ଜିଲ୍ଲା ସ୍ତରୀୟ କ୍ରୀଡା ଉତ୍ସବ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ କ୍ରୀଡା ଉତ୍ସବ ଅନୁଷ୍ଠିତପୁରୀ ୧୨/୧ ନୂଆ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ପୁରୀ ଜିଲ୍ଲା ସ୍ତରୀୟ କ୍ରୀଡା ଉତ୍ସବ ଆଜି ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ପିଲାମାନଙ୍କ ପ୍ରତିଭା ପ୍ରଦର୍ଶନ ଓ ଦକ୍ଷତା ପ୍ରଦର୍ଶନ ପାଇଁ ଯୁବ ଓଡ଼ିଶା ନବୀନ ଓଡିଶା ଏକ ଉପଯୁକ୍ତ ପ୍ଲାଟଫର୍ମ।ପ୍ରତିଟି ପିଲା ନିଜ ଦକ୍ଷତା ର ଉପଯୋଗ କରି ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିବେ ବୋଲି ସେ ମତ ଦେଇଥିଲେ।ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ଉତ୍ସବ ରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ଡିଆଇସିର ଜି ଏମ ଅମୂଲ୍ୟ କୁମାର ପଣ୍ଡା,ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ବରିଷ୍ଠ କ୍ରୀଡା ଶିକ୍ଷକ ନିହାର ରଞ୍ଜନ ପଲାଇ ପ୍ରମୁଖ ଯୋଗ ଦେଇ କ୍ରୀଡା ପ୍ରତିଭା ର ଉନ୍ମେଷ ଦିଗରେ ଏହି କାର୍ଯ୍ୟକ୍ରମ ସହାୟକ ହୋଇ ପାରିବ ବୋଲି ମତ ଦେଇଥିଲେ।ସୂଚନାଯୋଗ୍ୟ ଯେ ବିଭିନ୍ନ ବ୍ଲକ ରୁ ଖୋ ଖୋ, ଭଲିବଲ, ଫୁଟବଲ, କବାଡି,ହକି ଓ କ୍ରିକେଟ ଭଳି ୬ ଗୋଟି କ୍ରୀଡା ରୁ ଚୟନ ହୋଇ ଆସିଥିବା ଶ୍ରେଷ୍ଠ ପ୍ରତିଯୋଗୀ ଙ୍କ ମଧ୍ୟରେ ଚଳିତ ମାସ ୨୧ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *