ଟିଟିଲାଗଡ଼ର ନୂଆ ଡାକ୍ତର ମାନେ ଛୁ ଚମ୍ପଟ୍

ଟିଟିଲାଗଡ଼ : କିଛି ମାସ ପୂର୍ବରୁ ଟିଟିଲାଗଡ଼ ର ବିଧାୟିକା ତଥା ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଙ୍କ ଆବେଦନ କ୍ରମେ ଟିଟିଲାଗଡ଼ ସରକାରୀ ଡାକ୍ତରଖାନାରେ ଛଅ ଜଣ ବିଶେଷଜ୍ଞ ଡାକ୍ତର ଙ୍କର ନିଯୁକ୍ତି ହୋଇଥିଲା । ଏନେଇ ଟିଟିଲାଗଡ଼ ସହରର ସମସ୍ତ ଜନସାଧାରଣଙ୍କ ମନରେ ଉତ୍ସାହ ଓ ଉତ୍କଣ୍ଠା ଭରି ଯାଇଥିଲା । ସମସ୍ତ ସହର ବାସୀଙ୍କ ମନରେ ଖୁସିର ଲହର ଖେଳିଯାଇଥିଲା ।
ହେଲେ ଦୁଃଖର ବିଷୟ ନିୟୋଜିତ ହୋଇଥିବା ସମସ୍ତ ଡାକ୍ତର ଙ୍କୁ ବର୍ତ୍ତମାନ ଆଉ ଦେଖିବାକୁ ମିଳୁନାହିଁ । ଏନେଇ ଟିଟିଲାଗଡ଼ ସ୍ବାସ୍ଥ୍ୟ ଅଧିକାରୀ ଶ୍ରୀଯୁକ୍ତ ପି .କେ ନାୟକ ଙ୍କୁ ପଚାରି ବୁଝିବା ରୁ ସେ କହୁଛନ୍ତି ତାଙ୍କର ବିନା ପରାମର୍ଶ ରେ ନବନିଯୁକ୍ତ ଡାକ୍ତର ମାନେ ଜବର଼ଦସ୍ତ ଛୁଟି ରେ ଅଛନ୍ତି । ଏନେଇ ଟିଟିଲାଗଡ଼ ତଥା ଆଖପାଖ ଅଞ୍ଚଳର ସମସ୍ତ ବ୍ୟକ୍ତି ବହୁତ୍ ଦୁଃଖ ପ୍ରକାଶ କରୁଛନ୍ତି ।