ମ୍ୟାଲେରିଆ, ଡେଙ୍ଗୁ,ଓ ଡାଇରିଆ ନିରାକରଣ ରେ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ବୈଠକ ।

ତା ୧୭.୦୬.୨୦୨୫ ରିଖ ନୟାଗଡ଼ ।ଆଜି ଦିବା ୧୦.୩୦ ଘଟିକା ସମୟରେ ଜିଲ୍ଲା ସମ୍ମିଳନୀ କକ୍ଷ ରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ମ୍ୟାଲେରିଆ ,ଡେଙ୍ଗୁ, ଡାଇରିଆ ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା ସୁଶାନ୍ତ କୁମାର ଦାସ ଡାଇରିଆ ନିରାକରଣ ଅଭିଯାନ ଓ ମ୍ୟାଲେରିଆ ଓ ଡେଙ୍ଗୁ ଉପରେ ବିଶଦ ଆଲୋଚନା କରିଥିଲେ । ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ ବନମାଳୀ ପ୍ରଧାନ ମ୍ୟାଲେରିଆ ,ଡେଙ୍ଗୁ ଓ ଡାଇରିଆ ଉପରେ ଅନ୍ୟ ବିଭାଗର ଦାୟିତ୍ଵ ଓ କର୍ତ୍ତବ୍ୟ ଉପରେ ଆଲୋଚନା କରିଥିଲେ । ଏହି ଅଭିଯାନ ରେ ଲୋକମାନଙ୍କୁ ସଚେତନ କରିବା ସହିତ ଘର ଘର ବୁଲି ORS ବିତରଣ ସହ ଜିଉଙ୍କ ଟାଵଲେଟ ଓ ମଶାରୀ ବ୍ୟବହାର କରିବା ସହିତ ପରିବେଶ କୁ ସଫା ସୁତୁରା କରି କୌଣସି ସ୍ଥାନରେ ପାଣି ଜମା ହେବାକୁ ନଦେବା ପାଣିର ଉତ୍ସ ମାନଙ୍କରେ ଯଥା ନଳକୂପ, ଏବଂ ପାଣି ଟାଙ୍କି ମାନଙ୍କରେ ପାଣି କୁ ବିଶୋଧନ କରିବାକୁ ହାଲୋଜେନ ଟାବଲେଟ ଏବଂ କ୍ଲୋରିନେଟ କରିବା ପାଇଁ ଏଵଂ ସମସ୍ତ ବିଦ୍ୟାଳୟ ମହାବିଦ୍ୟାଳୟ ମାନଙ୍କ ରେ ଥିବା ଓଭର ହେଡ ପାଣି ଟାଙ୍କି ମାନଙ୍କୁ ବିଶୋଧନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଫୁଟା ପାଣି ବ୍ୟବହାର ପାଇଁ ଥଣ୍ଡା ଖାଦ୍ୟ ଓ ବାସି ଖାଦ୍ୟ ଖାଇବାକୁ ବାରଣ କରିଥିଲେ ।ଜିଲ୍ଲା ଏଵଂ ବ୍ଲକ ସ୍ତରରେ କଣ୍ଟ୍ରୋଲ ରୁମ୍ ଖୋଲା ଯିବାକୁ ମତ ରଖିଥିଲେ ।ଜିଲ୍ଲାପାଳ ସମସ୍ତ ପ୍ରଶାସନିକ ଅଧିକାରୀ ମାନଙ୍କୁ ଆଲର୍ଟ ରହିବାକୁ ଯଥା ପ୍ରଚାର ପ୍ରସାର ପାଇଁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ସମସ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ଏହି ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀ , ସାମ୍ବାଦିକ ପ୍ରମୁଖ ଯୋଗଦେଇଥିଲେ।ଏବଂ ଶେଷରେ ବୈଠକ ସାଙ୍ଗ କରାଯାଇଥିଲା ।