କୁଜଙ୍ଗ ରେ ଡବଲ ମର୍ଡର

ଜଗତସିଂହପୁର ଜିଲା କୁଜଙ୍ଗ ଥାନା ବଳରାମପୁର ଗାଁରେ ଅଘଟଣ । ନିଶା ଖାଇବାକୁ ଟଙ୍କା ନ ଦେବାରୁ ନିଶାସକ୍ତ ଯୁବକଙ୍କ ଆକ୍ରମଣରେ ଦୁଇ ଜଣ ମହିଳାଙ୍କର ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ 3 ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ କୁଜଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । କୁଜଙ୍ଗ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର କୁ ଜବତ କରି ତଦନ୍ତ ଚଳାଇଛି । ଆଜି ସକାଳେ ପ୍ରାୟ 7ଟା ସମୟରେ ବଳରାମ ପୁର ଏକ୍ସପ୍ରେସ କଲୋନୀରେ ରହୁଥିବା କେନ୍ଦ୍ରାପଡା ଅଞ୍ଚଳର ନିର୍ମଳା ଓରଫ ସାଗରିକା ମଲ୍ଲ ଓ ତାଙ୍କର ପଡୋଶୀ ସୁନିତା ଭୋଳ ପ୍ରାତ ଭ୍ରମଣରେ ବାହାରି ଘର ଆଗରେ ଥିବା ଏକ ପୁଲ ଗଛ ରୁ ଫୁଲ ତୋଳୁ ଥିବା ବେଳେ ସେହି କଲୋନୀରେ ରହୁଥିବା ସ୍ୱର୍ଗତ ବାବାଜୀ ନାଥଙ୍କ ପୁଅ ଚିଣ୍ଟୁ ଓରଫ ଜ୍ୟୋତି ପ୍ରକାଶ ନାଥଶର୍ମା (ଡାକ ନାମ କାଳିଆ) ନିଶାସନ୍ତ ଅବସ୍ଥାରେ ସାଗରିକା ଓରଫ ନିର୍ମଳାଙ୍କ ନିକଟକୁ ଆସି ନିଶା ଖାଇବାକୁ ଟଙ୍କା ମାଗିଥିଲା ଏବଂ ଆଜି ସକାଳେ ବଳାତ୍କାର ଉଦ୍ୟମ କରିବାକୁ ଚେଷ୍ଟା କରିଥିଲା ବୋଲି ଅଭିଯୋଗ ହୋଇଛି । ଏହି ସମୟରେ ଏକ ଧାରୁଆ ମାରଣାସ୍ତ୍ର ଖଣ୍ଡା ଧରି ପ୍ରଥମେ ତାଙ୍କୁ ଆତର୍କିତ ଆକ୍ରମଣ କରିଥିଲା । ଏହା ଦେଖି ତାଙ୍କ ସହିତ ଥିବା ସୁନିତା ଏହାର ପ୍ରତିରୋଧ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା । ଉଭୟଙ୍କ ଶରୀରର ଏକାଧିକ ସ୍ଥାନ ଗଭୀର କ୍ଷତ ହୋଇଥିବା ବେଳେ ଜଣକର ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଥିବାବେଳେ ଅନ୍ୟ ଜଣଙ୍କର କୁଜଙ୍ଗ ମେଡ଼ିକାଲ ରେ ମୃତ୍ୟୁ ହୋଇଛି । ଚିତ୍କାର ଶୁଣି ମୃତ ସାଗରିକାଙ୍କ ପୁଅ ଘଟଣା ସ୍ଥଳକୁ ଆସି ସମ୍ପୃକ୍ତ ଯୁବକ କୁ କାବୁ କରିବାକୁ ଚେଷ୍ଠା କରିବାରୁ ତାଙ୍କୁ ମଧ୍ୟ ସେ ଆକ୍ରମଣ କରିବା ସହିତ ଅନ୍ୟ ଦୁଇଜଣ ପଥ ଚାରୀଙ୍କୁ ମଧ୍ୟ ମାରଣାସ୍ତ୍ର ମାଧ୍ୟମରେ ଆକ୍ରମଣ ହୋଇ ଛନ୍ତି । ସମ୍ପୃକ୍ତ ନିଶା ଶକ୍ତ ଯୁବକ ଦୀର୍ଘ କିଛି ସମୟ ଧରି କଲୋନୀରେ ଆତଙ୍କ ସୃଷ୍ଟି କରିବା ପରେ ଗ୍ରାମବାସୀ ମାନେ ଏକତ୍ର ହୋଇ ତାକୁ କାବୁ କରିବା ସହ କୁଜଙ୍ଗ ପୋଲିସ କୁ ଖବର ଦେଇଥିଲେ । ଖବର ପାଇ କୁଜଙ୍ଗ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ଯୁବକ କୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର କୁ ଜବତ କରି ତଦନ୍ତ ଚଳାଇ ଅଭିଯୁକ୍ତ ଯୁବକଙ୍କର ବାପା ବାବାଜୀ ନାଥଶର୍ମା କୁଜଙ୍ଗ ଫିସାରି କାର୍ଯ୍ୟାଳରେ ଜଣେ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିବା ସମୟରେ ଏକ୍ସପ୍ରେସ କଲୋନୀରେ ଥିବା ଏକ ସରକାରୀ କ୍ଵାଟର ନେଇ ପରିବାର ସହ ସେଠାରେ ରହି ଆସୁଥିଲେ । ହେଲେ ବାବାଜୀ ଚାକିରୀରୁ ଅବସର ନେଇ ସାରିଥିବା ସହ ତାଙ୍କର ମଧ୍ୟ ମୃତ୍ୟୁ ହୋଇ ସାରିଛି । ହେଲେ ତାଙ୍କର ପୁଅ ଅଭିଯୁକ୍ତ ଚିଣ୍ଟୁ ଓରଫ ଜ୍ୟୋତି ପ୍ରକାଶ ନାଥଶର୍ମା ଏହି କ୍ଵାଟର କୁ ଜବର ଦଖଲ କରି ରଖିଥିବା ସହିତ କିଛି ଦିନ ହେଲା ଅତ୍ୟଧିକ ନିଶାସକ୍ତ ହୋଇ ସେଠାରେ ଅସାମାଜିକ କାର୍ଯ୍ୟ କଳାପ ଚଳାଇ ଆସୁଥିଲା ।ଏବଂ ସେହି କ୍ଵାଟରରେ କିଛି ଅସାମାଜିକ ଯୁବକଙ୍କୁ ଏକତ୍ର କରି ନିଶା କାରବାର ମଧ୍ୟ ଚଳାଇ ଆସୁଥିଲା । ଏଥି ସହିତ ବିଭିନ୍ନ ସ୍ଥାନରେ ମଧ୍ୟ ଗଣ୍ଡଗୋଳ କରି ଆତଙ୍କ ସୃଷ୍ଟି କରି ଆସୁଥିଲା ବୋଲି କଲୋନୀର ବାସିନ୍ଦା ଅଭିଯୋଗ କରିଛନ୍ତି। କୁଜଙ୍ଗ ପୋଲିସ ମୃତ ଦେହ ଦ୍ଵୟକୁ ବ୍ୟବଛେଦ ପାଇଁ ପଠାଇ ଅଧିକ ତଦନ୍ତ ଚଳାଇଛି । ଆରପଟେ ପୋଲିସ କହିବା ଅନୁଶାରେ ଅଭିଯୁକ୍ତ ଚିଣ୍ଟୁ ଓରଫ ଜ୍ୟୋତି ପ୍ରକାଶ ନାଥଶର୍ମା ର ସ୍ତ୍ରୀ ଗତ ଏକ ମାସ ହେଲା ପାରିବାରିକ ବିବାଦ ଯୋଗୁଁ ଘର ଛାଡ଼ି ଚାଲି ଯାଇଛି । ତାର ସ୍ତ୍ରୀ ଘର ଛାଡ଼ି ଯିବାରେ ଏହି ଦୁଇ ମହିଳାଙ୍କର ହାତ ଥିବାର ସନ୍ଦେହ କରି ସେ ସେମାନଙ୍କୁ ହତ୍ୟା କରିଥିବାର ତିର୍ତ୍ତୋଲ ଏସ୍ଡିପିଓ ପ୍ରଶାନ୍ତ କୁମାର ମାଝୀ କହିଛନ୍ତି । ଏହି ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ତଥା ଆଲୋଡନ ସୃଷ୍ଟି କରିଛି । ନିଶାସକ୍ତ ଅଵସ୍ଥାରେ ଯୁବକ ବାରମ୍ବାର ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍ଥାନରେ ଆତଙ୍କ ସୃଷ୍ଟି କରି ଚାଲିଥିବା ବେଳେ ପୂର୍ବରୁ ଯଦି ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତା ତାହେଲେ ହୁଏତ ଆଜି ଦୁଇ ଦୁଇଟା ଜୀବନ ବଞ୍ଚି ଯାଇ ପାରିଥାନ୍ତା ।ଜଗତସିଂହପୁର ରୁ ରୀତା ସାହୁ

Leave a Reply

Your email address will not be published. Required fields are marked *