ଶିମିଳି ପଞ୍ଚାୟତରେ ମଧୁବାବୁ ପେନସନ ଯୋଜନାରେ ଭତ୍ତା ବଣ୍ଟନ

ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ଶିମିଳି ପଞ୍ଚାୟତରେ ମଧୁବାବୁ ପେନସନ ଯୋଜନାରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯୁବ ସରପଞ୍ଚ ବିଶ୍ୱଜିତ୍ ସ୍ବାଇଁଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମଙ୍ଗଳବାର ପୂର୍ବାହ୍ନରେ ୩୭ଜଣଙ୍କ ସମେତ ମୋଟ ୯୪ ଜଣ ଗରୀବ ଅସହାୟ ଲୋକଙ୍କୁ ତିନି ମାସର ଭତା ବଣ୍ଟନ କରାଯାଇଛି। ବାର୍ଧ୍ୟକ୍ୟ, ବିଧବା ଓ ବିକଳାଙ୍ଗ ହିତାଧିକାରୀ ମାନଙ୍କୁ ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ ଯୋଜନାରେ ଏହି ଭତା ବ୍ୟବସ୍ଥା କରାଯାଇଛି।

ଏହି ଭତା ବଣ୍ଟନ କାର୍ଯ୍ୟକ୍ରମରେ ସରପଞ୍ଚଙ୍କ ସହ ପଞ୍ଚାୟତ ସମିତି ସଭ୍ୟା ମିନତି ସାହୁ ଓ ଗ୍ରାମ ରୋଜଗାର ସେବକ ସୁମନ୍ତ ରାଉତ ପ୍ରମୁଖ ଉପସ୍ଥିତ ରହି ହିତାଧିକାରୀ ମାନଙ୍କୁ ଭତା ବଣ୍ଟନ କରିଥିଲେ। ମାସିକ ୫୦୦ ଟଙ୍କା ଭତା ପାଇ ନିଜର ଖୁସିବ୍ୟକ୍ତ କରିଛନ୍ତି ହିତାଧିକାରୀ। ଏନେଇ ରାଜ୍ୟ ସରକାରଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି।ଅନ୍ୟପଟେ ପଂଚାୟତରେ ଆହୁରି ୫୦ରୁ ଉର୍ଦ୍ଧ୍ବ ଯୋଗ୍ୟ ହିତାଧିକାରୀ ଥିଲେ ମଧ୍ୟ ସେମାନେ ବାଦ ପଡିଛନ୍ତି। ସେମାନଙ୍କ ତୁରନ୍ତ ଭତ୍ତା ଦେବାକୁ ସରପଞ୍ଚ ଦାବି କରିଛନ୍ତି।