ଆଚାର୍ଯ୍ୟ ହରିହର ଶିଶୁ ଭବନରେ ମିଷ୍ଟାନ୍ନ ବଣ୍ଟନ

।ପୁରୀ ୨୧/୧୧ ପବିତ୍ର ଅଁଳା ନବମୀ ଓ ରାଧା ପାଦ ଦର୍ଶନ ଅବସରରେ ସାକ୍ଷୀ ଗୋପାଳ ମନ୍ଦିର ଚଳ ଚଂଚଳ ହୋଇ ଉଠିଥିବା ବେଳେ ହଜାର ହଜାର ଶ୍ରଦ୍ଧାଳୁ ସେମାନଙ୍କ ଭକ୍ତି ନୈବେଦ୍ୟ ଅର୍ପଣ କରିଛନ୍ତି।ଏହି ଅବସରରେ ଆଚାର୍ଯ୍ୟ ହରିହର ଶିଶୁ ଭବନ ପରିସରରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଆଚାର୍ଯ୍ୟ ହରିହର ଶିଶୁ ଭବନରେ ପହଞ୍ଚି ପିଲା ମାନଙ୍କ ସହ ମିଶି ଥିଲେ।ପିଲା ମାନଙ୍କ ସୁବିଧା ଅସୁବିଧା ଓ ଆବଶ୍ୟକତା ସମ୍ପର୍କରେ ଶିଶୁ ଭବନ କର୍ମକର୍ତ୍ତା ଙ୍କ ସହ ଆଲୋଚନା କରିଥିଲେ।ପିଲା ମାନେ ଇଶ୍ୱରଙ୍କ ଆଶୀର୍ବାଦ ରୁ ବିବିଧ ପ୍ରତିଭାର ଅଧିକାରୀ।

ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ ସମସ୍ତଙ୍କ ଧେୟ ହେବା ଉଚିତ ବୋଲି ସେ କହିଥିଲେ।ପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ଓ ତାଙ୍କ ଧର୍ମ ପତ୍ନୀ ପିଲା ମାନଙ୍କୁ ଫଳ ଓ ମିଷ୍ଟାନ୍ନ ପ୍ୟାକେଟ ବଣ୍ଟନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟବାଦୀ ତହସିଲଦାର ଜୟନ୍ତ ଜୟସିଂ,ଆଚାର୍ଯ୍ୟ ହରିହର ଶିଶୁ ଭବନ ଉପସଭାପତି ବିରେନ୍ଦ୍ର ଭୂଷଣ ହୋତା, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ମନୋଜ କୁମାର ମହାନ୍ତି, ଜିଲ୍ଲା ଶିଶୁ ମଙ୍ଗଳ କମିଟି ସଦସ୍ୟ ରୁଧି ସୁନ୍ଦର ମିଶ୍ର, ଉପେନ୍ଦ୍ର ବିଶ୍ୱାଳ,ଜିଲ୍ଲା ଯାଞ୍ଚ କମିଟି ସଦସ୍ୟା ସୁଚେତା ଦାଶ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଶିଶୁ ସୁରକ୍ଷା କାର୍ଯ୍ୟାଳୟ ର ଶିଶୁ ଯତ୍ନ ଅଧିକାରୀ ଶୁଭ ନାରାୟଣ ଶତପଥୀ ଓ ଶିଶୁ ଭବନର ଅଧିକ୍ଷକ ସୁବୋଧ କୁମାର ସ୍ୱାଇଁ,ପ୍ରମୁଖ ଯୋଗ ଦେଇ ଥିଲେ।

Leave a Reply

Your email address will not be published. Required fields are marked *