ଲକ୍ଷପତି ଦିଦି ସମ୍ପର୍କିତ ଜିଲ୍ଲା ସ୍ତରୀୟ କର୍ମଶାଳାମହିଳାଗଣ ସୁଦୃଢ ଓ ସ୍ବାବଲମ୍ବୀ ହେବେ

ବ୍ରହ୍ମପୁର (ନାରାୟଣ ମହାଙ୍କୁଡ଼)ମିଶନ୍ ଶକ୍ତି ବିଭାଗ ଅନ୍ତର୍ଗତ ଓଡିଶା ଜୀବୀକା ମିଶନ୍ ଦ୍ବାରା ଓଡିଶାର ପ୍ରତ୍ୟେକ ମହିଳା ଗଣ ଆର୍ଥକ ସ୍ଥିତିର ସୃଦଢ ହୋଇ ସେମାନେ କେମିତି ସ୍ବାବଲମ୍ବୀ ହୋଇ ପାରିବେ ସେହି ଲକ୍ଷ୍ଯ ନେଇ “ଲକ୍ଷପତି ଦିଦି“ କାର୍ଯ୍ୟକ୍ରମ, ମଙ୍ଗଳବାର ଏହି ସମ୍ପର୍କିତ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ସଦର ମହକୁମା ଛତ୍ରପୁର ସ୍ଥିତ ଅନସ୍ଲୋ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ମୁଖ୍ଯ ଅତିଥି ରୂପେ ଯୋଗଦାନ କରି ଏହାର ଶୁଭାରମ୍ଭ କରି ନିଜ ବକ୍ତବ୍ୟରେ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ଜଣାଇଥିଲେ ଯେ, ଭାରତର ମାନ୍ୟବର ଯଶସ୍ବୀ ପ୍ରଧାନମନ୍ତ୍ରୀ ତଥା ଓଡିଶାର ମାନ୍ୟବର ମୁଖ୍ଯମନ୍ତ୍ରୀଙ୍କର ଲକ୍ଷ୍ଯ ରହିଛି ପ୍ରତ୍ୟେକ ମହିଳାଙ୍କ ଆର୍ଥିକ ସ୍ଥିତିର ଉନ୍ନତି ହୋଇ ସେମାନେ କିଭଳି ସୁଦୃଢ ହୋଇ ପାରିବେ ସେଥି ଘେନି “ଲକ୍ଷପତି ଦିଦି“ କାର୍ଯ୍ୟକ୍ରମ । ଏହି କର୍ମଶାଳା ଦ୍ବାରା ମହିଳାଗଣ କିଭଳି ଆତ୍ମ ସ୍ବାବଲମ୍ବୀ ହୋଇ ପାରିବେ, ବିଭିନ୍ନ ବିଭାଗ ଦ୍ବାରା ସେମାନଙ୍କୁ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇ ପ୍ରେରଣା ଯୋଗାଇ ଦିଆଯାଉଛି । ପ୍ରତ୍ୟେକ ମହିଳା କୃଷି ଓ ବ୍ୟବସାୟ ସମ୍ପର୍କିତ ଜ୍ଞାନ ଆହରଣ କରି ବିଭିନ୍ନ ବିଭାଗ ଦ୍ବାରା ପ୍ରଦତ୍ତ ଯୋଜନାରେ ସାମିଲ ହୋଇ ସେଥିରୁ ଉପକୃତ ହୋଇ ନିଜକୁ ସୁଦୃଢ କରିପାରିବେ । କୃଷି ଭିତ୍ତିକ ପନିପରିବା ଚାଷ ତଥା ବ୍ୟାଙ୍କ ସେବା ମାଧ୍ୟମରେ ବିଭିନ୍ନ ରୋଜଗାର ପନ୍ଥା ଗ୍ରହଣ କରି ନିଜର ଆର୍ଥିକ ମାନଦଣ୍ଡର ଉନ୍ନତି ଆଣି ନିଜେ ସ୍ବାବଲମ୍ବୀ ହେବା ସାଥେ ସାଥେ ନିଜ ପରିବାର ବର୍ଗଙ୍କ ଉନ୍ନତି ଦିଗରେ ଯଥା ଶିକ୍ଷା, ସ୍ବାସ୍ଥ୍ୟର ଯତ୍ନ ନେଇପାରିବେ । ନିଜ ଗାଁ ତଥା ନିଜେ ବସ,ବାସ କରୁଥିବା ଅଞ୍ଚଳର ସମ୍ବଳକୁ ନେଇ ବିନିଯୋଗ କରିପାରିବେ, ଯଦ୍ବାରା ନିଜେ ରୋଜଗାର କରି ତାହାର ସଞ୍ଚୟ କରି ଲକ୍ଷପତି ଦିଦି ହେବାର ସୁଯୋଗ ପାଇ ପାରିବେ । ଏଥି ସକାଶେ ଜିଲ୍ଲା ପ୍ରଶାସନ ସବୁବେଳେ ସହଯୋଗ କରିପାରିବା ସହିତ ଜିଲ୍ଲାର ତଥା ସାରା ରାଜ୍ୟର ଅଭିବୃଦ୍ଧି ଦିଗର ବାଟ ଉନ୍ମୁକ୍ତ ହୋଇ ପାରିବ ବୋଲି ଜଣାଇଥିଲେ ।

କର୍ମଶାଳାର ପ୍ରରମ୍ଭରେ ଓଡିଶା ଜୀବୀକା ମିଶନ୍ ର ଜିଲ୍ଲା ଯୋଜନା ଅଧିକାରୀ ସନ୍ତୋଷ ରଥ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଜିଲ୍ଲା ମୁଖ୍ଯ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ମଧୁମିତା ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ । କୃଷି, ଉଦ୍ୟାନ,ପଶୁ ସମ୍ପଦ, ମତ୍ସ୍ୟ ବିଭାଗ ପକ୍ଷରୁ ଲକ୍ଷପତି ଦିଦି ନିମିତ୍ତ କଣ ସବୁ ଯୋଜନା ରହିଛି ଏଥିରୁ କିଭଳି ଫାଇଦା ପାଇବେ ତାହା ସଂପୃକ୍ତ ଜିଲ୍ଲା ମୁଖ୍ୟ କୃଷିୁ ଅଧିକାରୀ ରବି ନାରାୟଣ ପଣ୍ଡା, ଉଦ୍ୟାନ ବିଭାଗୀୟ ଉପ ନିର୍ଦ୍ଦେଶକ କନ୍ଦ ଜେନା, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ ଶୁଭ୍ରକାନ୍ତ ମହାନ୍ତି, ଜିଲ୍ଲା ମତ୍ସ୍ୟ ସମ୍ପଦ ଅଧିକାରୀ ନିମାଇଁ ଚରଣ ବସ୍ତି, ଲିଡ୍ ବ୍ୟାଙ୍କ ପରିଚାଳକ ହିମାଞ୍ଚଳ ସାହୁ, ଜିଲ୍ଲା ଶିଳ୍ପ ବିଭାଗ ସାଧାରଣ ପରିଚାଳକ ହୃଷିକେଶ ବେହେରା, ଓରମାସ୍ ଡେପୁଟି ସିଇଓ ସତ୍ୟ ସୁନ୍ଦର ପାଇଟାଲ ପ୍ରମୁଖ ନିଜ ନିଜ ବିଭାଗର କାର୍ଯ୍ୟକାରିତା, ଯୋଜନା ଏବଂ ଏଥିରୁ କିଭଳି ଲକ୍ଷପତି ଦିଦି ହୋଇ ଲାଭ ପାଇବେ ତାହା କର୍ମଶାଳାଟିରେ ଅବଗତ କରାଇଥିଲେ । ଜିଲ୍ଲାର ଦୁଇ ହଜାରରୁ ଅଧିକ ମହିଳା ପ୍ରଶିକ୍ଷଣ ଶିବିରରେ ଅଂଶ ଗ୍ରହଣ କରିଥିଲେ ।