ଫୁଲବାଣୀ ଠାରେ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ଫୁଲବାଣୀ ଠାରେ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ବୈଠକ ଅନୁଷ୍ଠିତ। ଫୁଲବାଣୀ:ନିପ୍ର:-୧୮/୦୬ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷ,କନ୍ଧମାଳ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ଟେବୁଲ ଟପ୍ ଏକ୍ସରସାଇଜ୍ -୨୦୨୫ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କନ୍ଧମାଳ ଶ୍ରୀ କୁଶଳ ଚନ୍ଦ୍ର ନାଏକ ଅଧ୍ୟକ୍ଷତା କରି କହିଲେ ଯେ ଆମ ଜିଲ୍ଲାରେ ବନ୍ୟା ସମସ୍ୟା ହୁଏତ ନ ଥାଇପାରେ, ବାତ୍ୟା ଓ ଭୂସ୍ଖଳନ, ବିଜୁଲିପାତ ପରି ବିପର୍ଯ୍ୟୟର ଆଶଙ୍କା ରହିଛି । ସମ୍ଭାବ୍ୟ ବିପର୍ଯ୍ୟାୟକୁ ସମ୍ମୁଖୀନ ହେବ ପୂର୍ବରୁ ଏହାର ମୁକାବିଲା ପାଇଁ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀମାନେ ସଜାଗ ହେବ ସହିତ ବିପର୍ଯ୍ୟୟ ପରେ ପରେ ଥଇଥାନ ପଦକ୍ଷେପକୁ ସଠିକ ପରିଚାଳନା କରିବାପାଇଁ ଯୋଜନା ପ୍ରସ୍ତୁତ କରିବା ପଡିବ । ସେହିପରି ଭାବରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, କନ୍ଧମାଳ ଶ୍ରୀ ଶମ୍ଭୁନାଥ ନନ୍ଦୀ କହିଥିଲେ ଯେ ଆମକୁ ବିପର୍ଯ୍ୟୟ ମୁକାବିଲାର ପୂର୍ବ ପ୍ରସ୍ତୁତି, ବିପର୍ଯ୍ୟୟ ସମୟର ପ୍ରସ୍ତୁତି ଓ ବିପର୍ଯ୍ୟୟ ପରର ପ୍ରସ୍ତୁତି କରିବାକୁ ପଡିବ । ବିପର୍ଯ୍ୟୟ ପୂର୍ବ ପ୍ରସ୍ତୁତି ଯେତେ ଭଲ ହେବେ, ବିପର୍ଯ୍ୟୟ ସମୟରେ ଓ ପରେ କମ ପରିଶ୍ରମ ଓ କମ ସମସ୍ୟାର ସମ୍ମୁଖୀନ ହେବା । ସୋସିଆଲ ମେଡିଆରେ ସକ୍ରିୟ ରହି ପାଣିପାଗର ପୂର୍ବାନୁମାନ ଜଣାଇବାକୁ ପଡିବ । ଜିଲ୍ଲା ଆପତକାଳୀନ ଅଧିକାରୀ ଶ୍ରୀ ବିରଞ୍ଚି ଧାରୁଆ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଏବଂ ବିଗତ ବର୍ଷମାନଙ୍କ ପଋ ଚଳିତ ବର୍ଷର ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ବିପର୍ଯ୍ୟୟର ସୁପରିଚାଳନା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କର ମିଳିତ ସହଯୋଗ କାମନା କରିଥିଲେ । ଅଗ୍ନିଶମ ବିଭାଗ, ଉଦ୍ୟାନ କୃଷି ବିଭାଗ, ମଙ୍ଗଳ ବିଭାଗ,କୃଷି ବିଭାଗ ,ପଶୁ ସମ୍ପଦ ବିଭାଗ, ଜଳ ଓ ପରିମଳ ବିଭାଗ, ରାସ୍ତା ଓ କୋଠା ବାଡି ବିଭାଗ,ସ୍ୱାସ୍ଥ୍ୟ ବିଭାଗ, ଜଳ ସେଚନ ବିଭାଗ, ମତ୍ସ୍ୟ ବିଭାଗ , ଶିକ୍ଷା ବିଭାଗ, ଯୋଗାଣ ବିଭାଗ ଇତ୍ୟାଦି ଅଧିକାରୀମାନେ ନିଜ ନିଜ ବିଭାଗ ଦ୍ଵାରା ସମ୍ଭାବ୍ୟ ବିପର୍ଯ୍ୟୟ ପୂର୍ବରୁ, ବିପର୍ଯ୍ୟୟ ସମୟରେ ଓ ବିପର୍ଯ୍ୟୟ ପରେ ନେବାକୁ ଥିବା ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ । ଏହି ବୈଠକରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା ସନ୍ତୋଷ କୁମାର ପାଢି, ରାଜ୍ୟ ପର୍ଯ୍ୟବେକ୍ଷକ ଏସ୍. କେ ସରଫରାଜ ଆହମଦ୍ ଓ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।