ଧନିତ୍ରୀ ସେବା ସମବାୟ ସମିତିରେ ବ୍ଯାପକ ଦୁର୍ନୀତି ଓ ଅନିୟମିତତା ଘଟଣାର ପର୍ଦ୍ଦଫାସ କରିବା ନେଇ ଜିଲାପାଳଙ୍କୁ ଭେଟି ଦାବିପତ୍ର ଦେବ କୃଷକ ବିକାଶ ପରିଷଦ।

କୋଣାର୍କ ଥାନା ଅଧିନସ୍ଥ କାଦୁଆନୂଆଗାଁ ଗ୍ରାମପଞ୍ଚାୟତର ଧନୀତ୍ରି ସେବା ସମବାୟ ସମିତିରେ ବ୍ଯାପକ ଦୁର୍ନୀତି ଓ ଅନିୟମିତତା ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ପୁରୀ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ କାକଟପୁର କୃଷକ ବିକାଶ ପରିଷଦ ପକ୍ଷରୁ ଦାବି ପ୍ରଦାନ କରାଯିବ ବୋଲି ସଂଗଠନର କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି। ଖବରରୁ ପ୍ରକାଶ ଯେ କୋଣାର୍କ ଥାନା ଅଧିନସ୍ଥ ଧନୀତ୍ରି ସେବା ସମବାୟ ସମିତିରେ କେନ୍ଦ୍ରରେ ଥିବା ତତ୍କାଳୀନ ଉପା ସରକାର ସମୟରେ କୃଷି ରୁଣ ଛାଡ ପରେ ରୁଣ ନେଇଥିବା କୃଷକ ମାନଙ୍କର ଅଂଶଧନ ସମିତି ସଂପାଦକ ଓ ସମବାୟ ବ୍ୟାଙ୍କ ପକ୍ଷରୁ କୃଷକ ମାନଙ୍କ ଅଜାଣତରେ ହଡପ କରାଯାଇଛି ବୋଲି କୃଷକ ବିକାଶ ପରିଷଦ ପକ୍ଷରୁ ଅଭିଯୋଗ ହେଉଛି। ସେହିପରି ୨୦୨୨ ମସିହାରେ ସମିତିର ସମ୍ପାଦକ ମନଇଛା ନିଜ ସମ୍ପର୍କୀୟ ହିତାଧିକାରୀ ମାନଙ୍କ ନାମରେ ବୀମା କରି ଅଧିକାଂଶ କୃଷକ ମାନଙ୍କ ରଣ ନୂଆ ପୁରୁଣା ହୋଇଥିବା ବେଳେ ସେମାନଙ୍କୁ ବୀମା ଯୋଜନାରୁ ବଂଚିତ କରିଛନ୍ତି। ଏହି ସମିତିରେ ଚାଷ ଜମି ନ ଥାଇ ଧାନମଣ୍ଡି ତାଲିକାରେ ନାମ ଅନ୍ତର୍ଭୁକ୍ତ କରିବା, ଚାଷୀ ମାନଙ୍କ ଠାରୁ ଧାନ କ୍ରୟ ନ କରି ମିଲର ଓ ସମିତି ସଂପାଦକ ମଧୁଚନ୍ଦ୍ରିକା ନୀତିରେ ଧାନ ବେପାରୀ ମାନଙ୍କୁ ହାତ କରି ଚାଷୀ ମାନଙ୍କୁ ନିଜ ହକରୁ ବଂଚିତ କରିବା ସହ ଏହି ଧାନମଣ୍ଡି ରେ ଧାନ କ୍ରୟ ନାଁରେ ବ୍ଯାପକ ଦୁର୍ନୀତି ଓ ଅନିୟମିତତା କରିଥିବା ନେଇ କୃଷକ ବିକାଶ ପରିଷଦ ପକ୍ଷରୁ ଅଭିଯୋଗ ହେଉଛି। ଏହି ସମିତିର ରଣ ନେଇଥିବା କୃଷକ ମାନଙ୍କର ରଣ ବହି କୃଷକ ମାନଙ୍କୁ ନ ଦେଇ ସମିତି ସଂପାଦକ ଦୀର୍ଘ ଦିନ ଧରି ନିଜ ପାଖରେ ରଖି କୃଷକ ମାନଙ୍କୁ ସେମାନଙ୍କ ରଣ ସମ୍ପର୍କରେ ସୂଚନା ପ୍ରଦାନ କରିବା ସମିତି ସଂପାଦକଙ୍କ କୃଷକ ମାରଣନୀତିର ଏକ ଜ୍ବଳନ୍ତ ଉଦାହରଣ ଭାବେ ଦେଖିବାକୁ ମିଳୁଛି। ଧନିତ୍ରୀ ସେବା ସମବାୟ ସମିତିରେ ହୋଇଥିବା ବ୍ଯାପକ ଦୁର୍ନୀତି ଓ ଅନିୟମିତତାର ସତ୍ଯତା ପ୍ରମାଣିତ କରିବା ପାଇଁ ନବ ଗଠିତ କାକଟପୁର କୃଷକ ବିକାଶ ପରିଷଦ ପକ୍ଷରୁ ରାଜ୍ୟ ସମବାୟ ନିବନ୍ଧକ, ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ, ପୁରୀ ଜିଲ୍ଲାପାଳ, ଜିଲ୍ଲା ସମବାୟ ନିବନ୍ଧକ, ଜିଲ୍ଲା ସହକାରୀ ସମବାୟ ନିବନ୍ଧକ, ପୁରୀ – ନିମାପଡ଼ା କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ସଭାପତି, ସଂପାଦକ, ରାଜ୍ୟ ଭିଜିଲାନ୍ସ ବିଭାଗ ଓ ପୁରୀ – ନିମାପଡ଼ା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ କାକଟପୁର ଶାଖା ପରିଚାଳକ ପ୍ରମୁଖଙ୍କୁ ୭ଦିନ ମଧ୍ୟରେ ଦାବିପତ୍ର ପ୍ରଦାନ କରାଯିବ ବୋଲି କୃଷକ ବିକାଶ ପରିଷଦର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଭାଗୀରଥୀ ସ୍ଵାଇଁ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *