି ଠିକ ସେହି ଭଳି ଅବସ୍ଥାରେ ପଡ଼ିରହିଛି l କାର୍ଯ୍ୟ ହେଉଥିବା ସମୟରେ ଯଦି ବିଭାଗୀୟ ଯନ୍ତ୍ରୀ କିମ୍ବା ବରିଷ୍ଠ ଅଧିକାରୀ ଉପସ୍ଥିତ ରହୁଥାନ୍ତେ ତେବେ ସମସ୍ୟା ସୃଷ୍ଟି ହୁଅନ୍ତା କାହିଁକି ? ସାଧାରଣ ରେ ବି ଚର୍ଚ୍ଚା ହେଊଛି ଯେ କେତେପରଣରେ ପିସି କାରବାର ହେଊଛି ଯେ ନଦୀ ବନ୍ଧ ଅସୁରକ୍ଷିତ ରହୁଛି l ନଦୀ ବନ୍ଧ ର ସୁରକ୍ଷା ଓ ରକ୍ଷଣ ବ୍ୟକ୍ଷଣ ଆଦି କାର୍ଯ୍ୟ ରାଜ୍ୟ ସରକାର ଙ୍କ ଅଧିନସ୍ଥ ଜଳସେଚନ ବିଭାଗ ଦ୍ଵାରା ହିଁ କରାଯାଇଥାଏ l ତାହା ପୁଣି ବର୍ଷକେ ଥରେ ଯେତେବେଳେ ନଦୀ ରେ ବନ୍ୟା ସେତେବେଳେ ବିଭାଗୀୟ ଅଧିକାରୀ ମାନେ ଦୁଷ୍ଟିଗୋଚର ହୁଅନ୍ତି l ଅବଶିଷ୍ଟ ସମୟରେ ବିଭାଗୀୟ ଅଧିକାରୀମାନେ ଗୋପ ରେ ଥିବା କାର୍ଯ୍ୟାଳୟ ରେ ରୁହନ୍ତି ନାହିଁ l ଅନ୍ୟ ପକ୍ଷରେ ମଧ୍ୟ୍ୟ ବିଭସଗୀୟ ଅଧିକାରୀ ଗୋପ ରେ ଥିବା କାର୍ଯ୍ୟାଳୟ ରେ ରହୁନଥିବା ଯୋଗୁ ଅଧିନସ୍ଥ ତଳ କର୍ମଚାରୀ ମାନଙ୍କୁ କଙ୍କଡା କୁ ଗୋଳି ପାଣି ସଦୃଶ ପରି ହୋଇଥାଏ l ନଦୀ ବନ୍ଧ ର ଉଭୟ ପାର୍ଶରେ ଯେଉଁଠି ଜନ ବସତି ଅଞ୍ଚଳ ରହିଥାଏ ବନ୍ଧର ଭିତର ଓ ବାହାର ପଟ କୁ ପରିଷ୍କାର କରିବା କଥା l ପରିଷ୍କାର ରହିଲେ ବନ୍ଧରେ ଯଦି କେଉଁଠି ଗଳିଆ ପଡେ ତେବେ ତୁରନ୍ତ ତାର ପ୍ରତିକାର ହୋଇଥାଏ l କିନ୍ତୁ ଏ ସବୁ କ୍ଷେତ୍ରରେ କୌଣସି ବିଭାଗୟୀ ଅଧିକାରୀ ତତ୍ପରତା ହୁଅନ୍ତି ନାହିଁ l ଏବେ ତ ବାହାଣିଆ ଠାରୁ ବଳରାମ ବାଦୀ ପର୍ଯ୍ୟନ୍ତି ଜନ ବସତି ଅଞ୍ଚଳ ଥିବାରୁ ବନ୍ଧ ଭିତର ଓ ବାହାର ପଟରେ ଜଙ୍ଗଲ ହୋଇ ବନ୍ୟା ଜନ୍ତୁ ସବୁ ରହିଲେଣି l ଠିକ ଅପାର ପାର୍ଶ୍ୱ ବେଣିପୁର ରାଉତ ସାହି ଠାରୁ ଖଣ୍ଡିଆଖୁଦ ପର୍ଯ୍ୟନ୍ତ ବନ୍ଧରେ ଜଙ୍ଗଲ ହୋଇ ମଝିରେ ମଝିରେ ବଡ଼ ବଡ଼ ଗର୍ତ୍ତ ହୋଇ ବନ୍ଧ ଫାଟି ଆଁ କଲାଣି l ଏ ସମ୍ପର୍କରେ ଗୋପ ସୁରକ୍ଷା ମଞ୍ଚ ର ସଭାପତି ଗୋପ ଜଳସେଚନ ବିଭାଗ ଯନ୍ତ୍ରୀ ସଂଗ୍ରାମ ମହାନ୍ତି ଙ୍କୁ ନଦୀ ବନ୍ଧ ର ସମସ୍ୟା ସମ୍ପର୍କ ରେ ଫୋଟୋ ଓ ଭିଡିଓ ଉତ୍ତଳନ କରି ଅଧିକାରୀଙ୍କୁ ଫୋନ ରେ ସୂଚିତ କରିବା ସହିତ ତାଙ୍କ ୱାଟ୍ସଅପ ନମ୍ବର କୁ ପଠାଇଛନ୍ତି l ଆଉ ମହାନ୍ତି ମଧ୍ୟ୍ୟ କହିଛନ୍ତି ମୁଁ ଆଜ୍ଞା ଦେଖୁଛି ବୋଲି l ଯଦି ସମୟ ଥିବା ପୂର୍ବରୁ ଉକ୍ତ ସମସ୍ୟା ର ବିହିତ ଗ୍ରହଣ କରାନଯାଏ ତେବେ 2022 ରେ ହୋଇଥିବା ଖଣ୍ଡିଆକୁଦ ଘାଇ ର ପୁନରାବୃତ୍ତି ନ ହେଵ ତାହା କିଏ କହିବ l ତୁରନ୍ତ ନଦୀବନ୍ଧ ସ୍ଥାୟୀ ସୁରକ୍ଷା ବ୍ୟବସ୍ତା ପ୍ରତି ଜିଲ୍ଲାପାଳ ପୁରୀ ଦୁଷ୍ଟି ଦେବାକୁ ସୁରକ୍ଷା ମଞ୍ଚର ସଭାପତି ଓ 11 ନମ୍ବର ଜୋନ ର ଜିଲ୍ଲାପରିଷଦ ସଭ୍ୟ ପ୍ରମୋଦ କୁମାର ରାୟ ଅଭିଯୋଗ କରିଛନ୍ତି l