କପ୍ତିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନଶୁଣାଣୀ ୭୯ଅଭିଯୋଗର ଶୁଣାଣୀ କଲେ ମୟୁରଭଞ୍ଜ ଜିଲ୍ଲାପାଳ

କପ୍ତିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନଶୁଣାଣୀ ୭୯ଅଭିଯୋଗର ଶୁଣାଣୀ କଲେ ମୟୁରଭଞ୍ଜ ଜିଲ୍ଲାପାଳ l ପୂର୍ବ ନିର୍ଧାରିତ କାର୍ଯ୍ୟସୂଚୀ ଅନୁସାରେ କପ୍ତିପଦା ଉପଖଣ୍ଡ ଉଦଳା ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ଜଣ ଶୁଣାଣୀ ଶିବିରରେ ମୟୁରଭଞ୍ଜ ଜିଲ୍ଲାପାଳ ହେମାକାନ୍ତ ସୟ ଓ ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଡିପାଲି ଯୋଗଦେଇ ୬୯ ଗୋଟି ଜନ ଅଭିଯୋଗର ଶୁଣାଣୀ କରିଛନ୍ତି l ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ ଙ୍କ ତ୍ବତ୍ୱାବଧାନରେ ଆୟୋଜିତ ଶିବିରରେ ପ୍ରୋକଳ୍ପ ପ୍ରଶାସକ ଆଇ. ଟି. ଡ଼ି. ଏ ନରେନ୍ଦ୍ର କୁମାର ଖମାରୀ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ହୃଷିକେଶ ନାୟକ, ଉପଖଣ୍ଡ ଚିକିତ୍ସା ଲୟ ଅଧିକ୍ଷକ ଡ଼. ଲଷ୍ମୀକାନ୍ତ ପତି ଯୋଗଦେବା ସହ ଉପଖଣ୍ଡ ର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତହସିଲଦାର ଙ୍କ ସମେତ ଜିଲ୍ଲା ତଥା ଉପଖଣ୍ଡ ଓ ବ୍ଲକ ସ୍ଥରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଶୁଣାଣୀ କାର୍ଯ୍ୟ ରେ ସହଯୋଗ କରିଥିଲେ l

ସମସ୍ତ ଅଭିଯୋଗ ମଧ୍ୟରେ ୬୭ ଗୋଟି ବ୍ୟକ୍ତିଗତ ସମସ୍ୟା ଥିବା ସ୍ଥଳେ ୧୨ ଗୋଟି ସାମୁହିକ ସମସ୍ୟା ବିଷୟ ଆଧାରିତ ଥିଲା l ସେଥି ମଧ୍ୟରୁ ୮ ଗୋଟି ସମସ୍ୟା ର ତତ୍କାଳ ସମାଧାନ କରାଯାଇ ପ୍ରତ୍ୟେକ ଙ୍କୁ ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିରୁ ୫ ହଜାର ଲେଖାଏଁ ମୋଟ ୪୦ ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଥିଲା l ଆଜିର ଶୁଣାଣୀ ରେ ବିଭିନ୍ନ ବିଭାଗ ଲାଗି ଆସିଥିବା ଅଭିଯୋଗ ଗୁଡିକ ମଧ୍ୟରେ ଉଦଳା ବ୍ଲକ ଖଲା ଡ଼ି ପଂଚାୟତ ରାଇ ଦାଣ୍ଡିଆ ଗ୍ରାମ (ଦାହିସାହି ) ଗ୍ରାମବାସୀ ଙ୍କୁ ବିଦ୍ୟୁତ ସଂଯୋଗ ପାଟଶାଣିପୁର ଗ୍ରାମ ପଂଚାୟତ ର ଜୁଗୁନଖୁଣ୍ଟା ଗ୍ରାମ ରେ ଥିବା ହାଟ ରୁ ବାକି ଥିବା ବାସଗୃହ କୁ ଉଛେଦ, କୋଚିଳାଡିହ ଧନୁସାହି ଠାରେ ବୋର ୱେଲ ସଚଳ କଟାଇବା, ରାଢୋ ଗ୍ରାମ ପଂଚାୟତ ଅଧୀନରେ ଥିବା ଦିହିରାକୁଳ ରାସ୍ତା ଉନ୍ନତି କରଣ, ଡ୍ରେନ ଚଉଡା କରିବା, ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ନୁଆସାହି ଭାୟା ଭଙ୍ଗାଚଟୁ ଠାରୁ ନହରା ରାସ୍ତା ର ପୁନଃ ମରାମତି, କପ୍ତିପଦା ବ୍ଲକ ଶାଳ ଚୁ ଆ ଓ ମଝିଗାଡ଼ିଆ ଗ୍ରାମର ଦିବ୍ୟାଙ୍ଗ ମାନଙ୍କ ଆନ୍ତଦୟ ଚାଉଳ card ପ୍ରଦାନ, ରାଣୀ ପୋଖରୀ ଲାମ୍ବୁସାହି ଠାରୁ ମାନ୍ଦୁରିସାହି ରାସ୍ତା ଉନ୍ନତି କରଣ ରାଣୀ ପୋଖରୀ ଜାମୁଡିହା ସ୍କୁଲ ସାହି ର ବିଦ୍ୟତ ଟ୍ରାନ୍ସଫରମାର ସଂଯୋଗ ଓ ବାଦ ଶିମୁଳିଆ ବାଳିକା ଉଚ୍ଚ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ବଦଳି ଆଦି ଅଭିଯୋଗ ଉପରେ ବିଚାର କରି ତାର ଆଶୁ ସମାଧାନ ନିମନ୍ତେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ l ଉକ୍ତ କାର୍ଯ୍ୟ କର୍ମ କୁ ସଫଳ କରିବାରେ ଉଦଳା ଡେପୁଟି କଲେକଟର ପ୍ରତୀକ କୁମାର ପଣ୍ଡା ଓ କାର୍ଯାଳୟ ର କର୍ମଚାରୀ ଶଙ୍ଖାଇ ହେମରମ, ରମେଶ ପୃଷ୍ଟି, ସାଇସ୍ୱରୂପ କର, ତାପସ ପ୍ରଧାନ, ଉଷାରଣୀ ବିନ୍ଧାଣି, ଭବାନୀ ପଣ୍ଡା, ଉଦୟ ନାୟକ, କୈଳାସ ଦାନାୟକ, ଅଜିତ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ l