ରାସନ୍ ଚାଉଳ ଏବଂ ଆବାସ ଗୋଟିଏ ପାଇଁ ଦଶବର୍ଷ ହେଲାଣି ଅଫିସ୍ ରୁ ଅଫିସ୍ ଦୌଡୁଛି ଦିବ୍ୟାଙ୍ଗ
![](https://teerthkhetra.com/wp-content/uploads/2023/07/Screenshot_2023-07-20-23-42-11-80.jpg)
ଢେ଼ଙ୍କାନାଳ ଜିଲ୍ଲାର ଭୁବନ ବ୍ଲକର ଶତପ୍ରତିଶତ ଦିବ୍ୟାଙ୍ଗତା ପ୍ରମାଣ ପତ୍ର ଧରି ଦଶବର୍ଷ ହେଲାଣି ଅଫିସ ରୁ ଅଫିସ ବୁଲୁଛି ବିଦୁ ବେହେରା ବୟସ ୩୨ ବର୍ଷ । ସୂଚନା ରୁ ଜଣା ପଡ଼ିଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଏକ୍ତାଳି ପଞ୍ଚାୟତ ର ଵାଲିବୋ ଗ୍ରାମର କେଶରପୁର ରେ ନିଜ ଭଉଣି ପାତି ରାଉତଙ୍କ ଘରେ ରୁହନ୍ତି ଦିବ୍ୟାଙ୍ଗ ବିଦୁ ବେହେରା ।ଅନେକ ବର୍ଷ ହେଲାଣି ବାପା ମା ଆର ପାରୀରେ। ଦୁଃଖେ ସୁଖେ ଭାଇ ଭଉଣୀ ନିଜ ସାବତ ମା ପାଖରେ ଜୀବନ ଅତିବାହିତ କରୁଥିବା ବେଳେ ଭଉଣି ର ବାହାଘର ବାଲିବୋ କେଶରପୂର୍ ଅଞ୍ଚଳର ହଟକିଶୋର ରାଉତଙ୍କ ସହିତ ହୋଇଥିଲା ଏବଂ ବିଭାଘର ପରେ ପାତୀ ନିଜ ଦିବ୍ୟାଙ୍ଗ ଭାଇକୁ ନିଜ ସହିତ ମଧ୍ୟ ଶାଶୁ ଘରକୁ ନେଇ ଆସିଥିଲେ ।ତେବେ ଆଜିକୁ ଅନେକ ବର୍ଷ ବିତିଯାଇଥିଲେ ମଧ୍ୟ ବିଦୁ ସମ୍ପୁର୍ଣ ନିଜ ଭିଣୋଇ ଉପରେ ନିର୍ଭର କରି ଜୀବନ ଅତିବାହିତ କରୁଛନ୍ତି ।ଆର୍ଥିକ ରୂପେ ସ୍ଵଚ୍ଛଳ ନଥାଇ ମଧ୍ୟ ହଟକିଶୋର୍ ନିଜେ ଓପାସ୍ ରହି ମଧ୍ୟ ବିଦୁଙ୍କୁ ପାଳିବାରେ ଟିକେ ହେଲେ ମଧ୍ୟ ଅବହେଳା କରିନାହାନ୍ତି ।କିନ୍ତୁ ବର୍ତ୍ତମାନ ର ବଡ଼ ପ୍ରଶ୍ନ ହେଉଛି ବିଦୁ ବେହେରା ସତ ପ୍ରତିଶତ ଦୀବ୍ୟାଙ୍ଗ ହୋଇ ମଧ୍ୟ ସରକାରୀ ଯୋଜନା ରୁ ବଞ୍ଚିତ କଣ ପାଇଁ । ଥରେ କି ଦୁଇ ଥର ନୁହଁ ଆଜକୁ ଦଶବର୍ଷ ହେଲାଣି କେବେ ନିଜ ଭିଣୋଇ ସହିତ କେବେ ଭଉଣି ଶାଶୂଙ୍କ ସହିତ ଅଫିସ ରୁ ଅଫିସ ଘୁରି ବୁଲୁଛନ୍ତି ।କିନ୍ତୁ ଚାଉଳ କିମ୍ୱା ଘର ପାଇବା ଦୂର କଥା କୌଣସି ବାବୁ ତାଙ୍କୁ ସାନ୍ତ୍ଵନା ମଧ୍ୟ ଦେଉପାରୁନାହାନ୍ତି । ନିର୍ବାଚନ ଆସିଲେ ଅନେକ ପ୍ରତିଶ୍ରୁତି ସହିତ ଗାଡ଼ି କରି ମଧ୍ୟ ବିଦୁଙ୍କୁ ଭୋଟ ଦେବା ପାଇଁ ନିଆଯାଏ କିନ୍ତୁ ନିର୍ବାଚନ ସରିବା ପରେ ଯାହା ପୁରୁଣା ସେଇଟି ପୁଣି ପୁନରାବୃତ୍ତି ହୋଇଥାଏ ବୋଲି ନିଜ କୋହ ଭରା କଣ୍ଠରେ କରିଛନ୍ତି ବିଦୁ ବେହେରା ତେବେ ସରକାରୀ କୋଷରୁ ଖର୍ଚ୍ଚ ହେଉଥିବା ଅର୍ଥ କାହା ସ୍ୱାର୍ଥରେ । ଯଦି ଜଣେ ଅସହାୟ ଯୋଜନା ନ ପାଇପାରୁଛି ତାହେଲେ ଏତେ ଯୋଜନା କଣ କେବଳ ଭୋଟ ନେଇ ନିଜ ବ୍ୟାଙ୍କ୍ ବାଲାନ୍ସ ବଢ଼ାଇବା ପାଇଁ।ତେବେ ନିଜ ଦୁଃଖ ନେଇ ଯେବେ ଭୁବନ ପଞ୍ଚାୟତ ସମିତି ସଭାଗୃହ ରେ ହେଉଥିବା ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରକୁ ଆସିଥାଏ
ପ୍ରକାଶ କୁମାର ପାତ୍ର (reporter)