ଆଇ ଓ ସି ଏଲ୍ ପକ୍ଷରୁ ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଶା କର୍ମୀ ଙ୍କୁ ସ୍ୱାସ୍ଥ୍ୟ କୀଟ୍ ପ୍ରଦାନ।

ଆଇ ଓ ସି ଏଲ୍ ପକ୍ଷରୁ ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଶା କର୍ମୀ ଙ୍କୁ ସ୍ୱାସ୍ଥ୍ୟ କୀଟ୍ ପ୍ରଦାନ।ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ ଯୋଗ ଦେଇ ୯୪ ଜଣ ଆଶା କର୍ମୀଙ୍କୁ ସ୍ବାସ୍ଥ୍ୟ କିଟ୍ ବଣ୍ଟନ କରିଛନ୍ତି। ଏହି କିଟ୍ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଆଶା ମାନଙ୍କୁ ସହାୟକ ହେବ ଏହା ଏହାଦ୍ବାରା ଆଶା କର୍ମୀ ନିଜ ଅଞ୍ଚଳର ଗ୍ରାମବାସୀଙ୍କ ପ୍ରାଥମିକ ପରୀକ୍ଷା କରି ପାରିବେ ସେଥିପାଇଁ ଆଇଓସିଏଲ କୁ ଧନ୍ୟବାଦ ଦେଇଥିଲେ ଜଗତସିଂହପୁର ସାଂସଦ। ଏହି କିଟ୍ ସାହାଯ୍ୟରେ ଆଶା କର୍ମୀ ମାନେ ନିଜର ସେବାକୁ ଦ୍ଵିଗୁଣିତ କରି ପାରିବେ ବୋଲି ଆଶା କର୍ମୀ ମତ ରଖିଛନ୍ତି।।

ଏହି କିଟ୍ ବଣ୍ଟନ କାର୍ଯ୍ୟକ୍ରମରେ ମେଡିକାଲ ସୁପରିଡେଣ୍ଟ ସୁକାନ୍ତ ଦଳାଇ, ପ୍ରୋଗ୍ରାମ ଅଫିସର ରଞ୍ଜିତା ସିଂ, ଆଇଓସିଏଲେ ପକ୍ଷରୁ ବିଦୁତ୍ ପ୍ରକାଶ ସୁବୁଦ୍ଧି ଯୋଗ ଦେଇଥିବା ବେଳେ ମେଡିକାଲ କର୍ତ୍ତୃପକ୍ଷ ଏବଂ ଆଶା କର୍ମୀ ମାନେ ଯୋଗଦେଇଥିଲେ।। ଏହାସହ ସାଂସଦ ମେଡିକାଲ ପରିସର ପରିଭ୍ରମଣ କରି ମେଡିକାଲ ସମସ୍ୟା ବିଷୟରେ ଆଲୋଚନା କରିଥିଲେ।

ଜଗତ୍ସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ମଳୟ କୁମାର ପାଣିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *