ମିଶ୍ରଣ ପ୍ରକ୍ରିୟା ତ୍ଵରାନିତ କରିବା ନେଇ ଜିଲ୍ଲାପାଳଙ୍କ ସହ ସହର ତଳି କ୍ରିୟାନୁଷ୍ଠାନ କମିଟିର ଆଲୋଚନା

ମିଶ୍ରଣ ପ୍ରକ୍ରିୟା ତ୍ଵରାନିତ କରିବା ନେଇ ଜିଲ୍ଲାପାଳଙ୍କ ସହ ସହର ତଳି କ୍ରିୟାନୁଷ୍ଠାନ କମିଟିର ଆଲୋଚନା ।

ବ୍ରହ୍ମପୁର – ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତିନିଧି ମଣ୍ଡଳୀ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଦିବ୍ୟ ଜ୍ୟୋତି ପରିଡ଼ାଙ୍କୁ ଗତକାଲି ତାଙ୍କ ବ୍ରହ୍ମପୁର ଗ୍ରସ୍ତ ଅବସରର ବ୍ରହ୍ମପୁର ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପ୍ରକୋଷ୍ଠ ପରିସରରେ ସାକ୍ଷାତ କରି ସହର ସନ୍ନିକଟ ଅଞ୍ଚଳ ତଥା ପାର୍ଶ୍ଵବର୍ତ୍ତୀ ୧୮ ଟି ପଞ୍ଚାୟତକୁ ମହନଗର ନିଗମରେ ସାମିଲ ନେଇ ଆଲୋଚନ କରିବା ସହ ଅଦ୍ୟାବଧି ନିଆଯାଇଥିବା ପଦକ୍ଷେପ ଜାଣିବାକୁ ଚାହିଁବା ସହ ମିଶ୍ରଣ ପ୍ରକ୍ରିୟାକୁ ଆଉ ଟିକିଏ ତ୍ୱରାନ୍ୱିତ କରିବାକୁ ଆଗାମୀ ଜନଗଣନା କାର୍ଯ୍ଯ ଆରମ୍ଭ ପୂର୍ବରୁ ସମସ୍ତ ପଦକ୍ଷେପ ନେବାକୁ ଆଗ୍ରହ କରିଥିଲେ। ଏହି ଅବସରର କମିଟି ଦ୍ବାରା ସଂଗୃହିତ ବିଭିନ୍ନ ପଞ୍ଚାୟତର ଓରିଜିନାଲ ସଂକଳ୍ପ ପତ୍ରକୁ ଜିଲାପାଳଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହାକୁ ଗ୍ରହଣ କରି କମିଟିର ଏହି କାର୍ଯ୍ୟକୁ ପ୍ରଶଂସା କରିବା ସହ ଯେଉଁ ପଞ୍ଚାୟତ ଓ ସରପଞ୍ଚ ମାନେ ରେଜୋଲୁସନ ଦେଇଛନ୍ତି ସେମାନଙ୍କୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ ନେଇ ରାଜ୍ୟ ସରକାରଙ୍କୁ ଖୁବ୍ ଶୀଘ୍ର ସୁପାରିସ କରାଯିବ ବୋଲି ସେ କମିଟି କର୍ମକର୍ତ୍ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ବର୍ତ୍ତମାନ ସରକାର ସହରୀକରଣ ଉପରେ ଗୁରୁତ୍ବ ଦେଉଛନ୍ତି ଏବଂ ପଞ୍ଚାୟତ ମାନେ ଇଚ୍ଛା ପତ୍ର ଦାଖଲ କରି ସାରିଛନ୍ତି ତେଣୁ ମିଶ୍ରଣ ନେଇ ଆଉ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି ଆଲୋଚନା ସମୟରେ ବ୍ରହ୍ମପୁର ଉପଜିଲ୍ଲାପାଳ ସୁଶ୍ରୀ ଦିନା ଦସ୍ତାଗିରି ତଥା ନୂତନ ଭାବେ ନିଯୁକ୍ତି ପାଇଥିବା ବ୍ରହ୍ମପୁର ମହାନଗର ନିଗମର ଆୟୁକ୍ତ ପ୍ରଥମେସ ଅରବିନ୍ଦ ରାଜସିର୍କେ ଉପସ୍ଥିତ ଥିଲେ। ଏହି ଅବସରର ସେ କମିଟି କର୍ମକର୍ତ୍ତାଙ୍କ ସହ ନୂତନ ଆୟୁକ୍ତଙ୍କୁ ପରିଚିତ କରାଇବା ସହ ଏହା ଏକ ବହୁତ ପୁରୁଣା ପ୍ରସଙ୍ଗ ଓ ଦାବୀ ତେଣୁ ଏହା ଉପରେ କାର୍ଯ୍ଯ ଆରମ୍ଭ କରିବାକୁ କହିଥିଲେ। ନୂତନ ଆୟୁକ୍ତ ଶ୍ରୀ ରାଜସିର୍କେ କହିଥିଲେ ଯେ ସେ ଏହି ଦାବୀ ନେଇ ଅବଗତ ଅଛନ୍ତି ଏବଂ ଏହା ଏଠାକାର ଲୋକଙ୍କ ଏକ ବହୁ ଦିନର ଦାବୀ ଓ ଖବର କାଗଜରେ ଏହି ବିଷୟରେ ବାହାରୁଥିବା ମୁଁ ଦେଖିଚି। ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର ମଧ୍ୟ ଜିଲ୍ଲାପାଳଙ୍କ ସହ କମିଟି ଉପସ୍ଥିତିରେ ଫୋନରେ ଆଲୋଚନା କରି ଶୀଘ୍ର ପଦକ୍ଷେପ ନେବାକୁ କହିଥିଲେ। ପ୍ରାଶାସନିକ ଆଗ୍ରହ ଓ ରାଜନୈତିକ ଇଚ୍ଛାଶକ୍ତି ପ୍ରକାଶ ପାଇଥିବାରୁ ଖୁବ୍ ଶୀଘ୍ର ମିଶ୍ରଣ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କମିଟି ଆଶା କରୁଛି। ଆଜିର ପ୍ରତିନିଧି ମଣ୍ଡଳୀରେ ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ବ୍ୟତୀତ ଉପ ସଭାପତି ଦେବୀ ପ୍ରସାଦ ଦାସ, ଯୁଗ୍ମ ସମ୍ପାଦକ ଟି ସୁଦେଶ ପାତ୍ର ଓ କାର୍ଯ୍ୟଳୟ ସମ୍ପାଦକ ଦିଗାମ୍ବର ସାମନ୍ତରାୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *