କର୍ମ କରି ଚାଲ

କର୍ମ କରି ଚାଲ

ଗୋଲୋକବିହାରୀ ବେହେରା

ସେବା କଲାବେଳେ ସମୟ ଦେଖନି
ପ୍ରଭୁଙ୍କ ପ୍ରସାଦେ ସ୍ବାଦ ନ ଚାଖ,
ସତ୍ ସଙ୍ଗ କାଳରେ ସ୍ଥାନ ନ ଦେଖିବ
ଅନ୍ୟର ସେବାରେ ସ୍ୱାର୍ଥ ନ ରଖ ।
ଭଲ କାମ ଅବା ମନ୍ଦ କର୍ମ କର
ଅସହିଷ୍ଣୁ ଲୋକ ନିନ୍ଦା କରିବେ,
ମନ ଶାନ୍ତ ରଖି କର୍ମ କରି ଗଲେ
ଈଶ୍ୱର ତୁମକୁ ସହାୟ ହେବେ ।
ନିନ୍ଦା କଥା ଶୁଣି ବିଜ୍ଞ ଜନ କେବେ
ବିଚଳିତ ହୁଏ ନାହିଁ ସଂସାରେ,
ଜୀବନ କାଳରେ ନିନ୍ଦା କରୁଥିବେ
ପୁଷ୍ପାଞ୍ଜଳି ଦେବେ ମରିବା ପରେ ।
ସୁଖୀ ଜୀବନର ପାଇଁ କାହିଁକି ହେ
ଭାବି ହେଉଅଛ ସଂଜ ସକାଳେ,
କୁହ ପ୍ରଭୁ ମୋତେ ଯଥା ଶକ୍ତି ଦିଅ
ସହିଯିବି ବାଧା ବିଘ୍ନ ସକଳେ ।
ନିଜର କର୍ମରେ ତଲ୍ଲୀନ ହୋଇବ
ନିଜକୁ ପ୍ରଭୁଙ୍କୁ ସମର୍ପି ଦିଅ,
ଯାହା ଶୁଭପ୍ରଦ ଉଚିତ ସେ କର୍ମେ
ପୂର୍ଣ୍ଣ ସମର୍ପଣେ ନିଶ୍ଚିନ୍ତ ରୁହ ।

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ
ସରକାରୀ ଉଚ୍ଚ ବିଦ୍ୟାଳୟ
ଷଡ଼ଙ୍ଗୀ, ଢେଙ୍କାନାଳ
ମୋ: ୯୯୩୮୩୦୩୦୪୬

Leave a Reply

Your email address will not be published. Required fields are marked *