ଧରମସାଗର ଦୁର୍ଗା ମନ୍ଦିରରେ ଲାଗିଛି ସହ ସହ ଶ୍ରଦ୍ଧାଳୁଙ୍କ ଭିଡ଼

ସମସ୍ତେ ଜାଣନ୍ତି ମାଁ ଜଗତ ଜନନୀ କରୁଣା ମଇଁର କରୁଣା ଅନେକ ରୂପରେ ଅନେକ ସ୍ଥାନରେ ସେ ପୂଜା ପାଉଛନ୍ତି। ଯେତେବେଳେ ବି କୌଣସି ଭକ୍ତକୁ ବିପଦ ଆସେ ନିଜେ ମାଁ ଛିଡ଼ା ହୋଇ ସୁରକ୍ଷା ଦେଇଥାନ୍ତି। ଯେଉଁ ଭକ୍ତ ମନରେ କିଛି ଛନ୍ଦ କପଟ ନ ରଖି ଗୋଟିଏ ମନରେ ସ୍ମୁରଣା କରିଥାଏ ତା ପଛରେ ମାଁର ପଣତ କାଣି ଛାଇ ଭଳି ରହିଥାଏ। ଯାହାର ଜ୍ୱଳନ୍ତ ଉଧାରଣ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଧରମସାଗର ଗାଁରେ ଗ୍ରାମରେ ଆଜିକି ଅନେକ ବର୍ଷ ହେବ ଜଣେ ମହିଳାଙ୍କ ଶରୀରରେ ମାଁ ଦୁର୍ଗା ଆବିର୍ଭାବ ହୋଇ ପୂଜାର୍ଚ୍ଚନା ପାଇବା ସହ ଜଗତ କଲ୍ୟାଣ କରି ଚାଲିଛନ୍ତି। ଯେତେବେଳେ ବି ଯେଉଁ ଭକ୍ତ ମନରେ ଯାହା ଆଶା ବିଶ୍ୱାସ ନେଇ ତାଙ୍କ ସରଣରେ ନିଜକୁ ସମର୍ପିତ କରିଥାଏ ତାହାର ଦୁଃଖ କଷ୍ଟ ଦୂର ହେବା ସୁନିଶ୍ଚିତ ବୋଲି ମନ୍ଦିର ପୂଜକଙ୍କ ସହ ଆସିଥିବା ସମସ୍ତ ଭକ୍ତ ମାନେ କହିଛନ୍ତି। ଏହି ପୂଜାଟି ପ୍ରତ୍ୟେକ ସପ୍ତାହର ମଙ୍ଗଳବାର ଦିନ ସକାଳୁ ସକାଳୁ ସହ ସହ ଭକ୍ତଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳିଥାଏ। ମାଁଙ୍କ ଦର୍ଶନ ପାଇଁ ନୂଆପଡ଼ା ଜିଲ୍ଲାର ପଡ଼ୋଶୀ ରାଜ୍ୟ ଛତିଶଗଡ଼,କଣ୍ଟାବାଞ୍ଜି,ବଲାଙ୍ଗୀର,ପାଟଣାଗଡ଼,ଦେଭୋଗ ଏମିତି ଅନେକ ବାହାର ଜିଲ୍ଲା ମାନଙ୍କରୁ ଲୋକେ ଆସିଥାନ୍ତି। କିନ୍ତୁ ଅତି ଦୁଃଖର ବିଷୟ ରାଜ୍ୟ ସରକାର ସମସ୍ତ ଦେବା ଦେବୀଙ୍କ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ମନ୍ଦିର ନିର୍ମାଣ କରି ଦେଉଥିବା ବେଳେ ଏହି ଗ୍ରାମରେ ଏକ ଚାଲ କୁଡ଼ିଆରେ ଅନେକ ବର୍ଷରୁ ପୂଜାର୍ଚ୍ଚନା କରିଆସୁଛନ୍ତି। ନା ଅଛି ପାନୀୟ ଜଳର ସୁବିଧା ନା ଅଛି ଭକ୍ତଙ୍କ ପାଇଁ ଆଶ୍ରୟ ସ୍ଥଳୀର ବ୍ୟବସ୍ଥା ଯିବା ପାଇଁ ଭଳ ରାସ୍ତାଟିଏ ମଧ୍ୟ ନାହିଁ। ତଥାପି ଅନେକ ଭକ୍ତଙ୍କ ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳିଥାଏ । ମାଁଙ୍କ ସେବା ପାଇଁ ଦୁର୍ଗା ମାଁ ସିରା ଖୀରମଣି ରାଉତ,ତପନ ରାଉତ,ଉଗ୍ରେସନ ପରୁଆ,ସୁଭଦ୍ରା ବାଗ, ଭକ୍ତି ମାଝୀ,ଜୟ ନନ୍ଦ ନାଗ,ଲଚମଣି ନାଗ,ଗେନ୍ଦାସ୍ ନିଆଲ ମଙ୍ଗେ ନିଆଲଙ୍କ ସହ ଗ୍ରାମବାସୀ ସହଯୋଗ କରି ଆସୁଥିବା ଆଗାମୀ ଦିନରେ ମାଁଙ୍କ ପୂଜାର୍ଚ୍ଚନା ପାଇଁ ମନ୍ଦିର ଟିଏ ରାସ୍ତା ଟିଏ ପାନୀୟ ଜଳଯୋଗାଣ ବ୍ୟବସ୍ଥା କରେଇ ଦେବା ପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି।
ନୂଆପଡା ଜିଲ୍ଲା ରୁ କାର୍ତ୍ତିକ ମହାନନ୍ଦ ଙ୍କ ରିପୋର୍ଟ ତୀର୍ଥକ୍ଷତ୍ର