ଜିଲ୍ଲା ଗାଁ ସାଥି ଙ୍କ ଆନ୍ଦୋଳନ

ଜଗତସିଂହପୁର ଜିଲ୍ଲା ଗାଁ ସାଥି ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜିଲ୍ଲା ପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତରାଜ ବିଭାଗ ପକ୍ଷରୁ ମନରେଗା ଯୋଜନାରେ କାର୍ୟ୍ଯରତ ଶ୍ରମିକମାନଙ୍କୁ ତଦାରଖ କରିବା ନିମନ୍ତେ 2008 ମସିହାରୁ ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ଗାଁ ସାଥି ରୂପେ ଅସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଇଥିଲା । ଏହାରି ମଧ୍ୟରେ 15 ବର୍ଷ ବିତି ଯାଇ ଥିଲେ ମଧ୍ୟ ଗାଁ ସାଥି ମାନଙ୍କର ମୌଳିକ ଦାବି ପ୍ରତି ସରକାର କର୍ଣ୍ଣପାତ କରି ନାହାନ୍ତି । ଯାହାର ପ୍ରତିବାଦରେ ସାରା ରାଜ୍ୟର 18 ଟି ଜିଲ୍ଲାରେ ଗାଁ ସାଥୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଗାଁ ସାଥୀମାନଙ୍କ ମଧ୍ୟରୁ ଯୁକ୍ତ ୨ରୁ ଉର୍ଦ୍ଧ୍ବ ଯୋଗ୍ୟତା ସମ୍ପନ ସାଥି ମାନଙ୍କୁ ସରକାରଙ୍କ ବିଭିନ୍ନ ବିଭାଗରେ ଖାଲି ପଡିଥିବା ପଦବୀରେ ନିଯୁକ୍ତି ଏବଂ ଯୁକ୍ତଦୁଇରୁ କମ ଯୋଗ୍ୟତା ସମ୍ପନ ଗାଁ ସାଥୀମାନଙ୍କୁ ଅନ୍ୟତ୍ର ନିୟୋଜିତ କରାଯାଇ ମାସିକ ସର୍ବନିମ୍ନ 12 ହଜାର ଟଙ୍କା ପାରିଶ୍ରମିକ ପ୍ରଦାନ ଆଦି ଦୁଇ ଦଫା ଦାବି ସମ୍ମଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶରେ ପ୍ରଦାନ ଜିଲ୍ଲାପାଳ ଙ୍କୁ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲାର ଶତାଧିକ ପୁରୁଷ ମହିଳା ଗାଁ ସାଥି ଏକାଠି ହୋଇ ଦାବି ଉପସ୍ଥାପନ କରିଛନ୍ତି ।

Leave a Reply

Your email address will not be published. Required fields are marked *