ଜିଲ୍ଲାସ୍ତରୀୟ ବିଶ୍ୱ ଷ୍ଟ୍ରୋକ୍ ଦିବସ ପୁରୀ ପେଣ୍ଠକଟା ସହରାଂଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲାସ୍ତରୀୟ ବିଶ୍ୱ ଷ୍ଟ୍ରୋକ୍ ଦିବସ ଅବସରରେ ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ଭେକ୍ଟର ବାହିତ ରୋଗ) ଡା. ବିନୋଦ ବିହାରୀ ରଥ ମୁଖ୍ୟଅତିଥି ଭାବରେ ଯୋଗଦେଇ ବିଶ୍ୱ ଷ୍ଟ୍ରୋକ୍ ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ମେଦବହୁଳ, ମଧୁମେହ ରୋଗ ତଥା ମଦ୍ୟପାନ, ଧୂମପାନ, ସଠିକ୍ ମାତ୍ରାରୁ ଅଧିକ ଲୁଣ ସେବନ କରିବା ଯୋଗୁଁ ମସ୍ତିଷ୍କାଘାତ (ଷ୍ଟ୍ରୋକ୍) ହେବାର ସମ୍ଭାବନା ଥାଏ | ତେଣୁ ଉତ୍ତମ ଜୀବନ ଶୈଳୀକୁ ଆପଣେଇବା,ନିୟମିତ ଯୋଗ ଓ ପ୍ରାଣାୟାମ କରିବା, ଦୈନିକ ୩୦ ମିନିଟ୍ କିଛି ଶାରୀରିକ ପରିଶ୍ରମ ଅବା ବ୍ୟାୟାମ କରିବାଦ୍ୱାରା ଆମେ ଏହି ମସ୍ତିଷ୍କାଘାତ ରୋଗଠାରୁ ଅନେକାଂଶରେ ଦୁରେଇ ରହି ପାରିବା ।

ଜିଲ୍ଲା ମହାମାରୀ ବିଶେଷଜ୍ଞ ଡଃ ଶିଳ୍ପୀ ଦାଶ ଉପସ୍ଥିତ ସମସ୍ତଙ୍କ ପ୍ରଶ୍ନର ଉତ୍ତର ଦେବାସହ ଅନେକ ତଥ୍ୟ ପ୍ରଦାନ କରିଥିଲେ। ପେଣ୍ଠକଟା ସହରାଂଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଡାକ୍ତର ଲାଲମୋହନ ହୋ, ଜିଲ୍ଲା ଜନ ସ୍ୱାସ୍ଥ୍ୟ ସଂଚାର ଅଧିକାରୀ ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ଟି ନାରାୟଣ ରାଓ, ଆସିଷ୍ଟାଣ୍ଟ ମ୍ୟାନେଜର (ଟ୍ରେନିଂ) ମନୋଜ କୁମାର ପଣ୍ଡା, ଆସିଷ୍ଟାଣ୍ଟ ପ୍ରୋଗ୍ରାମ୍ ମ୍ୟାନେଜର ଶ୍ରୀ ସନ୍ଦୀପ ବରଣ ଓଝା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *