ଧାମନଗର ଅବକାରୀ ବିଭାଗ ପକ୍ଷରୁ କଡା ଚେକିଂ

ଧାମନଗର ବ୍ଲକ ଅଞ୍ଚଳରେ ଆଜି କାଲି ନିଶାକୁ ନେଇ ଅବକାରୀ ବିଭାଗ ତରଫରୁ ଜୋର ଦିଆ ଯାଇଛି ଯାହାକୁ ନେଇ ନିଶା ବେପାରୀଙ୍କ ନିଦ ହଜିଛି ଯାହାକୁ ନେଇ ସବୁଠି ଚର୍ଚ୍ଚା ଧାମନଗର ବିଜୁପଟନାୟକ ଛକ ଓ ମଙ୍ଗଳପୁର ଧୂଷୁରୀ ଠାରେ ଅବକାରୀ ବିଭାଗ ତରଫରୁ ଚଢ଼ାଉ କରି ବହୁ ପରିମାଣରେ ମୃତ୍ୟୁସଂଜୀବନୀ ସୁରା ୨୭0 ଲିଟର ୧0୬0 ଲିଟର ଗୁରୱାସ ପୋଚ ୩00 ଲିଟର ଦେଶୀ ମଦ ଜବତ କରାଯାଇଥିଲା.ଧାମନଗର ବିଜୁପଟନାୟକ ଛକ ଉପରେ ଏକ ବୋଲର କୁ ଧରିବାରେ ବଡ଼ ସଫଳତା ହାସଲ କରିଥିଲା ଅବକାରୀ ବିଭାଗ ବୋଲର ଟିକୁ ନିଜ କବଜାକୁ ନେଇଥିଲା ଗାଡି ନମ୍ବର 0R-02 BU 2755 ଯଉ ତିନି ଜଣ ଧରା ପଡ଼ିଥିଲେ ଅଭିନାଶ ମହାପାତ୍ର (42)ନୂଆଗାଁ ଦ୍ୱିତୀୟ ଜଣଙ୍କ ପ୍ରଶାନ୍ତ କୁମାର ପୃଷ୍ଟି (43)ନସଲାପୁର ତୃତୀୟ ଜଣଙ୍କ ହେଉଛି ବତାସ ବେହେରା (30)ବନ୍ଧଟିଆ ଏମାନଙ୍କ ନାମରେ କେସ ନମ୍ବର 80.81 & 82/23-24 ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ଅବକାରିବିଭାଗ ତରଫରୁ ଓ ଆଇ ସି ସନ୍ଦୀପ କୁମାର ପାଢ଼ୀ ଏ ସ ଆଇ ଭବେଶ ଦାସ ଶିବ ପ୍ରସାଦ ସାହୁ ରମାକାନ୍ତ ବାରିକ ସୂର୍ଯ୍ୟ କାନ୍ତ କିସକୁ ସନ୍ଧ୍ୟାରାଣୀ ସେନାପତି ଙ୍କର ଦ୍ୱାରା ଏ ଚଢ଼ାଉ କରାଯାଇଥିଲା ।

Leave a Reply

Your email address will not be published. Required fields are marked *