ଡ ସବିତା ପଟ୍ଟନାୟକ ଙ୍କ ସ୍ମୁତିରେ ଆଲୋଚନା

ବ୍ରହ୍ମପୁର ୨୬/୫ ମହାମାୟୀ ମହାବିଦ୍ୟାଳୟ ର ଖ୍ୟାତନାମା ଓଡ଼ିଆ ପ୍ରଫେସର୍ ସ୍ୱର୍ଗୀୟା ଡ଼ଃ.ସବିତା ପଟନାୟକ ଙ୍କଚତୁର୍ଥ ଶ୍ରାଦ୍ଧ ଦିବସ ହାଇଦ୍ରାବାଦ ସ୍ଥିତ “ଅମନ ବେଦିକା ଅର୍ଫନେଜ ହୋମ୍ ଫର୍ ଗାର୍ଲ ଚାଇଲ୍ଡ” ରେ ଆୟୋଜିତ ହୋଇଯାଇଛି ।ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ ସହ ଅସହାୟ ଝିଅ ମାନଙ୍କ ସଶକ୍ତି କରଣ ପ୍ରତି ତାଙ୍କ ଅମାୟିକ ଉଦ୍ୟମ ଏବଂ ମହତ ଉଦ୍ଦେଶ୍ୟ ନେଇ ଆଲୋଚନା କରାଯାଇଥିଲା ।

ଏଇ ପବିତ୍ର ସ୍ମାରଣୀକ ଶ୍ରାଦ୍ଧ ଦିବସ ଉପଲକ୍ଷେ ତାଙ୍କ ଝିଆରୀ ଡ଼ଃ. ରୀନା ଦାସ,ଝିଆରୀ ଜ୍ୱାଇଁ ସୁବ୍ରତ ମହାନ୍ତି,ନାତି ଅରମାନ ଏବଂ ବରିଷ୍ଠ ଫଟୋ ଗ୍ରାଫର ଗୌରୀ ମହାକୁଡ଼ ଙ୍କ ସମେତ “କେଓଲିସ୍ ହାଇଦ୍ରାବାଦ ମେଟ୍ରୋ ରେଲ” ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତି ଥିଲେ I