ମହିଳା ଦିବସ ଅବସରରେ ସାମାଜିକ ସଂଗଠନ ଦି ବେଲ୍ ର ଅର୍ପଣ କାର୍ଯ୍ୟକ୍ରମ*

ପୁରୀ(୮/୩/୨୫) ପୁରୀ ଜିଲ୍ଲା ସ୍ବେଛାସେବୀ ସଂଗଠନ ଦି ବେଲ୍ ଓମେଂନସ୍ କ୍ଲବ୍ ,ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଓ ନାବାର୍ଡ ମିଳିତ ଆନୁକୁଲ୍ୟରେ ବିଶ୍ଵ ମହିଳା ଦିବସ ଅବସରରେ ଆୟୋଜିତ ହୋଇ ଯାଇଛି ଅର୍ପଣ କାର୍ଯ୍ୟକ୍ରମ।ମହିଳା ମାନେ ସବୁ କ୍ଷେତ୍ରରେ ଆଗୁଆ ଥିଲେ ମଧ୍ୟ ରକ୍ତ ଦାନ ଅଙ୍ଗ ଦାନ ଓ ଚକ୍ଷୁ ଦାନ କ୍ଷେତ୍ର ରେ ପୁରୁଷଙ୍କ ତୁଳନାରେ କମ୍ ଭାଗିଦାରୀତା ଦେଖାଇ ଥାନ୍ତି ।ତେଣୁ ରକ୍ତ ଓ ଅଙ୍ଗ ଦାନ କ୍ଷେତ୍ରରେ ମହିଳା ମାନଙ୍କୁ ଆଗକୁ ଆଣିବା ପାଇଁ ଅନୁଷ୍ଠାନ ତରଫରୁ ରକ୍ତଦାନ ଓ ଚକ୍ଷୁ ଦାନ ପାଇଁ ପୁରୀ ଷ୍ଟେଟ ବ୍ୟାଙ୍କ ହୋଳିଡେ ହୋମ ଠାରେ ଏକ ସୋତନ୍ତ୍ର ଶିବିର ଆୟୋଜନ କରାଯାଇଥିଲା ।ଏଥିରେ ୩୦ ଜଣ ଚକ୍ଷୁ ଦାନ କରିବା ସହିତ ୫୫ ଜଣ ରକ୍ତ ଦାନ କରିଥିଲେ।ମୁଖ୍ୟ ଅତିଥି ଭାବରେ ଏ. ଡି.ଏମ ଜେନେରାଲ (ପ୍ରଶାସନ)ଶରତ ଚନ୍ଦ୍ର ବେହେରା ଯୋଗ ଦେଇ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବରେ ନାବାର୍ଡର ଡିଷ୍ଟ୍ରିକ୍ଟ ଡେଭଲପମେଣ୍ଟ ମ୍ୟାନେଜର ସସ୍ମିତା ପୃଷ୍ଟି ଓ ପୁରୀ ନିମାପଡ଼ା କେନ୍ଦ୍ର ସମବାୟ ସମବାୟ ବ୍ୟଙ୍କ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ.ଯୋଗ ଦେଇ ଅନୁଷ୍ଠାନ ର ଏଭଳି ପ୍ରୟାସ କୁ ପ୍ରଶଂସା କରିବା ସହିତ ନାରୀ ମାନେ ସବୁ କ୍ଷେତ୍ର ରେ ଭାଗିଦରିତା ଦେଖାଇବା ଓ ସ୍ବାବଲମ୍ବୀ ହେବା ପାଇଁ ପ୍ରୟାସ କରିବା ଆବଶ୍ୟକ ବୋଲି କହିଥିଲେ।ଏହି ଅବସର ନାବାର୍ଡ ସହାୟତାରେ ଉଦ୍ୟଗ ଆରମ୍ଭ କରି ସଫଳ ହୋଇଥିବା ୧୦ ଜଣ ଗ୍ରାମୀଣ ମହିଳା ମାନଙ୍କୁ ନାବାର୍ଡ ତରଫରୁ ସମ୍ମାନିତ କରାଯାଇଥିଲା।ଦି ବେଲ୍ ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ମହିଳା ମାନଙ୍କ ସେବା ମନୋଭାବ ପ୍ରତି ଏକ ସମର୍ପିତ ଉଦ୍ୟମ ବୋଲି କହିଥିଲେ।କାର୍ଯ୍ୟ କ୍ରମକୁ ଅନୁଷ୍ଠାନ ଉପାଧ୍ୟକ୍ଷ ସୁକାନ୍ତ ପଣ୍ଡା ପରିଚାଳନା କରିଥିବା ବେକେ ,ବେଲ୍ ଓମେନ୍ କ୍ଲବ୍ ସମ୍ପାଦିକା ରାଜ ଲକ୍ଷ୍ମୀ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ।ଶିବିର ପରିଚାଳନା ରେ ଦି ବେଲ୍ ଓମେନସ୍ କ୍ଲବ୍ ଓ ୟୁଥ୍ କ୍ଲବ ସଦସ୍ୟ ମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *