ଜିଲ୍ଲା ଏକତା ରକ୍ତ ସଂଗଠନ ଭଦ୍ରକ ତରଫରୁ ଅଗ୍ନି ବିପନ୍ନଙ୍କୁ ସାହାଯ୍ୟ

ଭଦ୍ରକ– ଭଦ୍ରକ ଜିଲ୍ଲା ଏକତା ରକ୍ତ ସଂଗଠନ ଭଦ୍ରକର ଜିଲ୍ଲାର ସକ୍ରିୟ ସଦସ୍ୟ ପ୍ରଶାନ୍ତ କୁମାର ସାହୁ କହିବା ଅନୁସାରେ ଜିଲ୍ଲା ଏକତା ରକ୍ତ ସଂଗଠନ ସଭାପତି ପୁନିଲ ସାମନ୍ତ ,ଉପ ସଭାପତି ଶିବାନନ୍ଦ ଭଟ୍ଟାଚାର୍ଯ୍ୟ, ସମ୍ପାଦକ ଭକ୍ତହରି ସେଠି , ସହସମ୍ପାଦକ ଦେବବ୍ରତ ଜେନା , ମେଡ଼ିଆ ପ୍ରମୁଖ ପ୍ରିୟବ୍ରତ ନାୟକ , ଦାମୋଦର ସାହୁ ତଥା ସଂଗଠନର ଛୋଟ ସମାଜସେବୀ ବିଶ୍ୱଜିତ ନାୟକ କିଛି ଶୁଖିଲା ଖାଦ୍ୟ ନେଇ ପହଞ୍ଚିଥିଲେ ବାସୁଦେବପୁର ବ୍ଲକ ଅନ୍ତର୍ଗତ ବାଲିମେଦ ର ୨ ନମ୍ବର ୱାର୍ଡ ଠାରେ । ଯେଉଁଠାରେ ୪୦ ପରିବାରକୁ ସର୍ବହାର କରିଦେଇଛି ଅଗ୍ନି। ଅଗ୍ନିଦେବଙ୍କ ପ୍ରକୋପ ଏତେ ଥିଲା ଯେ କେବେଳ ପିନ୍ଧିଥିବା ବସ୍ତ୍ର ବ୍ୟତୀତ ଆଉ କିଛି ଉଦ୍ଧାର କରି ପାରିନଥିଲେ । ଘର ସମସ୍ତ ଯାବତୀୟ ଜିନିଷ ସୁନା ଗହଣା ସମସ୍ତ ଆସବା ପତ୍ର ଜଳି ପୋଡି ପାଉଁଶ ହୋଇଯାଇଛି। ଜିଲ୍ଲା ଏକତା ରକ୍ତ ସଂଗଠନ ଭଦ୍ରକ ତରଫରୁ କିଛି ଚୁଡା , ବିସ୍କୁଟ ଓ ଅନ୍ୟ କିଛି ଶୁଖିଲା ଖାଦ୍ୟ ଦିଆଯାଇଥିଲା। ଜିଲ୍ଲା ଏକତା ରକ୍ତ ସଂଗଠନର ଏହି ସେବାକାର୍ଯ୍ୟକୁ ଗ୍ରାମବାସୀ ମାନେ ପ୍ରଶଂସା କରିଥିଲେ। ଏହି ସେବାକାର୍ଯ୍ୟରେ ଯୋଗଦେଇଥିବା ସମସ୍ତ ସଦସ୍ୟଙ୍କୁ ଜିଲ୍ଲା ଏକତା ରକ୍ତ ସଂଗଠନ ଭଦ୍ରକର ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ।

ରିପୋର୍ଟ- ପୁନିଲ୍ କୁମାର ସାମନ୍ତ, ଭଦ୍ରକ।

Leave a Reply

Your email address will not be published. Required fields are marked *