ଅଙ୍ଗନବାଡ଼ି କେନ୍ଦ୍ର ୨୦୧୬ ମସିହାରୁ କାର୍ଯ୍ୟ ନିର୍ଦ୍ଦେଶ ଥାଇ ମଧ୍ୟ ଏପର୍ଯ୍ୟନ୍ତ ଅଙ୍ଗନବାଡ଼ି ଗୃହ ହୋଇପାରୁ ନାହିଁ।

ରଘୁନାଥପୁର:-ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମପଞ୍ଚାୟତର ଦୁଇଟି ଅଙ୍ଗନବାଡ଼ି କେନ୍ଦ୍ର ୨୦୧୬ ମସିହାରୁ କାର୍ଯ୍ୟ ନିର୍ଦ୍ଦେଶ ଥାଇ ମଧ୍ୟ ଏପର୍ଯ୍ୟନ୍ତ ଅଙ୍ଗନବାଡ଼ି ଗୃହ ହୋଇପାରୁ ନାହିଁ। ଏହି ଦୁଇ ପଡା ଗ୍ରାମ ଯଥା ଗୋଠିଣା ଏବଂ ବାଘ ସାହି ଗ୍ରାମର ବାସିନ୍ଦା ବିଗତ ୨୦୧୬ ମସିହାରୁ ଜିଲ୍ଲା ପାଳ ବିଭାଗ୍ୟ ମନ୍ତ୍ରୀ,ନେତା,ବିଡ଼ିଓ ଏବଂ ଅନ୍ୟ ସରକାରୀ କର୍ତ୍ତୃପକ୍ଷଙ୍କର ଦୃଷ୍ଟି ଗୋଚରକୁ ବାରମ୍ବାର ଆଣୁଥିବା ସତ୍ତ୍ୱେ ଗୃହ କାର୍ଯ୍ୟ ଏଯାବତ ହୋଇପାରିନାହିଁ।ଯାହା ଫଳରେ ଏହି ଦୁଇ ଟି ଅଙ୍ଗନବାଡ଼ି କେନ୍ଦ୍ର ଯଥା ଗୋଠିଣା ଶକଂର ଉ.ପ୍ରା ବିଦ୍ୟାଳୟ ର ଭଂଗା ଆଜବେଷ୍ଟସ ଗୃହରେ ଏବଂ ବାଘ ସାହି କ୍ଲବ ଘରେ ଦୀର୍ଘ ଦିନ ହୋଇଆସୁଛି। ଆଗକୁ ବର୍ଷା ଦିନେ ଆସୁ ଅଛି ଯାହା ଫଳରେ କୋମଳ ମତୀ ପିଲା ମାନେ ଏହି ଯାଗାରେ ବସିବା ସୁରକ୍ଷିତ ନୁହନ୍ତି ଏବଂ ଅଙ୍ଗନବାଡ଼ି ଦ୍ୱାରା ଅନ୍ୟାନ୍ୟ କାର୍ଯ୍ୟକ୍ରମ ଯଥା କିଶୋରୀ ବାଳିକା, ଗର୍ଭବତୀ ମହିଳାଙ୍କ ପୋଷଣ , ସ୍ୱାସ୍ଥ୍ୟ ପରୀକ୍ଷା ଓ ଯାଞ୍ଚ କାର୍ଯ୍ୟ ମାନ ହେବାରେ ଏଥି ସହିତ ଛୋଟ ଶିଶୁମାନଙ୍କର ଓଜନ ମାପ ବହୁ ବାଧା ସୃଷ୍ଟି ହେବ। ଯାହାଫଳରେ ଏଥି ପ୍ରତି ଜିଲ୍ଲା ପାଳ, ବିଭାଗ୍ୟ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଯଥାଶୀଘ୍ର ଉକ୍ତ ଦୁଇଟି ଅଙ୍ଗନବାଡ଼ି କେନ୍ଦ୍ର କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହି ଦୁଇ ଗ୍ରାମ ର ବାସିନ୍ଦା ଦାବି କରିଛନ୍ତି

Leave a Reply

Your email address will not be published. Required fields are marked *