ବିକଶିତ ଓଡ଼ିଶା -୨୦୩୬

ବିକଶିତ ଓଡ଼ିଶା -୨୦୩୬
୧୬.୦୬.୨୦୨୫
ନୟାଗଡ଼
ଆଜି ନୟାଗଡ଼ ଜିଲ୍ଲାର ଷ୍ଟାଡିୟମ ଠାରେ ରେ ବିକଶିତ ମେଳାର ୫ମ ଦିନରେ ସଂଧ୍ୟା ୬.୦୦ ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ , ଅକ୍ଷୟ ସୁନୀଲ ଅଗ୍ରୱାଲ
ସ୍ୱ।ଗତ ଭାଷଣ ରଖିଛନ୍ତି ।
ଏହି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ହସ୍ତତନ୍ତ ବୟନ ଶିଳ୍ପ ଓ ହସ୍ତଶିଳ୍ପ, ମାନ୍ୟବର ବିଧାୟକ ଖଣ୍ଡପଡ଼ା ଦୁଷ୍ମନ୍ତ କୁମାର ସ୍ବାଇଁ,
ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଲଗ୍ନଜିତ ରାଉତ,ଭିଡିଓ, ଖଣ୍ଡପଡ଼ା ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମର
ପ୍ରାରମ୍ଭରେ ମୁଖ୍ୟ ଅତିଥି ଓ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା ।ପରେ ଅତିଥି ମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା।
ବନ୍ଦେ ଉତ୍କଳଜନନୀ ସଙ୍ଗୀତ ରେକର୍ଡିଙ୍ଗ ପରି ବେଷଣ କରାଯାଇଥିଲା
ଜିଲ୍ଲାପାଳ ଅଭିଭାଷଣ ରେ କହିଥିଲେ ଯେ ବିକଶିତ ମେଳା ରାଜ୍ୟ ସରକାରଂକ ଜନ କଲ୍ୟାଣକାରୀ ଯୋଜନା। ୨୦୩୬ ସୁଦ୍ଧା ନୟାଗଡ଼ ଜିଲ୍ଲା ଅଗ୍ରଣୀ ଜିଲ୍ଲା ଭାବେ ପରିଚିତ ହେବାକୁ ଯାଉଛି, ସେଥିପାଇଁ ଆଜି ମାନ୍ୟବର ପ୍ରଭାରୀ ମନ୍ତ୍ରୀ, ପ୍ରଦୀପ ବଳ ସାମନ୍ତ ଙ୍କ ଅଧ୍ୟକ୍ଷତା ରେ ଏକ
କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।
ସେହିପରି ମାନ୍ୟବର ବିଧାୟକ, ସୁଭଦ୍ରା ଯୋଜନା ଏବଂ ସରକାରଙ୍କ ର ବହୁମୁଖି କାର୍ଯ୍ୟକ୍ରମ ବିଷୟରେ କହିଥିଲେ ।
ସେହିପରି ମାନ୍ୟବର ମନ୍ତ୍ରୀ ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କର ଦେଶରେ ଏଗାର ବର୍ଷର ବିକାଶ ଯୋଜନାରେ ଏଵଂ ରାଜ୍ୟ ସରକାରଂକ ଏକ ବର୍ଷ ପୁର୍ତ୍ତୀ ଅବସରରେ ପ୍ରତିଶ୍ରୁତି ଦେଇ ପାଳନ କରିଥିବା କଥା ପ୍ରକାଶ କରିଛନ୍ତି ଯାହାର ସଫଳତା ଶହେ ପ୍ରତିଶତ ହୋଇଛି। ସାଢେ଼ ଚାରିକୋଟି ଓଡିଆଙ୍କର ସୁନ୍ଦର ଭବିଷ୍ୟତ ପାଇଁ ଆମେ ୨୦୩୬ ସୁଦ୍ଧା ଏହାର ସଫଳତା ପାଇଁ ଏକ ଭିଜନ ରଖିଛୁ ।
ଏହାପରେ ଜଙ୍ଗଲ ଜମି ପଟ୍ଟା, ରାସନ୍ କାର୍ଡ, ଶ୍ରମିକ କଲ୍ୟାଣ ମୃତ୍ୟୁ କ୍ଷତିପୂରଣ କ୍ଷେତ୍ରରେ ହିତାଧିକାରୀ ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ।ଶେଷରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଲଗ୍ନଜିତ ରାଉତ ଧନ୍ୟବାଦ ଦେଇଥିଲେ ।ସଭା କାର୍ଯ୍ୟକୁ ସାଙ୍ଗ କରାଯାଇଥିଲା।
ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁ ରହିଥିଲା ।