ବରିଷ୍ଠ ନାଗରିକଙ୍କ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ

ପୁରୀ ୧୪/୨- ବରିଷ୍ଠ ନାଗରିକ ତଥା ଭାରତୀୟ ପ୍ରଶାସନିକ ସେବାର ଅବସରପ୍ରାପ୍ତ ଅଧିକାରୀ ବିଜୟ କୁମାର ନନ୍ଦ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ୭୫ ହଜାର ଟଙ୍କା ଦାନ କରିଛନ୍ତି।ଆଜି ପୂର୍ବାହ୍ନରେ ଶ୍ରୀ ନନ୍ଦ ଏହି ଅର୍ଥ ପୁରୀ ଜିଲ୍ଲା ପ୍ରଶାସନ ମାଧ୍ୟମରେ ପ୍ରଦାନ ପାଇଁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଙ୍କୁ ଅନୁରୋଧ କରିଥିଲେ।ତେବେ ୭୬ ବର୍ଷ ବୟସ୍କ ଶ୍ରୀ ନନ୍ଦ ଶାରୀରିକ ଅସୁସ୍ଥ ଥିବାରୁ ଅତିରିକ୍ତ ଜିଲ୍ଲାପାଳ ଙ୍କ ପରାମର୍ଶ କ୍ରମେ ଜିଲ୍ଲା ରେଡକ୍ରସ ଶାଖାର ସମ୍ପାଦକ ତଥା ଡେପୁଟି କଲେକ୍ଟର ଜିତେନ୍ଦ୍ର ପାତ୍ର ଅପରାହ୍ନ ରେ ଶ୍ରୀ ନନ୍ଦ ଙ୍କ ବାସଗୂହରୁ ଏହି ଅର୍ଥ ରାଶିର ଚେକକୁ ସଂଗ୍ରହ କରିଥିଲେ।ଏହାକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ପ୍ରଦାନ କରାଯାଇ ଏହାର ପ୍ରାପ୍ତି ରସିଦ ଶ୍ରୀ ନନ୍ଦ ଙ୍କୁ ଯଥାଶୀଘ୍ର ପ୍ରଦାନ କରାଯିବ ବୋଲି ଶ୍ରୀ ପାତ୍ର ସୂଚନା ଦେଇଥିଲେ।ପୂର୍ବରୁ ଶ୍ରୀ ନନ୍ଦ ବହୁବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ଆର୍ଥିକ ସହଯୋଗ ପ୍ରଦାନ କରିଛନ୍ତି।ତାଙ୍କର ଏହି ମହତ ଦାନ ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ତାଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରିବା ସହ ଅନ୍ୟ ମାନେ ଏହା ଦ୍ଵାରା ଅନୁପ୍ରାଣିତ ହେବେ ବୋଲି ଆଶା ବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *