ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ
ଜଗତସିଂହପୁର ,୦୨/୦୫/୨୦୨୩- ଦୁର୍ନୀତି ବିରୋଧୀ ଅଭିଯାନର ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ବରିଷ୍ଠ ଉପଭୋକ୍ତା କର୍ମୀ ଗୋବିନ୍ଦ ଓଝାଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଅଛି। ପ୍ରକାଶ ଥାଉ କି, କଣ୍ଟାବଲ୍ଲଭପୁର ଅଭିରାମ ପରମହଂସ ପାଦୁକା ମନ୍ଦିର ପ୍ରାଙ୍ଗଣରେ ପୂର୍ବାହ୍ନ ୧୦ ଘଟିକା ସମୟରେ ବରିଷ୍ଠ କର୍ମୀ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ସଭାପତିତ୍ବ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଉକ୍ତ ବୈଠକରେ ଜିଲାସ୍ତରରେ ଯେଉଁ ଦୁର୍ନୀତି ହେଉଛି,ତାକୁ ମିଳିତ ଭାବରେ ସୂଚନା ଅଧିକାର ଆଇନ ୨୦୦୫ କୁ ବ୍ୟବହାର କରି ଦୁର୍ନୀତି ହୋଇଥିବା କାର୍ଯ୍ୟର ଲୋକ ଲୋଚନକୁ ଆଣିବା ଏବଂ ଦୁର୍ନୀତି ହୋଇଥିବା କାର୍ଯ୍ୟକୁ ନେଇ ବିଭିନ୍ନ ଅଦାଲତକୁ ଯିବା ପାଇଁ ଆଜିର ସଭାରେ ସ୍ଥିର କରାଗଲା। ଜିଲ୍ଲାର ପ୍ରତି ବିଭାଗକୁ ଖୁବ୍ ଶୀଘ୍ର ବହୁଳ ଭାବରେ ସୁଚନା ମଗାଯିବ ବୋଲି ମତ ପ୍ରକାଶ ପାଇଥିଲା। ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ଜିଲ୍ଲାର ସମସ୍ତ ବ୍ଲକ୍ ଓ ମୁନିସିପାଲଟିରେ ବହୁଳ ଭାବରେ ପ୍ରସାର କରିବା ପାଇଁ ସ୍ଥିର କରାଗଲା।ଏଥିରେ ଜିଲ୍ଲାର ସମସ୍ତ ବ୍ଲକ, ଜଗତସିଂହପୁର ଓ ପାରାଦ୍ଵୀପ ମ୍ୟୁନିସିପାଲଟିର ଆବାହକମାନେ ଯଥା ସାମାଜିକ କର୍ମୀ ହେମନ୍ତ କୁମାର ସାହୁ, ସରିତ୍ ମହାପାତ୍ର,ନିରଞ୍ଜନ ବାରିକ୍,ସୁରେଶ ସ୍ବାଇଁ, ଗୋବିନ୍ଦ ଓଝା,ଉମେଶ ଚନ୍ଦ୍ର ଖଟୁଆ,ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗ ଦେଇ ସୁଚିନ୍ତିତ ମତ ରଖିଥିଲେ।ଶେଷରେ ଜିଲ୍ଲା ଆବାହିକା ବିଜୟ ଲକ୍ଷ୍ମୀ ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।