ଓକେସିଏଲ ପକ୍ଷରୁ ଡିଜିଟାଲ ସାକ୍ଷରତା ସଚେତନତା ଅଭିଯାନ

ଡେଲାଙ୍ଗ, ଓଡିଶା ନଲେଜ କର୍ପୋରେସନ ଲିମିଟେଡ଼ (ଓକେସିଏଲ ) ତରଫରୁ ରବିବାର ପୂର୍ବାହ୍ନରେ ଡେଲାଙ୍ଗ ଷ୍ଟେସନ ବଜାର ନିକଟସ୍ଥ ଆଞ୍ଚଳିକ ଦକ୍ଷତା ବିକାଶ ପ୍ରତିଷ୍ଠାନ ପରିସରରେ ଡିଜିଟାଲ ସାକ୍ଷରତ କାର୍ଯ୍ୟକ୍ରମ ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଉତ୍ସବ ରେ ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ, ରେଞ୍ଚ ପଞ୍ଚାୟତ ସରପଞ୍ଚ ହରିହର ସ୍ୱାଇଁ, ଗୁଆଳିପଡା ପଞ୍ଚାୟତ ସରପଞ୍ଚ ଗୀତାଞ୍ଜଳି ସ୍ୱାଇଁ, ସମିତିସଭ୍ୟା କଳ୍ପନା ପଟ୍ଟନାୟକ, ଆଞ୍ଚଳିକ ଦକ୍ଷତା ବିକାଶ ପ୍ରତିଷ୍ଠାନ ର ଅଧକ୍ଷ ପୁର୍ଣ୍ଣେନ୍ଦୁ ପ୍ରଧାନ,ପ୍ରିୟବ୍ରତ ପ୍ରଧାନ, ରୋଜାଲିନ ସ୍ୱାଇଁ, ଲିନା ତାଡ଼,ନମିତା ମାଝି ପ୍ରମୁଖ ଉପସ୍ଥିତ ଥିଲେ । ପ୍ରତିଷ୍ଠାନ ର ସମସ୍ତ ଛାତ୍ର ଛାତ୍ରୀ ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ଅବସରରେ ସଚେତନତା ପାଇଁ ଏକ ପ୍ରଚାର ରଥକୁ ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ପତକା ଦେଖାଇ ଶୁଭାରମ୍ଭ କରିଥିଲେ ।

Leave a Reply

Your email address will not be published. Required fields are marked *