ପୁଣି ଯୌତୁକ ପାଇଁ ବଧୂ ହତ୍ୟା

ରାଣୀ ଭଳି ମୋ ଭଉଣୀକୁ ବାହା ଦେଇଥିଲି,
ମୋ ଭଉଣୀକୁ ମାରିଦେଲେ

ପୁଣି ଯୌତୁକ ଯୁଇରେ ବଳିପଡିଲେ ନବବଧୂ |ଭଉଣୀର ଶବ ଉପରେ ମୁଣ୍ଡ ବାଡେଇ କାନ୍ଦୁଛି ଭାଇ |କହୁଛି ରାଣୀ ଭଳି ବାହାଦେଇଥିଲି ମୋ ଭଉଣୀକୁ ଆଉ ସେମାନେ ମୋ ଭଉଣୀକୁ ମାରିଦେଲେ |
ଆମେ କହୁଛୁ ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ କୋରୁଆ ଗ୍ରାମର ଅଧର ନାୟକଙ୍କ କନ୍ୟା ବର୍ଷାରାଣୀ ନାୟକ ଗତ 2021 ମସିହା ଡିସେମ୍ବର ମାସରେ ତିହିଡି ଥାନା ଅଧୀନ ହରିପୁର ଗ୍ରାମର ପ୍ରଭାତ ରାଉଳଙ୍କ ପୁତ୍ର ପ୍ରକାଶ ରାଉଳଙ୍କୁ ବିବାହ ବୈଦିକ ରୀତି ନୀତି ରେ ବିବାହ କରିଥିଲେ |ବିବାହ ସମୟରେ ପୁଅ ଘର ତରଫରୁ ଯୌତୁକ ବାବଦକୁ ମାଗିଥିବା ଟଙ୍କାରୁ କିଛି ବାକି ରହିଥିଲା ଯାହାକୁ ନେଇ ପରିବାର ପ୍ରକାଶ ଙ୍କ ପରିବାର ତରଫରୁ ବାରମ୍ବାର ବର୍ଷାଙ୍କୁ ଶାରୀରିକ ମାନସିକ ନିର୍ଯାତନା ମଧ୍ୟ ଦିଆଯାଉଥିଲା ଆଉ ସେ ନିର୍ଯାତନା ଦେଉଥିଲେ ବର୍ଷାଙ୍କା ସ୍ୱାମୀ ପ୍ରକାଶ, ଶାଶୁ ସନ୍ଧ୍ୟାରାଣୀ, ଶଶୁର ପ୍ରଭାତ, ଦିଅର ପ୍ରଦୀପ, ନଣନ୍ଦ ସସ୍ମିତା, ନଣନ୍ଦେଇ ପ୍ରଦୀପ୍ତ |ଆଉ ନିର୍ଯାତନା ବିଷୟରେ ବର୍ଷା ବାପ ଘରକୁ ଖବର ମଧ୍ୟ ପଠାଇଥିଲା |ଗତ 4 ତାରିଖରେ ବର୍ଷା ନିଜ ଭାଇ ରୋହନ କୁ ଫୋନ ଯୋଗେ ଶଶୁର ଘର ଯୌତୁକ ପାଇଁ ନିର୍ଯାତନା ଦେଉଥିବା କଥା ମଧ୍ୟ କହିଥିଲା |ଆଉ ହଠାତ ଆଜି ସଖାଳୁ ଅଗଷ୍ଟ 6 ତାରିଖ ସଖାଳେ ବର୍ଷାଙ୍କ ଦିଅର ପ୍ରଦିପ ଫୋନ ଯୋଗେ ବର୍ଷାଙ୍କ ଭାଇ ରୋହନ କୁ ଫୋନ ଯୋଗେ ଜଣାଇଥିଲେ କି ତମ ଭଉଣୀ ଆତ୍ମହତ୍ୟା କରିଛନ୍ତି |ବର୍ଷାଙ୍କ ଭାଇ ରୋହନ ସଂଗେ ସଂଗେ ପହଂଚି ଦେଖନ୍ତି ତ ବର୍ଷା ଫ୍ୟାନ ରେ ଝୁଲୁଛି ତତକ୍ଷଣାତ ବର୍ଷାଙ୍କ ଭାଇ ରୋହନ ନିଜ ଭଉଣୀ ବର୍ଷାଙ୍କୁ ଶଶୁର ଘର ଲୋକେ ମିଶି ମାରିଦେଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି |
ତେବେ ଅନ୍ୟପଟେ ବର୍ଷାଙ୍କ ଦିଅରର ପ୍ରତିକ୍ରିୟା ମଧ୍ୟ ହସ୍ତଗତ ହୋଇଛି, ସେ କହିଛନ୍ତି ଯେ ଭାଉଜ ଆତ୍ମହତ୍ୟା କରିଛନ୍ତି | ତେବେ ଏ ହତ୍ୟା ନା ଆତ୍ମହତ୍ୟା ତାହା ତ ପୋଲିସ ର ଅନୁସନ୍ଧାନ ପରେ ସମୟ କହିବ କିନ୍ତୁ ଅଭିଯୋଗ ଅନୁଯାଇ ଯଦି ଯୌତୁକ ନିର୍ଯାତନାରେ ବଧୂ ହତ୍ୟା ହୋଇଛି ତେବେ କେବେ ବନ୍ଦ ହେବ ଯୌତୁକ ପାଇଁ ବଧୂ ହତ୍ୟା ଆଉ କିଭଳି ନ୍ୟାୟ ପ୍ରଦାନ କରିବ ପୋଲିସ ତାହା ଦେଖିବାକୁ ବାକିରହିଲା |

ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ, ଭଦ୍ରକ, ତୀର୍ଥକ୍ଷେତ୍ର

Leave a Reply

Your email address will not be published. Required fields are marked *