ଦେଓଗାଁ ପଞ୍ଚାୟତର ଶହଶହ ମହିଳାଙ୍କ ପଞ୍ଚାୟତ ଅଫିସ ଘେରାଉ

ଖୋର୍ଦ୍ଧା ଜିଲ୍ଲା, ବାଣପୁର ବ୍ଲକ ଅନ୍ତର୍ଗତ ଦେଓଗାଁ ପଞ୍ଚାୟତ ର ଶହଶହ ମହିଳା ପଞ୍ଚାୟତ ଅଫିସ ଘେରାଉ କରିଥିଲେ ଏବଂ ସରପଞ୍ଚଙ୍କୁ ପଞ୍ଚାୟତ ଅଫିସ ଭିତରକୁ ପ୍ରବେଶ କରିବାକୁ ଦେଉନଥିଲେ l ସେମାନେ କହିବା ମୁତାବକ, ସରପଞ୍ଚ ଆମଠାରୁ ଟିପ ଚିହ୍ନ ନେଇଛନ୍ତି କିନ୍ତୁ ଆମକୁ ପାଞ୍ଚ ମାସ ହେଲା ଖାଉଟି ସାମଗ୍ରୀ ଦେଉନାହାଁନ୍ତି ଓ ଭତା ମଧ୍ୟ ମିଳୁନାହିଁ l ଆମେ ଗରିବ ଲୋକ ଖାଇବୁ କଣ, ଚଳିବୁ କେମିତି ? ଏ ବାବଦରେ ସରପଞ୍ଚ ରେଣୁବାଳ ଛାଟେଇ ଙ୍କୁ ପଚାରି ବାରୁ ସେ କ୍ୟାମେରା ଆଗକୁ ଆସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତିଏବଂ ତାଙ୍କ ସ୍ୱାମୀ କହୁଛନ୍ତି l ଯୋଗାଣ ବିଭାଗ ଆମକୁ ଦେଉ ନାହିଁ ତେଣୁ ମୁଁ କୋଉଠୁ ଦେବୁ ତେଣୁ ଯାହା କହିବାର କଥା ତୁମେ ଯାଇ ଯୋଗାଣ ବିଭାଗ ଅଧିକାରୀ ଙ୍କୁ ଅଭିଯୋଗ କର, ଏହା ଶୁଣିବା ପରେ ଆମେ ଗଣମାଧ୍ୟମ ବନ୍ଧୁ ମାନେ ଯାଇ ବ୍ଲକ ଉର୍ନ୍ନୟନ ଅଧିକାରୀ ଙ୍କର ପ୍ରତିକ୍ରିୟା ନେଲୁ, ସେ କହିଲେ କାଲି ଖାଉଟି ସାମଗ୍ରୀ ଯିବ ଓ ହିତାଧିକାରୀ ଙ୍କୁ ଦିଆଯିବ l ସରପଞ୍ଚ ଙ୍କ ନାମରେ ବାରମ୍ବାର ଅଭିଯାଗ ହେଲେ ମଧ୍ୟ ଖାଉଟି ବିଭାଗ ଓ ସରପଞ୍ଚଙ୍କ ମାଧ୍ୟ୍ୟରେ କି ପ୍ରକାରର ମଧୁ ଚନ୍ଦ୍ରିକା ଚାଲିଛି l ତାହା ସାଧାରଣ ଜନତାଙ୍କ ଚର୍ଚ୍ଚାର ବିଷୟ ପାଲଟିଛି l ଆଗାମୀ ଦିନରେ ଆମର ଦାବି ପୂରଣ ନ ହେଲେ, ସହ ସହ ମହିଳା ଆସି ବ୍ଲକ ଅଫିସ ଘେରାଉ କରିବୁ ବୋଲି ଚେତାବନି ଦେଇଛନ୍ତି l

ଚିଲିକାରୁ ବିରଞ୍ଚି ନାରାୟଣ ପ୍ରଧାନ ତୀର୍ଥକ୍ଷେତ୍ର

Leave a Reply

Your email address will not be published. Required fields are marked *