ଅଭିନବ ଉପାୟରେ ଡାକ୍ତରଙ୍କଠାରୁ ୭୭ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଠକିନେଲେ ସାଇବର ଠକ
କଟକ : କଟକ ଜିଲ୍ଲାରେ ବଡ ଧରଣର ସାଇବର ଠକେଇ । ଠକେଇର ଶିକାର ହୋଇଛନ୍ତି ଜଣେ ଡାକ୍ତର। ବିଏସଏନଏଲ ଟେଲିଫୋନ ନମ୍ବର ଇନାକ୍ଟିଭ ହେବ କହି ଠକିଦେଲେ ସାଇବର ଠକ । ମୋବାଇଲ ସିମ୍ ଆକ୍ଟିଭ୍ କରିବା ବାହାନାରେ ଆକାଉଣ୍ଟରୁ ପ୍ରାୟ ୭୮ ଲକ୍ଷ ଟଙ୍କା ଗାୟବ କରିଦେଲେ । କଟକର ଏନଟିପିସିରୁ ଅବସର ନେଇଥିବା ଡାକ୍ତର ସନାତନ ମହାନ୍ତିଙ୍କ ଠାରୁ ଏହି ଠକେଇ ହୋଇଛି । ଏ ନେଇ ସାଇବର କ୍ରାଇମ ଥାନାରେ ମାମଲା ରୁଜୁ ହୋଇଛି ।
ସୂଚନା ଅନୁଯାୟୀ, ଗତ ୯ ତାରିଖରୁ ୧୫ ତାରିଖ ମଧ୍ୟରେ ଟିମ ଭିୟୁର କୁଇକ ସପୋର୍ଟ ଆପ ମାଧ୍ୟମରେ ଏହି ଠକେଇ ହୋଇଛି । ଏକାଧିକ ଆକାଉଣ୍ଟର ଟଙ୍କା ଅନଲାଇନ ଟ୍ରାନଜାକସନରେ ନେଇଯାଇଥିବା ଜଣାପଡିଛି । ସାଇବର ଠକ ପ୍ରଥମେ ଡାକ୍ତରଙ୍କୁ ଫୋନ କରି ଆକାଉଣ୍ଟ ସହ ଆଟାଚ୍ ମୋବାଇଲ ନମ୍ବର ଇନଆକ୍ଟିଭ୍ ହେବ କହିଥିଲେ। ଏହାପରେ ତାକୁ ଆକ୍ଟିଭ୍ କରାଇ ଦେବେ ବୋଲି ଦୁର୍ବୃତ୍ତ କହିଥିଲେ। ତେବେ ଡାକ୍ତରଙ୍କ ମୋବାଇଲକୁ ୮ ଡିଜିଟ୍ ନମ୍ବରରୁ କଲ୍ ଆସିଥିଲା ।
ବିଏସଏନଏଲ ନମ୍ବର ରିଚାର୍ଜ, ଆକ୍ଟିଭ୍ କରିବାକୁ ଠକ ଏଟିଏମର ସିଭିଭି ମାଗିଥିଲେ। ଠକଙ୍କ କଥାରେ ଓଟିପି ସହ ଅନ୍ୟ ତଥ୍ୟ ଦେଇଥିଲେ ଡାକ୍ତର । ତେବେ ବିଏସଏନଏଲ ନମ୍ବରଟି ଏକାଧିକ ଆକାଉଣ୍ଟରେ ଆଟାଚ ଥିଲା। ନମ୍ବର ହ୍ୟାକ କରି ସମସ୍ତ ଆକାଉଣ୍ଟର ତଥ୍ୟ ନେଇଗଲେ ସାଇବର କ୍ରିମିନାଲ । ଏହାପରେ ଅଆକାଉଣ୍ଟରୁ ୭୭ ଲକ୍ଷ ୮୬ ହଜାର ଟଙ୍କା ଠକି ନେଇଥିଲେ ।