ବାହୁଡା ଯାତ୍ରା ରେ ସ୍ବେଛାସେବୀ ସଂଗଠନ ଦ୍ଵାରା ରନ୍ଧା ଖାଦ୍ଯ ବଣ୍ଟନ


ପବିତ୍ର ବାହୁଡା ଯାତ୍ରା ରେ ଭକ୍ତଙ୍କ ପ୍ରବଳ ସମାଗମ ହୋଇଥିଲାପୂର୍ବ ରାତିରୁ ହିଁ ଭକ୍ତମାନେ ବଡଦାଣ୍ଡ ରେ ଭିଡ ଜମାଇଥିଲେ । ଭକ୍ତଙ୍କ ପ୍ରବଳ ସମାଗମକୁ ଲକ୍ଷ କରି ଅନେକ ସ୍ବେଛାସେବୀ ସଂଗଠନ ସମେତ ଅନେକ ଅନୁଷ୍ଠାନ ପକ୍ଷରୁ ରନ୍ଧା ଖାଦ୍ଯ ଏବଂ ପାନୀୟ ଜଳ ଭକ୍ତ ମାନଙ୍କୁ ବଣ୍ଟନ କରଯାଇଥିଲା । ସେହିପରି ନିଉ ହୋପ ଟ୍ରସ୍ଟ ପୁରୀ ପକ୍ଷରୁ ବାହୁଡା ଦିନ ପ୍ରାୟ ଅଢେଇ ହଜାର ଭକ୍ତଙ୍କୁ ରନ୍ଧା ଖାଦ୍ଯ ବଣ୍ଟନ କରଯାଇଥିଲା । ଅତ୍ୟନ୍ତ ସୁଧା ପୂତ ଭାବେ ପୂର୍ବ ଦିନ ରାତିରୁ ଅରୁଆ ଭାତ ଡାଲମା ଆଉ ଖଟା ପ୍ରସ୍ତୁତ କରାଯାଇ ସକଳ 7 ଟା ଠାରୁ ବଣ୍ଟନ ସେବା ଆରମ୍ଭ କରଜି ଦିନ 11 ଟା ସୁଧା ସମସ୍ତ ଭକ୍ତଙ୍କୁ ସୁବିଧା ରେ ଖାଦ୍ଯ ବଣ୍ଟନ କରାଯିବ ସହ ସ୍ବଚ୍ଛତା ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଥିଲା । ପୂର୍ବରୁ ଦେଶ ର କୋଣ ଅନୁକୋନରେ ସଂସ୍ଥା ଦ୍ଵାରା ଅନେକ ସେବା କାର୍ଯ୍ୟ କରଯାଇଥିଲା ବେଳେ ପୁରୀ ରେ ବାହୁଡା ଅବସରରେ ପ୍ରଥମ କରି ଅନୁଷ୍ଠାନ ପକ୍ଷରୁ ଏପରି ସେବା କାର୍ଯ୍ୟ କରାଯାଇଥିବା ଅନୁଷ୍ଠାନ ର ପୁରୀ ମୁଖ୍ୟ ଦିବ୍ୟ ରଞ୍ଜନ ସାରଙ୍ଗୀ ପ୍ରକାଶ କରିଥିଲେ । ପ୍ରତି ବର୍ଷ ଗରିବଙ୍କ ପାଇଁ ବସ୍ତ୍ର ଓ ଅନେକ ସମୟରେ ଖାଦ୍ଯ ବଣ୍ଟନ କରାଜେ ଏହି ଅନୁଷ୍ଠାନ ଦ୍ଵାରା । ଅନୁଷ୍ଠାନ ର ସମସ୍ତ ସଦସ୍ୟ ପ୍ରଭୁଙ୍କ ଉଦ୍ଦେଶୟରେ ଏହି ସେବା କୁ ସମର୍ପଣ କରିବା ସହ, ଏହିପରି ସୁଯୋଗ ମିଳିଥିବାରୁ ନିଜକୁ ଧନ୍ଯ ମାନେ କରିଛନ୍ତି ।

Leave a Reply

Your email address will not be published. Required fields are marked *