ପବିତ୍ର ଘୋଷଯାତ୍ରା ପାଇଁ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିନିତ ଅଗ୍ରୱାଲ ଅଧକ୍ଷତା ରେ ବସ୍ ସଙ୍ଘ ଓ ଅଟୋ ସଙ୍ଘ ସହ ଆଲୋଚନା

ତାରିଖ – ୨୦.୦୬.୨୦୨୫ସ୍ଥାନ – ପୁରୀ ଟାଉନ ଥାନା କନଫର୍ନରସେ ହଲଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ରୂପେ ଆଜି ପୁରୀ ଜିଲ୍ଲା ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ଶ୍ରୀ ବିନୀତ ଅଗ୍ରୱାଳ ଆଇ.ପି.ଏସ. ଙ୍କ ନେତୃତ୍ୱରେ ବସ୍ ଅସୋସିଏସନ୍ ଏବଂ ଶଟଲ୍ ସେବା ପ୍ରଦାନକାରୀ ଏଜେନ୍ସିମାନଙ୍କ ସହ ବୈଠକ ଅନୁଷ୍ଠିତ ହେଲା। ଏହି ବୈଠକର ଉଦ୍ଦେଶ୍ୟ ଥିଲା – ଆସନ୍ତା ରଥଯାତ୍ରା ୨୦୨୫ ଅବସରରେ ଯାତାୟାତ ଓ ପରିବହନ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା।ବୈଠକରେ ଗ୍ରହଣ କରାଯାଇଥିବା ମୁଖ୍ୟ ନିଷ୍ପତ୍ତିଗୁଡ଼ିକ:1. ରଥଯାତ୍ରା, ବାହୁଡା ଯାତ୍ରା ଏବଂ ସୁନାବେଶ ଦିନ:ଏହି ତିନି ଦିନ ଅବଧିରେ ଭୁବନେଶ୍ୱର, କୋଣାର୍କ ଓ ବ୍ରହ୍ମଗିରି ଦିଗରୁ ଆସୁଥିବା ସମସ୍ତ ସାଧାରଣ ପ୍ରବେଶ ଓ ଯାତ୍ରୀ ବସ୍ଗୁଡ଼ିକୁ ତାଳବଣିଆ ଅସ୍ଥାୟୀ ପାର୍କିଂ ଗ୍ରାଉଣ୍ଡ ରେ ପାର୍କିଂ କରାଯିବ। 2. ଶଟଲ୍ ସେବା ବ୍ୟବସ୍ଥା:ରଥଯାତ୍ରା ଦିନଗୁଡ଼ିକରେ ଯାତ୍ରୀଙ୍କ ସହଜ ଗତିଗତି ପାଇଁ ଦୁଇଟି ଶଟଲ୍ ରୁଟ୍ ସଚଳ ରହିବ -*ମଙ୍ଗଳା ହାଟ ରୁ ଷ୍ଟାର୍ଲିଂ ରୋଡ୍**ତାଳବଣିଆ ରୁ ରେଳ ଷ୍ଟେସନ*ଏହି ଶଟଲ୍ ସେବା ଯାତ୍ରୀଙ୍କୁ ଝଞ୍ଜାଟମୁକ୍ତ ଯାତ୍ରା ଅନୁଭବ କରାଇବା ପାଇଁ ସହଯୋଗ କରିବାକୁ ଶ୍ରୀ ଅଗ୍ରୱାଲ ସମସ୍ତଙ୍କୁ ନିର୍ଦେଶ ଦେଇଛନ୍ତି।ପୁରୀ ଜିଲ୍ଲା ପୋଲିସର ଆହ୍ୱାନ:ଏସ୍ପି ପୁରୀ ଶ୍ରୀ ବିନୀତ ଅଗ୍ରୱାଳ ଆଇପିଏସ୍ ବୈଠକରେ କହିଛନ୍ତି:”ଏହି ରଥଯାତ୍ରା ଆମ ପୁରୀ ଜିଲ୍ଲାର ଗର୍ବ ଓ ମାନମର୍ଯ୍ୟାଦାର ସଙ୍ଗେ ଜଡିତ।

ଏହାକୁ ସଫଳ କରିବା ଆମ ସମସ୍ତଙ୍କର ଜିମ୍ମେଦାରୀ। ଏହା କେବଳ ବସ୍ ଏସୋସିଏସନ୍, ଶଟଲ୍ ଏଜେନ୍ସି ଓ ଜନସାଧାରଣ ସମ୍ମିଳିତ ଚେଷ୍ଟା ଦ୍ୱାରା ଏହି ମହାଉତ୍ସବକୁ ଏକ ଦୃଷ୍ଟାନ୍ତ ସ୍ଥାପିତ କରିବା ଉଦ୍ଦେଶ୍ୟ।”ଏହି ବୈଠକରେ ବସ୍ ଏସୋସିଏସନ୍ ପ୍ରତିନିଧି, ଶଟଲ୍ ଏଜେନ୍ସି ମାନେ, ପୋଲିସ ଅଧିକାରୀ ଶ୍ରୀ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସଚିନ ପଟେଲ, ଟ୍ରାଫିକ ଡିସପି ଶ୍ରୀ ରାଜକୁମାର ପରିଡା, ଟ୍ରାଫିକ ଥାନା ଅଧିକାରୀ ଶ୍ରୀ ଜୟଦିପ ମହାନ୍ତି ଓ ପରିବହନ ବିଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ।ପୁରୀ ପୋଲିସ ର ଅପିଲ୍:ଆମେ ଆମ ସମସ୍ତ ଯାତ୍ରୀ, ବ୍ରୁନ୍ଧ, ଡ୍ରାଇଭର୍ ଓ ବ୍ୟବସ୍ଥାପନା ସଂଘଙ୍କୁ ଅନୁରୋଧ କରୁଛୁ – ନିର୍ଦ୍ଦିଷ୍ଟ ପାର୍କିଂ ଅଞ୍ଚଳ ଓ ଶଟଲ୍ ସେବା ବ୍ୟବସ୍ଥା ପାଳନ କରନ୍ତୁ ଏବଂ ଏହି ଧାର୍ମିକ ମହାଉତ୍ସବକୁ ସଫଳ ଓ ଶାନ୍ତିପୂର୍ଣ୍ଣ କରିବାରେ ସହଯୋଗ କରନ୍ତୁ।ଏହି ବ୍ୟବସ୍ଥା ଜନସାଧାରଣ ଏବଂ ଯାତ୍ରୀଙ୍କ ଅନୁକୂଳତା ପାଇଁ ଗ୍ରହଣ କରାଯାଇଛି।ପୁରୀ ପୋଲିସ – ଆପଣଙ୍କ ସେବାରେ, ଆପଣଙ୍କ ସୁରକ୍ଷା ପାଇଁ।