ସିପିଏମର ସ୍ଵରଭାରତୀୟ ସମ୍ମିଳନୀ କୁ ସଫଳ କରିବା ପାଇଁ ଜିଲ୍ଲା ସ୍ତରୀୟ କର୍ମୀ ସମ୍ମିଳନୀ

ବ୍ରହ୍ମପୁର – ସିପିଏମ ର 24 ତମ କଂଗ୍ରେସ ଅପ୍ରେଲ 2 ରୁ 6 ପର୍ଯ୍ୟନ୍ତ ତାମିଲନାଡୁ ର ମଦୁରାଇ ସହରରେ ଅନୁଷ୍ଠିତ ହେବ।ଏଥିରେ ଆଗାମୀ 3ବର୍ଷ ପାଇଁ ରାଜନୈତିକ ଓ ସାଙ୍ଗଠନିକ ପ୍ରସ୍ତାବ ସମ୍ପର୍କରେ ସାଥୀ ଆଳିକିଶୋର ପଟନାୟକ ଓ ସାଥୀ ଯୁଧିଷ୍ଠିର ବେହେରା ଆଲୋଚନା କରିଥିଲେ। ଦେଶର ଧର୍ମନିରପେକ୍ଷ ଓ ଗଣତାନ୍ତ୍ରିକ ବ୍ୟବସ୍ଥାର ସୁରକ୍ଷା ,ସାମ୍ବିଧାନିକ ସଂସ୍ଥା ଗୁଡିକ ର ସ୍ଵାଧୀନତା,ଦରବୃଦ୍ଧି, ବେକାରୀ ଭଳି ସମସ୍ୟା ବିରୁଦ୍ଧରେ ଲଢେଇ କରିବା ପାଇଁ ଏକ ଶକ୍ତିଶାଳୀ ପାର୍ଟି ଗଠନ ପାଇଁ ପ୍ରସ୍ତାବ ଗ୍ରହଣ କରାଯିବା ସହିତ ଦେଶର ସାମ୍ପ୍ରଦାୟିକ- କର୍ପୋରେଟ ମେଣ୍ଟ ବିରୁଦ୍ଧରେ ସମସ୍ତ ଧର୍ମ ନିରପେକ୍ଷ, ଗଣତାନ୍ତ୍ରିକ ଓ ବାମପନ୍ଥୀ ଦଳ ଗୁଡିକୁ ଏକ ତ୍ରିତ କରି ବ୍ୟାପକ ଅଭିଯାନ ନେବାପାଇଁ ରାଜନୈତିକ ପ୍ରସ୍ତାବ ରଖାଯାଇଛି।ଆଜିର ଏହି କର୍ମୀ ସମ୍ମିଳନୀରେ ବିଦ୍ୟୁତର ଦରବୃଦ୍ଧି ହେଲେ ଜିଲ୍ଲା ବ୍ୟାପି ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ହୋଇଛି।ଏହି କର୍ମୀସମ୍ମିଳନୀରେ କୈଳାଶ ଷଡଙ୍ଗୀ ସଭାପତିତ୍ୱ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ରାମ ଚନ୍ଦ୍ର ନାୟକ, ବିଦ୍ୟାଧର ଜେନା, ଦିଲିପ ଛୋଟରାୟ, ହାରୀକୃଷ ରେଡି, ଶିବପ୍ରସାଦ ମହାପତ୍ର ଓ ଅଜୟ ଗୌଡ଼ ପ୍ରମୁଖ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *