ଧାମନଗର:ସେବା ସମବାୟ ସମିତିରେ ମହା ଦୁର୍ନତି

ଭଦ୍ରକ ଜିଲ୍ଲା ଧମାନଗର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ଅଧିନରେ ଥିବା ବରଗଡ଼ା ସେବା ସମବାୟ ସମିତିର ସମ୍ପାଦକ ଅଶୋକ କୁମାର ବସନ୍ତିଆଙ୍କ ଶୋଷଣ ତଥା ଭ୍ରଷ୍ଟାଚାର ସହିତ ମହାଦୁର୍ନୀତି ସମ୍ପ୍ରର୍କରେ ଅଭିଯୋଗ ପତ୍ର ଧରି କରି ଚାଷୀମାନେ ସମବାୟ କେନ୍ଦ୍ର ନିକଟରେ ଏକତ୍ରିତ ହୋଇଥିଲେ. ସେମାନଙ୍କ ଦାବି ଅନୁସାରେ ଏହି ଘଟଣାର ଭିଜିଲାନ୍ସ ଦ୍ଵାରା ତଦନ୍ତ କରି ସମ୍ପାଦକଙ୍କ ପ୍ରତି ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯାଉ.କାରଣ ଉକ୍ତ ଗ୍ରାମ ପଞ୍ଚାୟତ ରେ ୭ଟି ରାଜସ୍ୱ ଗ୍ରାମର ଚାଷୀ ବୃନ୍ଦ ବସ ବାସ କରୁଛନ୍ତି.ଉକ୍ତ ସମିତିରେ ପ୍ରାୟ ୧୪୦୦ଚାଷୀ ବିଭିନ୍ନ ପ୍ରକାର ଋଣ କରିଥିଲେ ମଧ୍ୟ ସେଥି ମଧ୍ୟରୁ ୪୫୦ ଜଣ ଚାଷୀ କେବେବି କୌଣସି ଦିନ ସମବାୟ ସମିତି କୁ ଯାଇ ନାହାନ୍ତି.କିମ୍ବା କୌଣସି ଋଣ କରିନାହାନ୍ତି.ଯେଉଁ ୯୫୦ଚାଷୀ ଋଣ କରିଛନ୍ତି. ସେମାନଙ୍କ ଋଣ ବହି ଓ ଚେକ ବହି ସମ୍ପାଦକ ନିଜ ପାଖରେ ରଖି ନିଜ ଇଚ୍ଛା ରେ ପ୍ରତ୍ୟେକ ଋଣୀଙ୍କ ଖାତାରେ ୩ ବର୍ଷ ମଧ୍ୟରେ ୧୦ଗୁଣ ଋଣ ବଢାଯାଇଛି।ଯାହାକି ଋଣୀ କେହି ଜାଣି ନାହାଁନ୍ତି।କିନ୍ତୁ ଦୁଃଖ ଓ ପରିତାପର ବିଷୟ ଚାଷୀ ଜାଣିବାକୁ ପାଇଲେ ସମ୍ପାଦକ ପ୍ରାୟ ୩କୋଟି ଟଙ୍କା ଋଣ ଉଠାଣ କରି ଆତ୍ମସାତ କରିଛନ୍ତି।ଗରିବ ଖଟି ଖିଆ ଦାବି କରିଛନ୍ତି ଯେ ୪୫୦ ଜଣଙ୍କ ଋଣ ବାବଦରେ ଉପରସ୍ଥ ଅଧିକାରୀମାନେ ତଦନ୍ତ କରି ଚାଷୀ ମାନଙ୍କ ପ୍ରତି କରାଯାଇଥିବା ବେବିଚାର ର ସମାଧାନ କରାଯାଉ ବୋଲି ଚାଷୀମାନେ ଜିଲ୍ଲାପାଳଙ୍କ ଉଦେଶ୍ୟ ରେ ଦାବିପତ୍ର ଲେଖିଛନ୍ତି।
ରିପୋର୍ଟ :-ପୁନିଲ. କୁମାର ସାମନ୍ତ।