ସ୍ୱାସ୍ଥ୍ୟ ସେବାରୁ ବଞ୍ଚିନ୍ତ ନୟାହାଟବାସୀ : ଜଣେ ଡାକ୍ତରଙ୍କୁ ଶତାଧିକ ରୋଗୀ

ଗୋପ :- ଗୋପ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ 8 ଟି ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରୁ ଅନ୍ୟତମ ସ୍ୱାସ୍ଥ୍ୟ କେନ୍ଦ୍ର ଟି ହେଊଛି ନୟାହାଟ ସ୍ୱାସ୍ଥ୍ୟ କେନ୍ଦ୍ର l ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ 7 ଟି ପଞ୍ଚାୟତ ର. ପ୍ରାୟ50,000(ପଚାଶହଜାର )ଲୋକେ ନିର୍ଭର କରିଥାନ୍ତି l କିନ୍ତୁ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାତ୍ର ଜଣେ ଡାକ୍ତରଙ୍କ ଦ୍ଵାରା ଶତାଧିକ ରୋଗୀଙ୍କୁ ସେବା ଯୋଗାଇବା କେତେଦୂର ସମ୍ଭବ ? ତାହା ସମୁନ୍ଦ୍ର କୁ ଶଙ୍ଖେ ସଦୃଶ ପରି ଓ ଡାକ୍ତର ଏବଂ ଅନ୍ୟାନ୍ୟ ଷ୍ଟାଫ ନଥିବାରୁ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଛି l ଚୁକ୍ତିଭିତିକ ଠିକା କର୍ମଚାରୀ ଙ୍କ ଉପରେ ଭରଷା ସ୍ୱାସ୍ଥ୍ୟ କେନ୍ଦ୍ର ଟି ଏହା ଗୋପ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ତ ଥିବାରୁ ତାର ରକ୍ଷଣ ବ୍ୟକ୍ଷଣ ରେ ଘୋର ଅଭାବ ପରିଲକ୍ଷିତ ଦେଖିବାକୁ ମିଳୁଛି l ଛୋଟ ବଡ଼ ଦୃଘଟଣା ଜନିତ ରୋଗୀ ଆସିଲେ ତୁରନ୍ତ ଚାରିଛକ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନ୍ତାରିତ କରିଥାନ୍ତି ଆସୁ ଚିକିତ୍ସା ର କୌଣସି ସୁବିଧା ନାହିଁ. ଶିଶୁ ବିଭାଗ ଓ ସ୍ତ୍ରି ବେସେଜ୍ଞ ଡାକ୍ତର ଶୂନ .ଉକ୍ତ ଅଞ୍ଚଳ ଟି ହେଊଛି ପୁରୀ ଜିଲ୍ଲାର ବ୍ୟବସାୟୀ ଙ୍କ କେନ୍ଦ୍ରବିନ୍ଧୁ ହୋଇଥିବାରୁ ଦୈନିକ ହଜାର ହଜାର ପରିମାଣରେ ଲୋକେ ନୟାହାଟ କୁ ଯିବାଆସିବା ଲାଗିଥାନ୍ତି ଓ ନୟାହାଟ ମୁଖ୍ୟ ରାସ୍ତା ଦେଇ ମା ମଙ୍ଗଳାଙ୍କ ପୀଠ, ଅସ୍ତରଙ୍ଗ ପର୍ଯ୍ୟଟନ ସ୍ଥଳୀ କୁ ହଜାର ହଜାର ଶ୍ରଦ୍ଧାଳୁ ଏହି ମୁଖ୍ୟ ରାସ୍ତା ଦେଇ ଗମନା ଗମନ କରନ୍ତି.ଉକ୍ତ ଡାକ୍ତଖାନା ଟି ରେ ଜରୁରୀକାଳୀନ ସେବା ଯୋଗାଇବା ଦୁଷ୍ଟି କୋଣରୁ ଅସମର୍ଥ୍ୟ. ରାତ୍ର କାଳୀନ ସେବା ନାହିଁ.କାରଣ ନାହିଁ ନାହିଁ ରେ ଚାଲିଛି ସ୍ୱାସ୍ଥ୍ୟ କେନ୍ଦ୍ର l ଏଣୁ ସାଧାରଣ ରେ ଦାବୀ ହେଊଛି କୀ ତୁରନ୍ତ ସମସ୍ତ ସମସ୍ୟା ପ୍ରତି ବିଭାଗୀୟ ମନ୍ତ୍ରୀ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଦୁଷ୍ଟି ଦେଇ ସମାଧାନ କରନ୍ତୁ ।