ରାଜ୍ଯ ଗ୍ରନ୍ଥାଗାରରେ ଦୀପାବଳି ଉତ୍ସବ ପାଳନ

ରାଜ୍ଯ ଗ୍ରନ୍ଥାଗାରରେ ଦୀପାବଳି ଉତ୍ସବ ପାଳନ ଭୁବନେଶ୍ୱର-ତା.୧୧.୧୧.୨୦୨୩- ଦୀପାବଳୀ ଅବସରରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଆଜି ସନ୍ଧ୍ୟାରେ ଦୀପଦାନ କରିବା ସହ ଦୀପାବଳୀ ଉତ୍ସବ ପାଳନ କରାଯାଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ପରିସରରେ ଥିବା ଡ. ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତି ନିକଟରେ ଦୀପଦାନ କରି ଉତ୍ସବର ଆରମ୍ଭ କରିଥିଲେ l ଉକ୍ତ ଉତ୍ସବରେ ଶ୍ରୀ ସଚିବ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସ୍ଵତନ୍ତ୍ର ଶାସନ ମଧୁସୂଦନ ଦାଶ ଓ ମୋ ପରିବାର ବିଭାଗ ପକ୍ଷରୁ ନିମନ୍ତ୍ରିତ ଅତିଥି ଭାବେ ଶ୍ରୀ ଲକ୍ଷ୍ମୀଧର ବେହେରା ଯୋଗ ଦେଇଥିଲେ ଳ ପ୍ରଥମ ଥର ପାଇଁ ରାଜ୍ୟ ଗ୍ରନ୍ଥାଗାରରେ ଏହି ଦୀପାବଳି ଉତ୍ସବ ପାଳନ କରାଯାଇଛି । ପାଠକ ପାଠିକା ମାନେ ମୁରୁଜ ଓ ପ୍ରଦୀପ ପ୍ରଜ୍ବଳନ କରି ଆନନ୍ଦ ଓ ଉଲ୍ଲାସ ମଧ୍ୟରେ ଏହି ପର୍ବ ପାଳନ କରିଥିଲେ l ଶେଷରେ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା l ଏହି ଅବସରରେ ଗ୍ରନ୍ଥାଗାରର ଗ୍ରନ୍ଥାଧ୍ୟକ୍ଷ ଶ୍ରୀମତୀ ସଂଘମିତ୍ରା ସାହୁ, ରୁଦ୍ର ପ୍ରସାଦ ବେହେରା ଓ ଶ୍ରୀ ବିଦ୍ୟାଧର ପଣ୍ଡା ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *