ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ଜିଲ୍ଲାସ୍ତରୀୟ ସାହିତ୍ୟ ସମ୍ମିଳନୀ

ଗଞ୍ଜାମ– ବୁଗୁଡ଼ା ସହରର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ସଭାଗୃହରେ ଏକ ଜିଲ୍ଲାସ୍ତରୀୟ ସାହିତ୍ୟ ସମ୍ମିଳନୀ ବିକ୍ଷିପ୍ତାର ସମ୍ପାଦକ ଡ. ଶ୍ୟାମାପ୍ରସାଦ ମିଶ୍ରଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନର ସଭାପତି କୃତିବାସ ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ଓଡିଶା ସାହିତ୍ୟ ଏକାଡ଼େମୀର ସଦସ୍ୟ ଡ.ସିଦ୍ଧାର୍ଥ ଶଙ୍କର ପାଢୀ,ମୁଖ୍ୟବକ୍ତାଭାବେ ଜନତା ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡ.ହିମାଂଶୁ ଶେଖର ରଥ ଏବଂ ସମ୍ମାନୀତ ଅତିଥି ଭାବେ ଡ.ବୃଷକେତୁ ଦାଶ,ରମେଶ ଚନ୍ଦ୍ର ଆଲଟିଆ,ଶିଶୁମନ୍ଦିର ପ୍ରଧାନ ଆଚାର୍ଯ୍ଯ ରବିନ୍ଦ୍ର କୁମାର ଦାଶ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଏହି ପରିପ୍ରେକ୍ଷୀରେ ରାଇ ରଞ୍ଜନ ନନ୍ଦ,ଜ୍ୟୋତ୍ସ୍ନାରାଣୀ ଦେବୀ, ଶୁଭ୍ରଜିତ୍ ସାହୁ,ସୌଦାମିନୀ ମିଶ୍ର,ବନ୍ଦନା ମିଶ୍ର,ଡ.ବ୍ରଜ କିଶୋର ପାଢୀଙ୍କ ସଂଯୋଜନାରେ ଶତାଧିକ କବି ଓ କବୟିତ୍ରୀ ଅଂଶଗ୍ରହଣ କରି ସ୍ବରଚିତ କବିତା ପାଠ କରିଥିଲେ। ଏହି ଅବସରରେ ସ୍ଥାନୀୟ ଅପ୍ରତିଦ୍ୱନ୍ଦୀ କଳା,ସାହିତ୍ୟ ଓ ସଂସ୍କୃତିର ପ୍ରତିଷ୍ଠାନ ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦ ସମ୍ପାଦକ,ସାହିତ୍ୟିକ ତଥା ସାମ୍ବାଦିକ ମଧ୍ୟ ଅଂଶଗ୍ରହଣ କରି ତାଙ୍କରି ସ୍ବରଚିତ କବିତା “ରେ ମଣିଷ.. ମଣିଷ ପରିକା ହୁଅ” କବିତା ପାଠ କରିଥିଲେ। ଅନୁଷ୍ଠାନ ପକ୍ଷରୁ କେତେକ ପ୍ରତିଭା ସମ୍ପନ୍ନ ବ୍ୟକ୍ତି ବିଶେଷଙ୍କୁ ଉପଢୈାକନ ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
ରିପୋର୍ଟ-ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡା।