ଓଡ଼ଗାଁ ବନାଞ୍ଚଳ ତରଫରୁ ଗାଁକୁ ଗାଁ ଚାରା ବଣ୍ଟନ।

୨୫/୭:- ସ୍ଥାନୀୟ ଜନସାଧାରଣ ଙ୍କ ଆଗ୍ରହ ଓ ଆବଶ୍ୟକତାକୁ ନେଇ ଆଜି ଓଡ଼ ଗାଁ ବନାଞ୍ଚଳ ତରଫରୁ ବାହାଡ଼ା ଝୋଲା ରିଜର୍ଭ ଜଙ୍ଗଲ ପାଖ ଗାଆଁ ଗୁଡିକରେ ବନାଞ୍ଚଳ ଅଧିକାରୀ ଅମ୍ରିତ୍ କୁମାର ସାହୁ ଓ ବନପାଳ ସରିତା ବରାଳଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନ ରେ ବିଭାଗୀୟ ଗାଡ଼ି ସହାୟତାରେ ନିମ,ପେସ୍ତା,କାଜୁ,ଗଙ୍ଗଶିଉଳି,ତେକ୍ମା ଓ ବେଲ ଇତ୍ୟାଦି ସାତ ଶହ ରୁ ଉର୍ଦ୍ଧ୍ବ ଚାରା ବଣ୍ଟନ କରା ଯାଇଥିଲା।ସାମାଜିକ ତଥା ପରିବେଶ କର୍ମୀ ସୁକାନ୍ତ ଚୌ ଧୁରୀ ଉପସ୍ଥିତ ରହି ଲୋକମାନଙ୍କୁ ଗଛ ଲଗାଇବାର ଆବଶ୍ୟକତା ଓ ପରିବେଶ ର ଯତ୍ନ ସମ୍ବନ୍ଧେ ବକ୍ତବ୍ୟ ସହିତ ପିଲାଟିଏ ଗଛଟିଏ,ଗଛ ଲଗାଅ ପରିବେଶ ବଞ୍ଚାଅ ଇତ୍ୟାଦି ସ୍ଳୋଗାନ ଦେଇ ସଚେତନ କରାଇ ଥିଲେ । ପରିକ୍ରମା କାଳରେ ଚାଳିଶ ପରିବାର ବିଶିଷ୍ଟ ହରିଜନ ଗ୍ରାମ ଖଜୁରିଆ ଜନସାଧାରଣ ଙ୍କ ଆଗ୍ରହକୁ ଦ୍ଵିଗୁଣିତ କରିବା ପାଇଁ ପରିବେଶ ସାଥି ୯୦ ଚାରା କିଣି ପରିବାର ପିଛା ୨ଟି ଲେଖାଏଁ ଚାରା ବଣ୍ଟନ କରିବା ସହିତ ଗାଁର ସବୁଜ ସାଥିମାନଙ୍କ ସହାୟତାରେ ଗ୍ରାମ ରାସ୍ତା ପାର୍ଶ୍ବରେ ଦଶଟି ଚାରା ରୋପଣ କରାଇ ଆଗାମୀ ଦିନରେ ଗ୍ରାମକୁ ଆସିଥିବା ରାସ୍ତାର ଉଭୟ ପାର୍ଶ୍ୱରେ ପ୍ରତ୍ୟେକ ପରିବାରଙ୍କ ଦ୍ଵାରା ଗଛ ଲଗାଇବାର ଆଗ୍ରହ ସୃଷ୍ଟି କରି ପାରିଛନ୍ତି।ଲୋକ ମାନଙ୍କର ଗଛ ଲଗାଇବା ଶ୍ରଦ୍ଧା ଦେଖି ବନାଞ୍ଚଲ ଅଧିନସ୍ଥ ସମସ୍ତ ଗ୍ରାମରେ ଚାରା ପହଞ୍ଚାଇ ଦେବାର ବ୍ୟବସ୍ଥା କରିବା ପାଇଁ ବନ ଅଧିକାରୀଙ୍କ ପ୍ରତିଶ୍ରୁତି ପରିବେଶ ପ୍ରେମୀଙ୍କୁ ଉତ୍ସାହିତ କରିଛି। ବନ ବିଭାଗ ତଥା ପରିବେଶ କର୍ମୀଙ୍କ କାର୍ଯ୍ୟକୁ ଅଞ୍ଚଳବାସୀ ଭୂରି ଭୂରି ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *