ତାଳଚେର ବ୍ଲକ ରେ ପ୍ରଥମ କରି ଆରମ୍ଭ ହେଲା ଧାନ ମଣ୍ଡି

ଆଜି ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତ୍ରର୍ଗତ କଳମଛୁଇଁ ପ୍ରାଥମିକ କୃଷି ସମବାୟ ସମିତି ଲିଃ ରେ ଧନମଣ୍ଡି ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ମାନ୍ୟବର ଲୋକପ୍ରିୟ ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ ମୋହଦୟ , କଳମଛୁଇଁ ସେବା ସମବାୟ ସମିତି ଲିଃ ଓ ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ୍ ସଭାପତି ଶ୍ରୀ ସନ୍ତୋଷ କୁମାର ପ୍ରଧାନ, କଲମଛୁଇଁ ଗ୍ରାମପଞ୍ଚାୟତ ସରପଂଚ ଅନୀଲ ପ୍ରଧାନ, ,ଜିଲ୍ଲା ଯୋଗାଣ ଅଧିକାରୀ,ସରକାରୀ ନିବଦ୍ଧକ , ବ୍ଲକ୍ ଉପାଧ୍ୟକ୍ଷ ଅନ୍ୟାନ ଅତିଥି ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ,ଚାଷୀ ମାନଙ୍କ ଉପସ୍ଥିତ ରହି ଉଦଘାଟନ କାର୍ଯ୍ୟ କୁ ଆଗେଇ ନେଇଥିଲେ ।

ପ୍ରଥମ ଦିନରେ ସାରଲିୟା ଫୁଡ୍ ପ୍ରାଇଭେଟ୍ ଲିମିଟେଡ ଆସି ଦଶ ଜଣ ଚାଷୀ ଙ୍କ ଠାରୁ ୨୧୮ କୋଇଣ୍ଟାଲ ୯୮ କିଲୋ ଧାନ ସଂଗ୍ରହ କରି ନେଇଥିବାରୁ ଏହି ଅଞ୍ଚଳରେ ଥିବା ଚାଷୀମାନେ ଖୁସି ଅନୁଭବ କରିଛନ୍ତି lକଳମଛୁଇଁ ପ୍ରାଥମିକ କୃଷି ସମବାୟ ସମିତି ଲିଃ ର ସିଇଓ ବୀରବର ସାହୁ ପ୍ରକାଶ କରି ଥିଲେ l

Uttam das reporter

Leave a Reply

Your email address will not be published. Required fields are marked *