ନୟାଗଡ଼ ଜିଲ୍ଲାରେ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ

ନୟାଗଡ଼ ଜିଲ୍ଲାରେ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ , ଜିଲ୍ଲା ପରିଷଦ ର ସୃଜନ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ନୟାଗଡ଼ ଜିଲ୍ଲା ର ମାନ୍ୟବର ପ୍ରଭାରୀ ମନ୍ତ୍ରୀ ତଥା ସମବାୟ, ହସ୍ତତନ୍ତ ବୟନ ଶିଳ୍ପ ମନ୍ତ୍ରୀ, ଶ୍ରୀଯୁକ୍ତ ପ୍ରଦୀପ ବଳ ସାମନ୍ତ, ମାନ୍ୟବର ବାଚସ୍ପତି, ବିଧାନ ସଭା, ଓଡ଼ିଶା, ଶ୍ରୀମତୀ ସୁରମା ପାଢୀ, ମାନ୍ୟବର ବିଧାୟକ, ଖଣ୍ଡପଡ଼ା ଦୁଷ୍ମନ୍ତ କୁମାର ସ୍ବାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଇଂ ଦେବାଶିଷ ପଟ୍ଟନାୟକ, ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ, ଲଗ୍ନଜିତ ରାଉତ, ଉପ-ଜିଲ୍ଲାପାଳ କର୍ଣ୍ଣଦେଵ ସମାଦାର ପ୍ରମୁଖ ଏହି ବୈଠକରେ ଯୋଗଦେଇଥିଲେ । ବୈଠକ ର ପ୍ରାରମ୍ଭରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ସ୍ୱ।ଗତ ଭାଷଣ ରଖିଥିଲେ । ମାନ୍ୟବର ବିଧାୟକ, ଖଣ୍ଡପଡ଼ା ନୟାଗଡ଼ ଜିଲ୍ଲା ରେ ଆସିଥିବା ବିଭିନ୍ନ ବଜେଟ ଠିକଠାକ କାମରେ ଲଗାଇବା ପାଇଁ ପରାମର୍ଶ ଦେଇଥିଲେ।ସେହିପରି ମାନ୍ୟବର ମନ୍ତ୍ରୀ ବକ୍ତବ୍ୟ ରେ କହିଲେ ଯେ ଗଣତାନ୍ତ୍ରିକ ପ୍ରକ୍ରିୟା ରେ ସମାଜ ର ଶେଷ ଧାଡ଼ି ରେ ବସିଥିବା ଲୋକଙ୍କୁ ସହଯୋଗ ମିଳିଲେ ୨୦୨୭ ସୁଦ୍ଧା ଲୋକବହୁତ ଉନ୍ନତ ହୋଇପାରିବ।ମାନ୍ୟବର ବାଚସ୍ପତି କହିଲେ ଜିଲ୍ଲାର ବିକାଶ ର‌ ମାପକାଠି ଆଜି ପ୍ରଭାରୀ ମନ୍ତ୍ରୀ ମାଧ୍ୟମରେ ସମୀକ୍ଷା କରାଯିବ । ଜିଲ୍ଲାର industry ନାହିଁ,ଜଳ ସମ୍ପଦ ର ପୁନରୁଦ୍ଧାର, ଶିକ୍ଷା ଭିତ୍ତିଭୂମି ନିର୍ମାଣ କରିବାରେ ଆମେ କ’ଣ ହୋଇପାରିନାହିଁ କଣ ସ୍ୱପ୍ନ ଦେଖିବାକୁ ହେବ ସବୁର ସମୀକ୍ଷା କରାଯିବ ସେହିପରି ଅନ୍ୟମାନେ ଅନୁରୂପ ଭାଷଣ ରଖିଥିଲେ । ସମୀକ୍ଷା ସମୟରେ ପ୍ରଥମେ ଡିଏଫ୍ଓ କହିଲେ ଯେ ପ୍ଲାଣ୍ଟେସନ କରାଯିବା ,୫ କି.ମି ବ୍ୟାପି ଓଡ଼ଗାଁ ରେ ଫେନସିଙ୍ଗ କରାଯାଇଛି ଏବଂ ଲୋକମାନେ ବନ୍ୟପ୍ରାଣୀ ସୁରକ୍ଷା ରେ ନିଯୁକ୍ତି ପାଇଛନ୍ତି ।ସ୍ବାସ୍ଥ୍ୟ ବିଭାଗର କାୟା କଳ୍ପ ପୁରସ୍କାର, ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ କେନ୍ଦ୍ର ,ଵୟୋ ବନ୍ଦନା ଯୋଜନା ମାଧ୍ୟମରେ ଶତ ପ୍ରତିଶତ କାର୍ଡ ବାଣ୍ଟିବା ପାଇଁ ଆଲୋଚନା କରାଯାଇଥିଲା।ରେଭିନ୍ୟୁ ବିଭାଗ ର ବସୁନ୍ଧରା ଯୋଜନା ରେ ୨୨୧ ଜଣଙ୍କୁ ପଟ୍ଟା ବଣ୍ଟନ କରାଯାଇଛି ।ତହସିଲଦାରମାନଙ୍କୁ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରାଯାଇଛି।ସେହିପରି କୃଷି, ଶିକ୍ଷା, ଯୋଗାଣ,ଆର୍.ଡି, ଟିପିସିଓଡିଏଲ,ସମାଜ କଲ୍ୟାଣ ବିଭାଗ ମାନଙ୍କ ର ସମୀକ୍ଷା କରାଯାଇ ପରାମର୍ଶ ଦିଆଯାଇଥିଲା।ଅବକାରୀ ଅଧିକ୍ଷକ, ଜିଲ୍ଲା ମଙ୍ଗଳ ଅଧିକାରୀ, ହସ୍ତତନ୍ତ ବୟନ ଶିଳ୍ପ ବିଭାଗ ମାନଙ୍କ ର ସମୀକ୍ଷା କରାଯାଇଥିଲା।ଏହି ବୈଠକରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗୀୟ ଅଧିକାରୀ, ସମସ୍ତ ଯନ୍ତ୍ରୀ ପ୍ରମୁଖ ଯୋଗଦେଇଥିଲେ।ଶେଷରେ ଉପଜିଲ୍ଲାପାଳ ଧନ୍ୟବାଦ ଦେବା ପରେ ସଭା ସାଙ୍ଗ କରାଯାଇଥିଲା ।

Leave a Reply

Your email address will not be published. Required fields are marked *